ETV Bharat / sukhibhava

ଅଧିକ ସ୍ମାର୍ଟଫୋନ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ ! ହ୍ରାସ ହୋଇପାରେ ପୁରୁଷଙ୍କ ସ୍ପର୍ମ କାଉଣ୍ଟ - ସ୍ମାର୍ଟଫୋନର ବ୍ୟବାହର ଯୋଗୁଁ ସ୍ପର୍ମ କାଉଣ୍ଟ ହ୍ରାସ

Sperm Count Research: ଅଧିକ ସ୍ମାର୍ଟଫୋନ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ। ସ୍ମାର୍ଟଫୋନର ଅଧିକ ବ୍ୟବହାର ଯୋଗୁଁ ସ୍ପର୍ମ କାଉଣ୍ଟ୍‌ ହ୍ରାସ ହୋଇପାରେ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

Mobile phones might cause lower sperm count

author img

By ETV Bharat Odisha Team

Published : Nov 6, 2023, 10:31 AM IST

ହାଇଦ୍ରାବାଦ: ପୁରୁଷମାନେ ଅଧିକ ସ୍ମାର୍ଟଫୋନ ବ୍ୟବହାର କରୁଥିଲେ, ହୋଇଯାଆନ୍ତୁ ସାବଧାନ ! ଅଧିକ ସ୍ମାର୍ଟଫୋନ ବ୍ୟବହାର କରିବା ଦ୍ବାରା କମ୍ ହୋଇପାରେ ସ୍ପର୍ମ କାଉଣ୍ଟ । ଏକଥା ଆମେ କହୁନାହୁଁ ନିକଟରେ ହୋଇଥିବା ଏକ ଅଧ୍ୟୟନରେ ବୈଜ୍ଞାନିକମାନେ ଏହା ଦାବି କରିଛନ୍ତି । ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଇଲେକ୍ଟ୍ରୋମ୍ୟାଗ୍ନେଟିକ ରେଡିଏସନ ଯୁକ୍ତ ସ୍ମାର୍ଟଫୋନ ବ୍ୟବହାର କରିବା ଦ୍ବାରା ସ୍ପର୍ମ କାଉଣ୍ଟ ହ୍ରାସ ହୋଇପାରେ ବୋଲି କୁହାଯାଇଛି ।

ବିଶ୍ବରେ ଗତ 50 ବର୍ଷ ମଧ୍ୟରେ ପୁରୁଷଙ୍କ ଶୁକ୍ରାଣୁ ସଂଖ୍ୟା 50 ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ତେବେ ଏହା କାରଣ ଜାଣିବା ପାଇଁ ଅଧ୍ଯୟନ ଜାରି ରହିଛି । ଆମେ ଖାଉଥିବା ଖାଦ୍ୟ, ଜଳରେ ରହିଥିବା ବିଷାକ୍ତ ପଦାର୍ଥ ମଧ୍ୟ ଏହାର କାରଣ ହୋଇପାରେ ବୋଲି ବୈଜ୍ଞାନିକମାନେ କହିଛନ୍ତି । ତେବେ ଏହା ସହିତ ସ୍ମାର୍ଟଫୋନର ଅଧିକ ବ୍ୟବହାର ମଧ୍ୟ ଦାୟୀ ହୋଇପାରେ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି। ନିକଟରେ ସ୍ମାର୍ଟଫୋନ ଏବଂ ପୁରୁଷଙ୍କ ଶୁକ୍ରାଣୁ ହ୍ରାସ ମଧ୍ୟରେ ରହିଥିବା ସମ୍ବନ୍ଧକୁ ଜାଣିବା ପାଇଁ ଏକ ଅଧ୍ୟୟନ କରାଯାଇଥିଲା ।

ଜେନେଭା ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀଙ୍କ ଦ୍ବାରା କରାଯାଇଥିବା ଏହି ଅଧ୍ୟୟନରେ 2005 ରୁ 2018 ମଧ୍ୟରେ ସେନାରେ ରହିଥିବା 18 ରୁ 22 ବର୍ଷର 2886 ଜଣଙ୍କୁ ନେଇ ଅନୁଧ୍ୟାନ କରାଯାଇଥିଲା। ଯଦିଓ ଅଧ୍ୟୟନରେ ମୋବାଇଲ୍ ଫୋନ୍ ବ୍ୟବହାର ଏବଂ ଶୁକ୍ରାଣୁ ମର୍ଫୋଲୋଜି ମଧ୍ୟରେ କୌଣସି ସମ୍ବନ୍ଧ ନଥିଲା କିନ୍ତୁ ଶୁକ୍ରାଣୁ ସଂଖ୍ୟା ହ୍ରାସ କରିବାରେ ଏହା ଏକ କାରଣ ବୋଲି ଜଣାପଡିଥିଲା। ଯେଉଁମାନେ ଦିନକୁ 20ରୁ ଅଧିକ ଥର ମୋବାଇଲ ବ୍ୟବହାର କରୁଥିଲେ ସେମାନଙ୍କ ଶୁକ୍ରାଣୁ ସଂଖ୍ୟା କମିବାର 21 ପ୍ରତିଶତ ବିପଦ ରହିଛି ବୋଲି ଜଣାପଡିଥିଲା। ତେବେ ଯୁଗ ଦିନକୁ ଦିନ ଆଧୁନିକ ହେଉଥିବା ବେଳେ ଏହା ଆଗାମୀ ଦିନରେ 21 ପ୍ରତିଶତରୁ ବୃଦ୍ଧି ପାଇ 30 ପ୍ରତିଶତ ହେବାର ସମ୍ଭାବନା ରହିଛି ବୋଲି ବୈଜ୍ଞାନିକମାନେ କହିଛନ୍ତି।

ଏହା ମଧ୍ୟ ପଢନ୍ତୁ: Covid Impact: ସୁସ୍ଥ ପରେ ବି ରହୁଛି କୋଭିଡ ପ୍ରଭାବ, ବଦଳୁଛି ପୁରୁଷଙ୍କ ସ୍ପର୍ମ କାଉଣ୍ଟ

କଣ ପାଇଁ ଜରୁରୀ ସ୍ପର୍ମ କ୍ବାଲିଟି: ପୁରୁଷର ପ୍ରଜନନ କ୍ଷମତା ପାଇଁ ସ୍ପର୍ମ କ୍ବାଲିଟି ଏକ ମହତ୍ତ୍ବପୂର୍ଣ୍ଣ କାରକ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(WHO) ଅନୁଯାୟୀ, ଯଦି ପୁରୁଷଙ୍କ ସ୍ପର୍ମ କନସନଟ୍ରେସନ୍‌ 15 ମିଲିୟନ ପ୍ରତି ମିଲିଲିଟରରୁ କମ ହୁଏ ତେବେ ଗର୍ଭଧାରଣ ପାଇଁ ଏକ ବର୍ଷରୁ ଅଧିକ ସମୟ ଲାଗିପାରେ ବୋଲି କୁହାଯାଇଛି । ଯଦି ଶୁକ୍ରାଣୁର କନସନଟ୍ରେସନ୍‌ 40 ମିଲିୟନ ପ୍ରତି ମିଲିଲିଟରରୁ କମ୍‌ ହୁଏ, ତେବେ ଗର୍ଭଧାରଣ ହେବାର ସମ୍ଭାବନା କମିଯାଇଥାଏ ।

ଦିନକୁ ଦିନ ଫୋନର ବ୍ୟବାହର ବୃଦ୍ଧି ପାଉଥିବା ବେଳେ ଶୁକ୍ରାଣୁ ହ୍ରାସ ପାଉଥିବା ଜଣାପଡିଛି । ଶୁକ୍ରାଣୁ ସଂଖ୍ୟା ଗୁରୁତ୍ବପୂର୍ଣ୍ଣ ହୋଇନଥିଲେ ସୁଦ୍ଧା ଗତି, କ୍ଷମତା ଏବଂ ସଠିକ ଆକୃତି ରହିବା ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଇଛି । ତେବେ ଗର୍ଭଧାରଣ ପାଇଁ ପ୍ଲାନିଂ କରୁଥିବା କିମ୍ବା ସ୍ପର୍ମ କ୍ବାଲିଟି ବୃଦ୍ଧି କରିବାକୁ ଚାହୁଁଥିଲେ ନିୟମିତ ବ୍ଯାୟାମ, ଧୂମ୍ରପାନରୁ ଦୂରେଇ ରହିବା, ସନ୍ତୁଳିତ ଖାଦ୍ୟ ଖାଇବା ନିତାନ୍ତ ଜରୁରୀ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.