ETV Bharat / sukhibhava

National Girl Child Day: ଅତୁଳନୀୟ କନ୍ୟା ରତ୍ନ, ଅମୂଲ୍ୟ ତା'ର ଅବଦାନ

author img

By

Published : Jan 24, 2023, 2:52 PM IST

ପରିବାରରେ ପୁତ୍ର ସନ୍ତାନଟିଏ ଜନ୍ମ ନେଲେ ଯେଉଁ ଉଲ୍ଲାସ ଖେଳିଉଠେ, ସମାନ ଭାବେ କନ୍ୟା ସନ୍ତାନଟିଏ ଜନ୍ମ ନେଲେ ଉଲ୍ଲସିତ ହେବା ଉଚିତ୍ । ତେବେ ଯାଇ ଏ ସମାଜ ଏକ ସୁସ୍ଥ ସମାଜରେ ପରିଗଣିତ ହେବ । ଏପରି ବାର୍ତ୍ତାକୁ ପ୍ରତି ହୃଦୟକୁ ହୃଦବୋଧ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ପାଳନ କରାଯାଉଛି ଜାତୀୟ କନ୍ୟା ସନ୍ତାନ ଦିବସ । ଅଧିକ ପଢନ୍ତୁ

Girl children gossiping in classroom
Girl children gossiping in classroom

ହାଇଦ୍ରାବାଦ: ନାରୀ ଓ ପୁରୁଷ ସମାଜର ଗୋଟିଏ ପାର୍ଶ୍ବର ଦୁଇ ମୁଦ୍ରା ପରି । ଜଣଙ୍କ ବିନା ଆଉ ଜଣଙ୍କ ଅସ୍ଥିତ୍ବ ଅଦୃଶ୍ୟ । ସମାଜ ପାଇଁ ଉଭୟଙ୍କର ସମତୁଲ ଅବଦାନ ରହିଛି । ସୃଷ୍ଟି ଚକ୍ର ଚାଲୁରହିବା ପାଇଁ ପୁଅଟିଏ ଭଳି ଝିଅଟିଏର ମଧ୍ୟ ସମାନ ଅବଦାନ ରହିଛି । ପରିବାରରେ ପୁତ୍ର ସନ୍ତାନଟିଏ ଜନ୍ମ ନେଲେ ଯେଉଁ ଉଲ୍ଲାସ ଖେଳିଉଠେ, ସମାନ ଭାବେ କନ୍ୟା ସନ୍ତାନଟିଏ ଜନ୍ମ ନେଲେ ଉଲ୍ଲସିତ ହେବା ଉଚିତ୍ । ତେବେ ଯାଇ ଏ ସମାଜ ଏକ ସୁସ୍ଥ ସମାଜରେ ପରିଗଣିତ ହେବ । ଏପରି ବାର୍ତ୍ତାକୁ ପ୍ରତି ହୃଦୟକୁ ହୃଦବୋଧ କରାଇବା ପାଇଁ 2008 ରେ କନ୍ୟା ସନ୍ତାନ ଦିବସ ପାଳନ ନେଇ ନିଷ୍ପତ୍ତି ନେଲେ ଭାରତ ସରକାର । ସେବେଠାରୁ ଆଜିର ଦିନକୁ ଅର୍ଥାତ୍ ଜାନୁଆରୀ 24କୁ ଜାତୀୟ କନ୍ୟା ସନ୍ତାନ ଦିବସ ରୁପେ ପାଳନ କରାଯାଉଛି ।

Innocent Indian girl
Innocent Indian girl

2008 ରେ କେନ୍ଦ୍ର ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏହି ଦିବସ ପାଳନର ଶୁଭାରମ୍ଭ ହୋଇଥିଲା । ଝିଅମାନଙ୍କୁ ଜାଗ୍ରତ କରାଇବା, ଶିକ୍ଷିତ କରାଇବା ସମାଜର ସମସ୍ତ କାର୍ଯ୍ୟରେ କିପରି ସେମାନେ ସ୍ବତଃପ୍ରବୃତ ଭାବେ ଯୋଗଦାନ କରିପାରିବ ତାହାହିଁ ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ତା' ସହିତ ଏବେ ମଧ୍ୟ ପୁଅ-ଝିଅର ତାର-ତମ୍ୟ କରୁଥିବା, କନ୍ୟା ଭୃଣକୁ ମାଆ ପେଟରୁ ନଷ୍ଟ କରିଦେବା ଭଳି ଘୃଣ୍ୟ ଅପରାଧରେ ଲିପ୍ତ ଥିବା ବ୍ୟକ୍ତିଙ୍କୁ ସୂଚାଇ ଓ ଚେତାଇ ଦେବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି । ସ୍କୁଲ୍‌ଠୁ କଲେଜ୍, ଗାଁରୁ ସହର ସବୁଠି ଜାତୀୟ କନ୍ୟା ସନ୍ତାନ ଦିବସର ଆୟୋଜନ ହେଉଛି । ଯେଉଁଥିରେ ସାଧାରଣ ଲୋକଙ୍କୁ କନ୍ୟା ସନ୍ତାନଙ୍କ ସୁରକ୍ଷା, ଲିଙ୍ଗଗତ ସମାନତା, ଉତ୍ତମ ସ୍ବାସ୍ଥ୍ୟ, ସୁରକ୍ଷିତ ବାତାବରଣ ଦିଆଯାଏ ।

Innocent Indian girl
Innocent Indian girl

ବର୍ତ୍ତମାନ ଝିଅମାନେ ପୁଅଙ୍କ ଭଳି ସବୁଠି ଭାଗ ନେଇପାରୁଛନ୍ତି । "ତୁ ଝିଅଟିଏ କଣ କରିବୁ" ଏ ପଙ୍‌କ୍ତି ଧୀରେ ଧୀରେ ଲିଭିବାକୁ ଯାଉଛି । ଝିଅଟିଏ ମହାକାଶରୁ ମହାସାଗର ସବୁଠି ନିର୍ଭୟରେ ବିଚରଣ କରିପାରୁଛି । କେନ୍ଦ୍ର ସରକାରଙ୍କ ନୂତନ ନିୟମ କ୍ରମେ ଏବେ ସେନାରେ ମଧ୍ୟ ମହିଳାମାନଙ୍କ ଯୋଗଦାନ ରହୁଛି । ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ର ସହ ପ୍ରଶାସନିକ ଅଧିକାରୀ ହେଉଛନ୍ତି ମହିଳା । ତଥାପି କେତେକ ଅସାମାଜିକ ଲୋକଙ୍କ ନାରକୀୟ କାଣ୍ଡରେ ବଳି ପଡିଯାଉଛି ନାରୀ । ଏଥିରୁ କୁନି କୁନି କନ୍ୟା ସନ୍ତାନ ମଧ୍ୟ ବାଦ୍ ପଡୁନାହାନ୍ତି । ବିଭିନ୍ନ ସମୟରେ '5 ବର୍ଷର ଶିଶୁକୁ ଗଣଦୁଷ୍କର୍ମ', '12 ବର୍ଷର ନାବାଳିକା ଗର୍ଭବତୀ' ଭଳି କଳୁଷିତ ଖବର ଖବରକାଗଜର ପୃଷ୍ଠା ମଣ୍ଡନ କରୁଛି ।

Innocent Indian girl
Innocent Indian girl

ତେଣୁ ଏସବୁ ଘୃଣ୍ୟ କାର୍ଯ୍ୟକୁ ସମାଜରୁ ସମ୍ପୂର୍ଣ୍ଣ ରୂପେ ମୂଳତ୍ପୋଟନ କରିବାର ଆବଶ୍ୟକତା ରହିଛି । ଏଥିପାଇଁ ପ୍ରଥମେ ମାନସିକତାକୁ ପରିବର୍ତ୍ତନ କରିବାକୁ ପଡିବ । ମନରୁ ପ୍ରଥମେ ପୁଅ ଓ ଝିଅର ତୁଳନାକୁ ଦୂର କରିବାକୁ ପଡିବ । ଉଭୟଙ୍କର ଆବଶ୍ୟକତା ସମାଜକୁ ସମାନ ଭାବରେ ରହିଛି, ପୁଅକୁ ଝିଅ ସହ ତୁଳନା କିମ୍ବା ଝିଅକୁ ପୁଅ ସହ ତୁଳନା କରିବାର ଭ୍ରାନ୍ତ ଚିନ୍ତନରେ ପୂର୍ଣ୍ଣଚ୍ଛେଦ ଟାଣିବାର ଅଛି । ନଚେତ୍ ସୁସ୍ଥ ସମାଜ ଗଠନ କରିବା ଅସମ୍ଭବ ହୋଇପାଡିବ । ଯଦି ଆମେ ଆମ ଘରୁ ପରିବର୍ତ୍ତନ ଆରମ୍ଭ କରିବା, ତେବେ ନିଶ୍ଚିତ ରୂପେ ସମାଜରେ ପରିବର୍ତ୍ତନ ଆସିପାରିବ...

Gilr child playing image

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.