ETV Bharat / sukhibhava

ଅଫିସରେ ପ୍ରେମ: ଭଲ ନା ଖରାପ, ଜାଣନ୍ତୁ କଣ କହୁଛି ରିସର୍ଚ୍ଚ

ଅଫିସ୍ ରୋମାନ୍ସର ଅନୁଭୂତି ସହିତ ଅନେକ ପରିଚିତ । କିନ୍ତୁ ଅଧ୍ୟୟନ ଅନୁସାରେ, ଅଫିସରେ ରୋମାନ୍ସ କରିବା ଦ୍ବାରା କାର୍ଯ୍ୟ ପରିବେଶକୁ ଖରାପ କରେ ବୋଲି କୁହାଯାଇଛି । ଅଧିକ ପଢନ୍ତୁ

Office romance harmful
Office romance harmful
author img

By

Published : Jun 14, 2023, 9:56 AM IST

ହାଇଦ୍ରାବାଦ: ପ୍ରେମ..କେତେବେଳେ କାହାକୁ କେଉଁଠି ହୋଇଯାଏ ତାହା ଅଜଣା । ପ୍ରଥମ ଦେଖାରେ ହୃଦୟ ଅଜଣା ମଣିଷକୁ ନିଜର କରିବସେ । କେତେବେଳେ ଯାତ୍ରାରେ, କେତେବେଳେ ସାଙ୍ଗସାଥି ମେଳରେ ତ ଆଉ କେତେବେଳେ ଅଫିସରେ ପ୍ରେମ ହୋଇଯାଇଥାଏ। ଆମେ ନିଶ୍ଚୟ ଶୁଣିଥିବେ, ଅଫିସରେ ଆସି ପ୍ରେମ କରିବା କଥା । ଏହାକି କେହି ମଧ୍ୟ ଭୁଲ ବୋଲି କହିପାରିବେ ନାହିଁ । ଏନେଇ ନିକଟରେ ଏକ ରିପୋର୍ଟ ପ୍ରକାଶ ପାଇଛି । ପ୍ରେମ ବେଳେବେଳେ ଅଫିସରେ ହୋଇଥାଏ ଏବଂ ପ୍ରେମ କରିବା ମଧ୍ୟ କିଛି ଭୁଲ କଥା ନୁହଁ କିନ୍ତୁ ଅଫିସରେ ପ୍ରେମ କରିବା ଦ୍ବାରା ଅଫିସର ପରିବେଶ ବା ଓ୍ବାର୍କ କଲଚର ଖରାପ ହୋଇଥାଏ ବୋଲି ଏକ ରିସର୍ଚ୍ଚରୁ ଜଣାପଡିଛି।

ଉଦାହରଣ ସ୍ବରୂପ ଏକ କର୍ପୋରେଟ ସେକ୍ଟରରେ ଉଭୟ ପୁରୁଷ ଏବଂ ମହିଳା କାମ କରିଥାଆନ୍ତି । ଏହାରି ଭିତରେ ଅନେକ ପ୍ରେମୀଯୁଗଳ ରହିଥାଆନ୍ତି । ଏକାଠି ବସିବାଠୁ ଆରମ୍ଭ କରି ଚାର୍ଟିଂ, ଗପସପ ସବୁପ୍ରକାର କାର୍ଯ୍ୟକଳାପ କରିଥାଆନ୍ତି । ପ୍ରେମୀଯୁଗଳଙ୍କ ଏପରି କାର୍ଯ୍ୟକଳାପକୁ ଦେଖି ଅନେକ ମନ ବିଚଳିତ ହୋଇଥାଏ । ସେମାନଙ୍କ କାର୍ଯ୍ୟକଳାପର ପ୍ରଭାବ ଅନେକଙ୍କ ଉପରେ ରହିଥାଏ । ଏହାକୁ ନେଇ ଅଫିସ ପରିବେଶ ଖରାପ ହୋଇଥାଏ ।

ଚାଇନାର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ନାନଚାଙ୍ଗ ଜୁନ୍ କି ସ୍କୁଲ୍ ନିକଟରେ ଏନେଇ ଏକ ଅଧ୍ୟୟନ କରି ରିପୋର୍ଟ ପ୍ରଦାନ କରିଛି । ଅଧ୍ୟୟନ ଅନୁସାରେ, କର୍ମକ୍ଷେତ୍ରରେ ରୋମାନ୍ସ କର୍ମଚାରୀଙ୍କ କାର୍ଯ୍ୟ ସମ୍ବନ୍ଧୀୟ ମନୋଭାବ ଏବଂ ଆଚରଣ ଉପରେ ପ୍ରଭାବ ପକାଇପାରେ । ଏହାର ପ୍ରଭାବ କାର୍ଯ୍ୟଦକ୍ଷତା ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଫଳରେ ସେମାନଙ୍କ ସହ ପୁରା ଅଫିସରେ ଏହାର କୁପ୍ରଭାବ ଦେଖିବାକୁ ମିଳିଥାଏ ।

ଅନ୍ୟପଟେ ଏନେଇ ପାକିସ୍ତାନରେ ଏହାର ଅଧ୍ୟୟନ କରାଯାଇଥିଲା । 8 ମାସ ଧରି ଏହା ଉପରେ ରିସର୍ଚ୍ଚ କରାଯାଇଥିଲା । ଆଠ ସପ୍ତାହରେ ପ୍ରାୟ 343 କର୍ମଚାରୀଙ୍କୁ ଅଫିସରେ ପ୍ରେମ ବିଷୟରେ ପ୍ରଶ୍ନ ପଚରାଯାଇଥିଲା । ସେହି ତଥ୍ୟର ସମୀକ୍ଷା କରିବା ପରେ, ପ୍ରାୟ 69 ପ୍ରତିଶତ କର୍ମଚାରୀ ଅଫିସରେ ରୋମାନ୍ସ କାର୍ଯ୍ୟ ଏବଂ ସହକର୍ମୀଙ୍କ ସହ ସମ୍ପର୍କକୁ ପ୍ରଭାବିତ କରିଥାଏ ବୋଲି ସ୍ବୀକାର କରିଛନ୍ତି ।

ଯଦିଓ ଏହି ଚୀନ୍ ସଂଗଠନ ବର୍ତ୍ତମାନ ସମୟରେ କୌଣସି ଚୂଡାନ୍ତ ନିଷ୍ପତ୍ତି ନେଇନାହିଁ । ଏଥିପାଇଁ ଆହୁରି ସର୍ଭେର ଆବଶ୍ୟକତା ରହିଥିବା କୁହାଯାଉଛି । ଉଦାହରଣ ସ୍ୱରୂପ, 343 କର୍ମଚାରୀଙ୍କ ମଧ୍ୟରୁ କେତେଜଣ ଅଫିସରେ ରୋମାନ୍ସ କରୁଛନ୍ତି ? ଆହୁରି ମଧ୍ୟ, ସର୍ଭେରେ କେତେ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ । ଏନେଇ ସମ୍ପୁର୍ଣ୍ଣ ତଥ୍ୟା ଆଦାୟ ପରେ ତଥ୍ୟ ଭିତ୍ତିକ ରିପୋର୍ଟ ପ୍ରଦାନ କରାଯିବ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: Betel Leaf: ଔଷଧୀୟ ଗୁଣରେ ଭରପୁର ପାନ ପତ୍ର ହୋଇପାରେ କ୍ଷତିକାରକ, ଏ ଦିଗରେ ଦିଅନ୍ତୁ ଧ୍ୟାନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.