ETV Bharat / sukhibhava

କୋଭିଡ ପରବର୍ତ୍ତୀ ନୂଆ ସ୍ୱାସ୍ଥ୍ୟ ସମସ୍ୟା: ମୁକୋରମାଇକୋସିସ - New Post-COVID19

କୋଭିଡ ପୂର୍ବରୁ ତାଙ୍କ ହସପିଟାଲରେ ବର୍ଷକୁ ମୁକୋରମାଇକୋସିସର ତିନିଟି ବା ଚାରିଟି ମାମଲା ଆସୁଥିଲା । କିନ୍ତୁ ଏବେ ହାଇଦ୍ରାବାଦରେ ପାଖାପାଖି ୬୦ଟି ମାମଲା ଆସୁଛି । ମାନେ ସହରରେ ମୁକୋରମାଇକୋସିସ ମାମଲା ବର୍ଷକରେ ୧୦ ଗୁଣ ବଢିଛି । ମୁକୋରମାଇକୋସିସ ରୋଗ ସମସ୍ତଙ୍କ ପାଇଁ ଅପେକ୍ଷାକୃତ ଏକ ନୂଆ ରୋଗ ହୋଇଥିବା ବେଳେ ଇଟିଭି ଭାରତ ସୁଖିଭବଃ ପକ୍ଷରୁ ଏହି ରୋଗ ବାବଦରେ ପାଠକମାନଙ୍କୁ ବିସ୍ତୃତ ଭାବେ ସୂଚନା ଦେବା ଜରୁରୀ ହୋଇଛି ।

କୋଭିଡ ପରବର୍ତ୍ତୀ ନୂଆ ସ୍ୱାସ୍ଥ୍ୟ ସମସ୍ୟା: ମୁକୋରମାଇକୋସିସ

author img

By

Published : Feb 19, 2021, 3:08 PM IST

ସାଧାରଣ ଲୋକଙ୍କ ପାଇଁ ପ୍ରାୟତଃ ଏକ ଅଜଣା ରୋଗ ଭାରତର ଡାକ୍ତରମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । କୋଭିଡ-୧୯ରୁ ଆରୋଗ୍ୟ ହେଉଥିବା ଲୋକଙ୍କ ମଧ୍ୟରେ ଏହି ରୋଗର ଲକ୍ଷଣ ପ୍ରକାଶ ପାଉଛି । ଏହା ଏକ ଫଙ୍ଗଲ ରୋଗ, ଯାହା କି ମୁକୋରମାଇକୋସିସ ଭାବେ ପରିଚିତ । ଏହା ଏକ ବିରଳ କିନ୍ତୁ ଅତି ଗୁୁରୁତର ରୋଗ । ଆଉ ଏହି ରୋଗର ମାମଲା ସଂଖ୍ୟା ୧୦ ଗୁଣ ବଢିଯାଇଛି ।

ହାଇଦ୍ରାବାଦ ସ୍ଥିତ ସରକାରୀ ଗାନ୍ଧି ହସପିଟାଲର ଡାକ୍ତର ଏମ. ରାଜାରାମଙ୍କ ଅନୁସାରେ ଭାଇରାଲ ରୋଗରୁ ସୁସ୍ଥ ହେଉଥିବା ରୋଗୀଙ୍କଠାରେ ମୁକୋରମାଇକୋସିସର ସଂକ୍ରମଣ ଦେଖାଯାଉଛି । କୋଭିଡ-୧୯ ମଧ୍ୟ ଏକ ଭାଇରାଲ ରୋଗ ହୋଇଥିବାରୁ ସେହି ରୋଗରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ମଧ୍ୟରେ ଏହି ରୋଗ ଦେଖାଯାଉଥିବା ଡାକ୍ତର ରାଜାରାମ କହନ୍ତି । ଗତ ୭-୮ ମାସ ମଧ୍ୟରେ କେବଳ ଗାନ୍ଧି ସରକାରୀ ହସପିଟାଲରେ ହିଁ ମୁକୋରମାଇକୋସିସ ରୋଗୀ ଭର୍ତ୍ତି ହୋଇସାରିଛନ୍ତି ।

ମେଡିକଭର ହସପିଟାଲର କନସଲଟାଂଟ୍ ପଲମନୋଲୋଜିଷ୍ଟ ଡକ୍ଟର ମେଘନା ରେଡ୍ଡି କହନ୍ତି , କୋଭିଡ ପୂର୍ବରୁ ତାଙ୍କ ହସପିଟାଲରେ ବର୍ଷକୁ ମୁକୋରମାଇକୋସିସର ତିନିଟି ବା ଚାରିଟି ମାମଲା ଆସୁଥିଲା । କିନ୍ତୁ ଏବେ ହାଇଦ୍ରାବାଦରେ ପାଖାପାଖି ୬୦ଟି ମାମଲା ଆସୁଛି । ମାନେ ସହରରେ ମୁକୋରମାଇକୋସିସ ମାମଲା ବର୍ଷକରେ ୧୦ ଗୁଣ ବଢିଛି । ମୁକୋରମାଇକୋସିସ ରୋଗ ସମସ୍ତଙ୍କ ପାଇଁ ଅପେକ୍ଷାକୃତ ଏକ ନୂଆ ରୋଗ ହୋଇଥିବା ବେଳେ ଇଟିଭି ଭାରତ ସୁଖିଭବଃ ପକ୍ଷରୁ ଏହି ରୋଗ ବାବଦରେ ପାଠକମାନଙ୍କୁ ବିସ୍ତୃତ ଭାବେ ସୂଚନା ଦେବା ଜରୁରୀ ହୋଇଛି ।

ମୁକୋରମାଇକୋସିସ କ’ଣ ?

ସେଂଟର ଫର୍ ଡଜିଜ୍ କଂଟ୍ରୋଲ ଆଣ୍ଡ୍ ପ୍ରିଭେନସନ -ସିଡିସି ଅନୁସାରେ ମୁକୋରମାଇକୋସିସ୍ ( ପୂର୍ବବର୍ତ୍ତୀ ନାମ ଜାଇଗୋମାଇକୋସିସ ) ହେଉଛି ଏକ ଫଙ୍ଗଲ ସଂକ୍ରମଣ, ଯାହା କି ମୁକୋରମାଇସେଟିସ ନାମକ ଏକ ମୋଲ୍ଡ ଗୋଷ୍ଠୀ ଦ୍ୱାରା ସୃଷ୍ଟି ହୋଇଥାଏ । ଏହି ମୋଲ୍ଡଗୁୁଡିକ ପରିବେଶରେ ଘୁରି ବୁଲୁଥାଆନ୍ତି । ପୂର୍ବରୁ କୌଣସି ରୋଗ ଥିଲେ ଓ କୌଣସି ରୋଗ ପାଇଁ ଔଷଧ ଖାଉଥିବା ଲୋକଙ୍କୁ ଆକ୍ରମଣ କରିଥାଏ ମୁକୋରମାଇକୋସିସ । ଫଳରେ ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଏ । ମାନେ ବାହାର ବ୍ୟାକଟେରିଆ ବା ଭାଇରସ ସହ ଲଢିବା ପାଇଁ ଶରୀରର ସାମର୍ଥ୍ୟ ହ୍ରାସ ପାଏ । ସିଡିସି ଅନୁସାରେ ଏହା ସାଧାରଣତଃ ସାଇନସସ ବା ଫୁସଫୁସକୁ ପ୍ରଭାବିତ କରିଥାଏ ।

କାରଣ ଓ ଲକ୍ଷଣ

ଏହି ରୋଗ ସଂକ୍ରାମକ ନୁହେଁ । ଏହା ଫଙ୍ଗାଲ ସ୍ପୋର୍ସ ବା ମୁକୋରମାଇସେଟିସ ନାମକ ମୋଲ୍ଡ ଜରିଆରେ ବ୍ୟାପେ, ଯାହା କି ମାଟି, ପଚାସଢା କାଠ, ପତ୍ର ଆଦିରେ ରହିଥାଏ । ଫଙ୍ଗସ ଦ୍ୱାରା ପ୍ରଭାବିତ ଶରୀର ଅଂଶଗୁଡିକ ଉପରେ ନିର୍ଭର କରିଥାଏ ରୋଗର ଲକ୍ଷଣ । ସିଡିସି ଦ୍ୱାରା ଏସବୁ ଉଲ୍ଲେଖ କରାଯାଇଛି ।

୧. ରିନୋସେରେବ୍ରାଲ ( ସାଇନସ ଓ ବ୍ରେନ ) ମୁକୋରମାଇକୋସିସ

. ଏକ ପାଖିଆ ଫାସିଆଲ ସ୍ୱେଲିଂ

. ମୁଣ୍ଡବ୍ୟଥା

. ନାଜାଲ ବା ସାଇନଓ କଂଜେସନ

. ନାଜାଲ ବ୍ରିଜ୍‌ରେ ବ୍ଲାକ ଲେଜିଅନସ ତୀବ୍ର ହେବା

. ଜ୍ୱର

୨. ପଲମୋନାରି ( ଫୁସଫୁସ ) ମୁକୋରମାଇକୋସିସ

. ଜ୍ୱର

. କଫ

. ଛାତି ଯନ୍ତ୍ରଣା

. ନିଶ୍ୱାସପ୍ରଶ୍ୱାସରେ କଷ୍ଟ

୩. ଗ୍ୟାସ୍ଟ୍ରୋଇଂଟେଷ୍ଟିନାଲ ମୁକୋରମାଇକୋସିସ

. ତଳିପେଟ ଯନ୍ତ୍ରଣା

. ଅସୁସ୍ଥତା ଓ ବାନ୍ତି

. ଗ୍ୟାସ୍ଟ୍ରୋଇଂଟେଷ୍ଟିନାଲ ବ୍ଲିଡିଂ

୪. କଟାନିଓସ ( ସ୍କିନ ) ମୁକୋରମାଇକୋସିସ-

ଏହା ବ୍ଲିଷ୍ଟର ବା ଘାଆ ସଦୃଶ ଦିଶେ । ସଂକ୍ରମିତ ଅଂଶ କଳା ପଡିଯାଏ । ଏହାର ଅନ୍ୟ ଲକ୍ଷଣ ହେଲା ଯନ୍ତ୍ରଣା, ଅତ୍ୟଧିକ ଗରମ, ଅତ୍ୟଧିକ ନାଲିପଣ ଓ କ୍ଷତ ପାଖାପାଥି ସ୍ୱେଲିଂ । ଲକ୍ଷଣ ଦେଖାଗଲେ ବା ପ୍ୟାଥୋଲୋଜିକାଲ ବା ଟିସୁ ବାୟୋସ୍ପି ପରି ଲ୍ୟାବ ଟେଷ୍ଟ ଜରିଆରେ ରୋଗ ଚିହ୍ନଟ ହେଲେ ତୁରନ୍ତ ଏହାର ଚିକିତ୍ସା ଆରମ୍ଭ କରିବା ଦରକାର । ଠିକ୍ ସମୟରେ ଚିକିତ୍ସା ଆରମ୍ଭ ନ କଲେ ମୁକୋରମାଇକୋସିସ୍ ମରଣାନ୍ତକ ହେବା ଆଶଙ୍କା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.