ETV Bharat / sukhibhava

Diabetes Treatment: ଆଉ ସହିବାକୁ ପଡିବନି ଇନସୁଲିନ ଯନ୍ତ୍ରଣା, ବଜାରକୁ ଆସିବ ସ୍ପ୍ରେ !

author img

By ETV Bharat Odisha Team

Published : Nov 3, 2023, 11:44 AM IST

ଏଣିକି ମଧୁମେହ ରୋଗୀଙ୍କୁ ଆଉ ସହିବାକୁ ପଡିବନି ଇନସୁଲିନ ଯନ୍ତ୍ରଣା । ଖୁବଶୀଘ୍ର ବଜାରକୁ ଆସିବ ସ୍ପ୍ରେ । ଅଧିକ ପଢନ୍ତୁ

Diabetes Treatment
Diabetes Treatment

ହାଇଦ୍ରାବାଦ: ଡାଇବେଟିସ ରୋଗୀଙ୍କ ପାଇଁ ଆଶ୍ବସ୍ତିକର ଖବର । ଏଣିକି ଆଉ ନେବାକୁ ପଡିବନି ଇନସୁଲିନ ଇଞ୍ଜେକ୍ସନ । ଖୁବଶୀଘ୍ର ବଜାରକୁ ଆସିବ ଇନସୁଲିନ ସ୍ପ୍ରେ । ତେବେ ହାଇଦ୍ରାବାଦର ଏକ କମ୍ପାନୀ ଟ୍ରାଏଲ ପାଇଁ ଅନୁମତି ଲୋଡିଥିବା ବେଳେ ଏହା ସଫଳ ହେଲେ ଏଣିକି ମୁହଁରେ ଇନସୁଲିନ ନେଇପାରିବେ ମଧୁମେହ ରୋଗୀ ।

ମଧୁମେହକୁ ସବୁଠାରୁ ମାରାତ୍ମକ ରୋଗ ଭାବେ ବିବେଚନା କରାଯାଉଛି । ଜୀବନଶୈଳୀ ଏବଂ ଖାଦ୍ୟାଭ୍ୟାସ ପରିବର୍ତ୍ତନ ହେତୁ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । କେବଳ ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା କୋଟିରେ ରହିଛି । ଏଥି ସହିତ ଦୁଇ ଗୁଣରୁ ଅଧିକ ବ୍ୟକ୍ତି ପ୍ରି-ଡାଇବେଟିସରେ ଆକ୍ରାନ୍ତ ହୋଇଛନ୍ତି । ସାଧାରଣତଃ ମଧୁମେହକୁ ଦୁଇ ପ୍ରକାରରେ ବିବେଚନା କରାଯାଏ । ଟାଇପ-1 ଏବଂ ଟାଇପ-2 । ତେବେ ଟାଇପ-2 ଡାଇବେଟିସରେ ଶରୀରରେ ଇନସୁଲିନ ତିଆରି ହୋଇପାରେ ନାହିଁ କିମ୍ବା ଏହାର ପ୍ରକ୍ରିୟା ଧିମା ହୋଇଥାଏ । ଏହି କାରଣରୁ ଶରୀରରେ ରକ୍ତ ଶର୍କରା ସ୍ତର ବୃଦ୍ଧି ହୋଇଥାଏ । ଏହା ଅତ୍ୟନ୍ତ ସାଂଘାତିକ ବୋଲି ପ୍ରମାଣିତ ହେଉଥିବା ବେଳେ ଏପରି ପରିସ୍ଥିତିରେ ମଧୁମେହ ରୋଗୀଙ୍କୁ ରକ୍ତରେ ଶର୍କରା ନିୟନ୍ତ୍ରଣ କରିବା ପାଇଁ ଇନସୁଲିନ୍ ଇଞ୍ଜେକ୍ସନ ନେବାକୁ ପଡିଥାଏ ।

ଲକ୍ଷ ଲକ୍ଷ ଲୋକ କେବଳ ଇନସୁଲିନ୍ ଇଞ୍ଜେକ୍ସନ ସାହାଯ୍ୟରେ ମଧୁମେହକୁ ନିୟନ୍ତ୍ରଣରେ ରଖିବାରେ ସକ୍ଷମ ହୋଇଥାଆନ୍ତି । ଏହାଦ୍ବାରା ରୋଗୀକୁ ଅବାଞ୍ଛିତ କଷ୍ଟ ଭୋଗିବାକୁ ହୋଇଥାଏ । ତେବେ ଏହି ଯନ୍ତ୍ରଣାରୁ ରୋଗୀ ଖୁବଶୀଘ୍ର ମୁକ୍ତି ପାଇବେ ବୋଲି ଆଶା କରାଯାଉଛି । ଦୁଇରୁ ତିନି ବର୍ଷ ମଧ୍ୟରେ ଇନସୁଲିନ୍ କେବଳ ଇଞ୍ଜେକ୍ସନ ବଦଳରେ ସ୍ପ୍ରେ ସାହାଯ୍ୟରେ ନେବାରେ ସମ୍ଭବ ହୋଇପାରେ । ପାଟିରେ ଇନସୁଲିନ୍ ସ୍ପ୍ରେ ନେବା ଦ୍ବାରା ମଧ୍ୟ ମଧୁମେହକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ: Air Pollution Effects: ମଧୁମେହର କାରଣ ସାଜୁଛି ବାୟୁ ପ୍ରଦୂଷଣ !

ମିଡିଆ ରିପୋର୍ଟ ଅନୁସାରେ, ହାଇଦ୍ରାବାଦ କମ୍ପାନୀ NiedlFree Technologies Pvt Ltd ବିନା ଛୁଞ୍ଚିରେ ଇନସୁଲିନ ସ୍ପ୍ରେ ତିଆରି କରୁଥିବା ନେଇ ଦାବି କରିଆସୁଛି । ଯଦି ଏହାର ପରୀକ୍ଷଣ ସଫଳ ହୁଏ ତେବେ ବିଶ୍ବରେ ଏହା ପ୍ରଥମ ଇନସୁଲିନ ସ୍ପ୍ରେ ହେବ । ଯଦ୍ବାରା ଇନସୁଲିନ ନେବା ପାଇଁ ଇଞ୍ଜେକ୍ସନ ନେବାର ଆବଶ୍ୟକତା ରହିବ ନାହିଁ । ଯନ୍ତ୍ରଣା ବିନା ଇନସୁସିନ ନେଇପାରିବେ ରୋଗୀ । ଏହାର ନାମ ଓଜୁଲିନ(Ozulin) ରଖାଯାଇଛି । ହାଇଦ୍ରାବାଦ ସ୍ଥିତ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ କମ୍ପାନି ଟ୍ରାନ୍ସଜିନ ବାୟୋଟେକ ଲିମିଟେଡ୍ ନାମକ କମ୍ପାନିରେ ଏହା ଆରମ୍ଭ ହୋଇଥିଲା ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।

ଟ୍ରାଏଲ ପାଇଁ ଅନୁମତି ମାଗିଲା କମ୍ପାନୀ: ସୂଚନା ଅନୁସାରେ, କମ୍ପାନୀ ଦ୍ବାରା ଇନସୁଲିନ ସ୍ପ୍ରେ ପ୍ରସ୍ତୁତ କରାଯାଇଥିବା ବେଳେ ଟ୍ରାଏଲ ହୋଇପାରି ନାହିଁ । କମ୍ପାନି ସେଫ୍ଚି ଏବଂ ମଞ୍ଜୁରୀ ପାଇଁ ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍(ସିଡିଏସସିଓ)କୁ ଅନୁମତି ମାଗିଛି । ତେବେ ଅନୁମତି ମିଳିବା ପରେ ସ୍ପ୍ରେକୁ ହ୍ୟୁମାନ ଟ୍ରାଏଲ ପାଇଁ ଅନୁମତି ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.