ETV Bharat / sukhibhava

Oral Cancer: ଧୂମପାନ-ତମାଖୁ ବ୍ୟତୀତ ଏହି ସବୁ ଅଭ୍ୟାସ ମଧ୍ୟ ମୁଖ କର୍କଟର କାରଣ

author img

By

Published : Apr 13, 2023, 5:14 PM IST

ମୁଖ କର୍କଟ କେବଳ ବିଷାକ୍ତ ଖାଦ୍ୟ ଖାଇବା ଦ୍ୱାରା ହୋଇନଥାଏ, ବରଂ ଅନ୍ୟାନ୍ୟ କେତେକ କାରଣ ରହିଛି, ଯାହା ମୁଖ କର୍କଟ କରିପାରେ । ତେବେ ମୁଖ କର୍କଟର ଆଉ ସବୁ କି କି କାରଣ ରହିଛି, ଜାଣନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ଅପ୍ରେଲ ମାସକୁ ମୁଖ କର୍କଟ ସଚେତନତା ମାସ ଭାବରେ ପାଳନ କରାଯାଏ । ଏହି ଅଭିଯାନ ମାଧ୍ୟମରେ ଲୋକଙ୍କୁ ମୁଖ ବା ପାଟିର ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ସଚେତନ କରାଏ । ପରିସଂଖ୍ୟାନ ଅନୁସାରେ ଏହି ପ୍ରକାର କର୍କଟରେ ଅଧିକ ପୁରୁଷମାନେ ଆକ୍ରାନ୍ତ ହୋଇଥାନ୍ତି । ସିଗାରେଟ୍ କିମ୍ବା ଗୁଟଖା ସେବନ କାରଣରୁ ପୁରୁଷଙ୍କର ମଖୁ କର୍କଟ ସମସ୍ୟା ବୃଦ୍ଧି ପାଉଛି । ରିପୋର୍ଟ ଅନୁଯାୟୀ, ଭାରତରେ ପ୍ରତିବର୍ଷ ପ୍ରାୟ 1 ଲକ୍ଷ ମୁଖ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି ।

ପାଟି କର୍କଟ କେବଳ ବିଷାକ୍ତ ଖାଦ୍ୟ ଖାଇବା ଦ୍ୱାରା ହୋଇଥାଏ ବୋଲି କିଛି ଲୋକ ଭାବନ୍ତି । ହେଲେ ଏହା ବ୍ୟତୀତ ଅନ୍ୟାନ୍ୟ କେତେକ କାରଣ ରହିଛି, ଯାହା ମୁଖ କର୍କଟ କରିପାରେ । ତେବେ ମୁଖ କର୍କଟର ଆଉ ସବୁ କି କି କାରଣ ରହିଛି, ଜାଣନ୍ତୁ

ମୋଟାପଣ ବା ମେଦ ବହୁଳତା: ବିଶେଷଜ୍ଞଙ୍କ କହିବା ଅନୁସାରେ, ଯେଉଁମାନଙ୍କର ଅଧିକ ଓଜନ ଥାଏ, ସେମାନଙ୍କ ଶରୀରରେ କୋଷଗୁଡିକ ଶୀଘ୍ର ବୃଦ୍ଧିପାଏ । ଏହି କାରଣରୁ ସମସ୍ତ ପ୍ରକାରର କର୍କଟ ରୋଗ ହେବାର ଆଶଙ୍କା ବଢିଥାଏ । ବିଭିନ୍ନ ପ୍ରକାରର ହରମନ୍ ଗଠନକୁ ରୋକିବା ପାଇଁ ଏକ ସୁସ୍ଥ ରୁଟିନ୍ ଅନୁସରଣ କରନ୍ତୁ ।

ଏହା ମଧ୍ୟ ପଢନ୍ତୁ: ବଢୁଛି କୋଲୋନ କର୍କଟ ବିପଦ, ସୁରକ୍ଷିତ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

ପୁଷ୍ଟିକର ଅଭାବ:- ଓଜନ ହ୍ରାସ କିମ୍ବା ବାହାରେ ଖାଦ୍ୟ ଖାଇବା କାରଣରୁ ଶରୀରରେ ପୋଷକ ତତ୍ତ୍ୱର ଅଭାବ ହୋଇପାରେ । ଏହି ପ୍ରକାର ଭୁଲ ଗୁରୁତର ରୋଗ ସୃଷ୍ଟି କରେ, ସେଥିମଧ୍ୟରୁ ଗୋଟିଏ ହେଉଛି ମୁଖ କର୍କଟ । ସୁସ୍ଥ ରହିବା ସହ ଶରୀରକୁ ସଠିକ୍ ପୋଷକ ତତ୍ତ୍ୱ ଯୋଗାଇବା ଉଚିତ୍ । ସୁସ୍ଥ ଖାଦ୍ୟ ଏବଂ ଭଲ ରୁଟିନ୍ ଦ୍ୱାରା ଏହି ଅଭାବ ଦୂର ହୋଇପାରିବ ।

ମାଉଥ୍ ୱାଶ୍:-ବର୍ତ୍ତମାନ ସମୟରେ ଅନେକ ଲୋକେ ଅତ୍ୟାଧୁନିକ ଉପାୟରେ ସ୍ବାସ୍ଥ୍ୟର ଯତ୍ନ ନେଉଛନ୍ତି । ବିଶେଷକରି ସହରଗୁଡିକରେ, ଏହିପରି ପଦ୍ଧତିଗୁଡିକ ଗ୍ରହଣ କରାଯାଉଛି, ଯାହାର ସୁବିଧା କମ୍ ଏବଂ ଅସୁବିଧା ଅଧିକ । ଏଥି ମଧ୍ୟରୁ ଗୋଟିଏ ହେଉଛି ମାଉଥ୍ ୱାଶ୍ । ଏଥିରେ ରାସାୟନିକ ଏବଂ ଆଲକହଲ ଥାଏ, ଯାହା ମୁଖ କର୍କଟ ହେବାର ଆଶଙ୍କାକୁ ବଢାଇଥାଏ । ସ୍ପ୍ରେ ସାହାଯ୍ୟରେ ପାଟି ଧୋଇବା ଦ୍ୱାରା ଅଧିକ କ୍ଷତି ହୋଇଥାଏ । ତେଣୁ ଏସବୁ ଅଭ୍ୟାସଠୁ ଦୂରେଇ ରହିବା ଉଚିତ୍ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.