ETV Bharat / sukhibhava

Sores in Nose: ନାକରେ ବାରମ୍ବାର ଘା' ହେଉଛି କି ? କାରଣ କହିଲେ ଏକ୍ସପର୍ଟ - ନାକରେ ଘାର କାରଣ

ଆପଣଙ୍କ ନାକରେ ମଧ୍ୟ ବାରମ୍ବାର ଘା' ହେଉଛି । ଜାଣନ୍ତୁ ଏହା ପଛର କାରଣ

Sores in Nose
Sores in Nose
author img

By ETV Bharat Odisha Team

Published : Nov 6, 2023, 5:42 PM IST

ହାଇଦ୍ରାବାଦ: ନାକ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ବା ସମ୍ବେଦନଶୀଳ ଅଙ୍ଗ ଅଟେ । ଅନେକ ସମୟରେ ପ୍ରଦୂଷଣ ଯୋଗୁଁ ସଂକ୍ରମଣ ବା ନାକରେ ଘା' ହୋଇଥାଏ । ଯଦି ସଠୁକ ଭାବେ ନାକକୁ ସଫା ନକରିବା ବା ନାକର ଯତ୍ନ ନନେବା ତାହେଲେ ଅନେକ ସମସ୍ୟାର ସାମ୍ନା କରିବାକୁ ହୋଇଥାଏ । ଏହି କାରଣରୁ ନାକରେ ବାରମ୍ବାର କ୍ଷତ ହୁଏ ଏବଂ ଅଲସର ସମସ୍ୟା ମଧ୍ୟ ହୋଇପାରେ । ନାକରେ କ୍ଷତ ବା ଘା' ହେବାର ଅନେକ କାରଣ ରହିଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ଯଦି କ୍ଷତ ବାରମ୍ବାର ଘଟେ, ତେବେ ଏହା ଗମ୍ଭୀର ଯନ୍ତ୍ରଣା ଏବଂ ସମସ୍ୟା ସୃଷ୍ଟି କରିପାରେ । ଯଦି ନାକରେ ଘା' ହୁଏ ତେବେ ନିଶ୍ବାସ ନେବାରେ ମଧ୍ୟ ଅସୁବିଧା ହୋଇଥାଏ ।

ବାରମ୍ବାର ନାକରେ ଘା' କାହିଁକି ହୁଏ: ନାକରେ ଘା’ର କାରଣ ଆଲର୍ଜି, ଥଣ୍ଡା, କାଶ, ସଂକ୍ରମଣ ଏବଂ ଆଭ୍ୟନ୍ତରୀଣ ଆଘାତ ଦ୍ୱାରା ହୋଇପାରେ । ଏହା ବ୍ୟତୀତ ନାକରେ ଫୁଲା ହେତୁ ଘା' ହେବାର ଆଶଙ୍କା ଅଧିକ ରହିଥାଏ । ବାସ୍ତବରେ ଯଦି ଦେଖିବା ନାକ ଉପରେ ଘା' ହେଲେ ଶୀଘ୍ର ଭଲ ହୋଇଯାଇଥାଏ । ଯଦି ବାରମ୍ବାର ନାକ ଉପରେ ଏହି ସମସ୍ୟା ଦେଖାଯାଇଥାଏ ତେବେ ଅଲସର ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ଏହି କାରଣରୁ ରୋଗୀକୁ ଅନେକ ସମସ୍ୟାର ସାମ୍ନା କରିବାକୁ ହୋଇଥାଏ । ନାକରେ ବାରମ୍ବାର ଘା' ହେତୁ ଆଲର୍ଜି ଏବଂ କୁଣ୍ଡେଇ ମଧ୍ୟ ହୋଇପାରେ । ପରବର୍ତ୍ତୀ ସମୟରେ କୁଣ୍ଡିଆରୁ ଘା' ହୋଇଥାଏ ।

  • ଅନେକ କାରଣରୁ ନାକ ଉପରେ ଫୁଲା ହୋଇପାରେ । ନାକରେ ମଇଳା ଏବଂ ଧୂଳି ଜମିବା କାରଣରୁ ମଧ୍ୟ ଏହା ହୋଇଥାଏ । ତେଣୁ ସପ୍ତାହରେ ଅତ୍ୟନ୍ତ ଥରେ ନାକ ସଫା କରିବା ପାଇଁ ପରାମର୍ଶ ଦିଆଯାଇଛି ।
  • ବ୍ଲିଷ୍ଟରିଙ୍ଗ ଡିଜିଜ (ପେମ୍ଫିଗସ୍) ମଧ୍ୟ ନାକରେ ବାରମ୍ବାର ଘା' ସୃଷ୍ଟି କରିପାରେ। ଏହା ଏକ ପ୍ରକାର ଅଟୋମ୍ୟୁମ୍ୟୁନ ରୋଗ ଅଟେ । ଜଣେ ବ୍ୟକ୍ତିର ପ୍ରତିରକ୍ଷା ପ୍ରଣାଳୀ ଦୁର୍ବଳ ହୋଇଥିଲେ ଏହି ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ।
  • ପିମ୍ପଲ୍ ମଧ୍ୟ ନାକରେ ଯନ୍ତ୍ରଣା ଏବଂ ଘା' ସୃଷ୍ଟି କରିପାରେ । ମଇଳା ଏବଂ ଅନ୍ୟାନ୍ୟ କାରଣରୁ ପିମ୍ପଲ୍ ମଧ୍ୟ ବାରମ୍ବାର ହୋଇଥାଏ ।
  • ରିଲେପସିଂ ପଲିକୋଣ୍ଡ୍ରାଡାଇଟିସ ଏକ ପ୍ରକାର ପ୍ରଦାହ ଜନିତ ରୋଗ ଅଟେ । ଏହି କାରଣରୁ ନାକରେ ବାରମ୍ବାର ଘା' ହୋଇଥାଏ।

ଏହା ମଧ୍ୟ ପଢନ୍ତୁ: Nose Congestion: ବର୍ଷା ଋତୁରେ ବୃଦ୍ଧି ପାଏ ନାକ ବନ୍ଦ ସମସ୍ୟା, ଆପଣାନ୍ତୁ ଏହି ଉପାୟ

ଏହି ରେଗରୁ କିଭଳି ବର୍ତ୍ତିବେ: ଯଦି ନାକରେ ବଡ ଘା' ଦେଖାଯାଉଛି ତେବେ ଏକ ସୂତା କପଡାରେ ନାକକୁ ବାନ୍ଧି ଦିଅନ୍ତୁ। ଏହାସହ ନାକରେ ଡାଲଚିନି ଏବଂ ତେଲ ମିଶାଇ ତୁଳାରେ ଲଗାନ୍ତୁ।

ବିଦ୍ର: ଏହା ଏକ ନିର୍ଦ୍ଦିଷ୍ଟ ସୂଚନା ଉପରେ ଆଧାରିତ ଖବର। ଯଦି କୌଣସି ପ୍ରକାର ସମସ୍ୟା ଦେଖାଯାଉଛି ତାହେଲେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.