ETV Bharat / sukhibhava

ଶାନ୍ତିରେ ଶୋଇବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଟିପ୍ସ - ଘୁଙ୍ଗୁଡି ସମସ୍ୟା

ଘୁଙ୍ଗୁଡି ଦେଇ ଗତି କରୁଛନ୍ତି କି ? ତେବେ ଚିନ୍ତା କରନ୍ତୁନି ! ଶାନ୍ତିରେ ଶୋଇବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଟିପ୍ସ

sleep soundly
sleep soundly
author img

By ETV Bharat Odisha Team

Published : Nov 1, 2023, 2:16 PM IST

ହାଇଦ୍ରାବାଦ: ସମୟ ସହିତ ବୃଦ୍ଧି ପାଉଛି କାର୍ଯ୍ୟଭାର । ତେବେ କାର୍ଯ୍ୟ ଶେଷ ହେବା ପରେ ସମସ୍ତେ ବିଶ୍ରାମ ନେବା ପାଇଁ ଚାହିଁଥାଆନ୍ତି । କିନ୍ତୁ ପରିବାରର କୌଣସି ସମଦ୍ୟଙ୍କ ଘୁଙ୍ଗୁଡି ସମସ୍ୟା ରହିଥିଲେ, ଜଣେ ବ୍ୟକ୍ତି ଶାନ୍ତି ଶୋଇପାରେ ନାହିଁ । ଦିନସାରା କାର୍ଯ୍ୟ କରି ଥକ୍କି ଯାଇଥିଲେ ସୁଦ୍ଧା ଶାନ୍ତିରେ ବିଶ୍ରାମ ନେବା ସମ୍ଭବ ହୁଏ ନାହିଁ। ଆପଣ ମଧ୍ୟ ଏଭଳି ସମସ୍ୟା ଦେଇ ଗତି କରୁଛନ୍ତି କି ? ଘୁଙ୍ଗୁଡି ସମସ୍ୟାକୁ ନେଇ ଅତିଷ୍ଠ ହୋଇଗଲେ କି ? ତେବେ ନଜର ପକାନ୍ତୁ ନିମ୍ନଲିଖିତ ଟିପ୍ସ ଉପରେ

ଅଳେଇଚ: ସମସ୍ତେ ଜାଣନ୍ତୁ ଅଳେଇଚରେ ଅନେକ ପ୍ରକାର ସ୍ବାସ୍ଥ୍ୟ ଉପକାରୀ ଗୁଣ ରହିଥାଏ । ବିଶେଷକରି ଶ୍ବାସକ୍ରିୟା କ୍ଷେତ୍ରରେ ଏହା ଅଧିକ ପ୍ରଭାବ ପକାଇଥାଏ। ଯଦି ଘୁଙ୍ଗୁଡି ସମସ୍ୟା ରହିଛି ତେବେ ଆପଣଙ୍କ ପାଇଁ ଅଳେଇଚ ରାମବଣ ଭଳି କାମ କରିପାରେ। ଗୋଟିଏ ଗୋଟା ଅଳେଇଚକୁ ଗୁଣ୍ଡ କରି ତାହାକୁ ଗରମ ପାଣିରେ ମିଶାନ୍ତୁ। ଶୋଇବାକୁ ଯିବାର ଅଧଘଣ୍ଟା ପୂର୍ବରୁ ଏହାକି ପିଅନ୍ତୁ। କିଛି ଦିନ ଲଗାତାର ପିଇବା ଦ୍ବାରା ଘୁଙ୍ଗୁଡି ସମସ୍ୟା ଦୂର ହେବା ସହିତ ରାତିରେ ନିଦ ମଧ୍ୟ ଭଲ ହୋଇଥାଏ ।

ହଳଦୀ: ଏଥିରେ ଆଣ୍ଟିବାୟୋଟିକ ଏବଂ ଆଣ୍ଟି ଇନଫ୍ଲାମେଟୋରୀ ଗୁଣ ରହିଛି। ଏହା ସାଧାରଣତଃ ସଂକ୍ରମଣ କ୍ଷେତ୍ରରେ ଔଷଧ ଭଳି କାର୍ଯ୍ୟ କରିଥାଏ। ବିଶେଷ କରି ଛୋଟ ଛୁଆଙ୍କୁ ଥଣ୍ଡା, ଶର୍ଦ୍ଦି ଦେଖାଗଲେ ହଳଦୀ ଖାଇବା ପାଇଁ ଦିଆଯାଇଥାଏ । ତେବେ ବୟସ୍କଙ୍କ କ୍ଷେତ୍ରରେ ଘୁଙ୍ଗୁଡି ସମସ୍ୟା ଦୂର କରିବା ପାଇଁ ହଳଦୀ ପ୍ରଭାବଶାଳୀ ବୋଲି କୁହାଯାଇଛିି । ଏକ ଗ୍ଲାସ୍‌ ଉଷୁମ ପାଣି ନେଇ ସେଥିରେ ଏକ ଚାମଚ ହଳଦୀ ଗୋଳାନ୍ତୁ । ଏହାକୁ ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ । ଏହା ଦ୍ବାରା ଘୁ୍ଙ୍ଗୁଡି ସମସ୍ୟା ଦୂର ହୋଇଥାଏ । ତେବେ କେମିକାଲ ନଥିବା ହଳଦୀ ବ୍ୟବହାର ପାଇଁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: Snoring: ଘୁଙ୍ଗୁଡି ହୋଇପାରେ ଘାତକ, ହୋଇପାରେ ହାର୍ଟଆଟାକ ଏବଂ ଷ୍ଟ୍ରୋକ!

ରସୁଣ: ଆଣ୍ଟି ଅନଫ୍ଲାମେଟୋରୀ ଏବଂ ଆଣ୍ଚି ମାଇକ୍ରୋବିୟାଲ ଗୁଣ ରସୁଣରେ ରହିଥାଏ। ତେବେ କେତେକ ଛୋଟ ଛୁଆଙ୍କୁ ଥଣ୍ଡା ଯୋଗୁଁ ଘୁଙ୍ଗୁଡି ସମସ୍ୟା ହୋଇଥାଏ। ଶର୍ଦ୍ଦି ଭଲ ହେବା ପରେ ଆଉ ଘୁଙ୍ଗୁଡି ହୁଏ ନାହିଁ। ତେବେ ଏକ ରସୁଣକୁ ଛୋଟ ଛୋଟ କାଟି ତାକୁ ଭାତରେ ମିଶାଇ ଖାଇବାକୁ ଦିଅନ୍ତୁ । ଯଦି ଛୁଆ ରସୁଣ ଖାଇବାକୁ ପସନ୍ଦ କରନ୍ତି ତେବେ ଚୋପା ଛଡାଇ ସେଥିରେ ଅଳ୍ପ ଲୁଣ ମିଶାଇ ଦେଇପାରିବେ । ନଚେତ ଭାତରେ ଗୋଳାଇ ଦିଅନ୍ତୁ ।

ବ୍ୟାୟାମ: ଅଧିକ ପରିଶ୍ରମ କରିବା ପରେ କିମ୍ବା କମ୍ୟୁଟର ସାମ୍ନାରେ ବସି ଅଧିକ କାର୍ଯ୍ୟ କରିବା ପରେ ଜଣେ ବ୍ୟକ୍ତି ଅଧିକା ଥକ୍କା ଅନୁଭବ କରିଥାଏ । କାର୍ଯ୍ୟ ଶେଷ କରି ଘରକୁ ଆସି ଶୋଇବାକୁ ପସନ୍ଦ କରିଥାଏ । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁଁ ଅଧିକାଂଶ ବ୍ୟକ୍ତି ବ୍ୟାୟାମ କରିବା ପାଇଁ ସମୟ ପାଆନ୍ତି ନାହିଁ । କିନ୍ତୁ ପ୍ରତିଦିନ ବ୍ୟାୟାମ କରିବା ଆବଶ୍ୟକ ବୋଲି କୁହାଯାଇଛି । ଦୈନିକ ଅକ ଘଣ୍ଟା ନାଚିବା, ଚାଲିବା କିମ୍ବା ସାଇକେଲ ଚଲାଇବା ଦ୍ବାରା ଘୁଙ୍ଗୁଡି ସମସ୍ୟା ଦୂର ହେବା ସହିତ ସ୍ବାସ୍ଥ୍ୟ ଉପରେ ମଧ୍ୟ ସୁପ୍ରଭାବ ପକାଇଥାଏ ବୋଲି କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.