ETV Bharat / sukhibhava

ଏନର୍ଜି ବୁଷ୍ଟ୍‌ଠୁ ଚିନ୍ତା ଦୂର ହୁଏ ସେବନ କଲେ ମିଶ୍ରି

author img

By

Published : Apr 29, 2023, 9:40 PM IST

ମିଶ୍ରି ମିଠା ହେଲେ ମଧ୍ୟ ଏଥିରେ ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ଆମ ମଧ୍ୟରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ଆଦୌ ମିଠା ଖାଇନାହାନ୍ତି । ଚିନିରେ ପ୍ରସ୍ତୁତ ଖାଦ୍ୟ ମଧ୍ୟ ଏମିତିରେ ମଧୁମେହ ରୋଗୀଙ୍କ ପାଇଁ ବିଷ ସଦୃଶ । ହେଲେ ଜାଣନ୍ତି କି ମିଶ୍ର ଏପରି ଏକ ମିଠା, ଯେଉଁଥିରେ ଉପକାରୀ ଗୁଣ ଭରି ରହିଛି । ଆଜ୍ଞା ହଁ, ମିଶ୍ରି ମିଠା ହେଲେ ମଧ୍ୟ ଏହା ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ । ଏଥିରେ କି କି ସ୍ବାସ୍ଥ୍ୟ ଉପକାରୀ ଗୁଣ ରହିଛି, ଜାଣନ୍ତୁ...

କଫ ଦୂରହୁଏ:- ଅଧିକାଂଶ ଲୋକଙ୍କର ଥଣ୍ଡା ହେଲେ ଗଳାରେ କଫା ଜମିରହେ । ଆୟୁର୍ବେଦ ଅନୁଯାୟୀ, କାଶ ବା କଫ ଚିକିତ୍ସା ପାଇଁ ମିଶ୍ରି ବେଶ୍ ଉପକାରୀ । ଯଦି ଗଳା ଯନ୍ତ୍ରଣା ହୁଏ, ତେବେ ଗୋଲମରିଚ ଏବଂ ଘିଅ ସହିତ ମିଶ୍ରି ଖାଇଲେ ତୁରନ୍ତ ଲାଭ ମିଳିଥାଏ ।

ଏନର୍ଜି ବୁଷ୍ଟ୍ କରେ:- ମିଶ୍ରି ଖାଇବାର ଆଉ ଏକ ଭଲ ଗୁଣ ହେଉଛି. ଏହା ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ । ମିଶ୍ରି ଖାଇବା ମାତ୍ରେ ତୁରନ୍ତ ଶକ୍ତି ମିଳିଥାଏ ।

ପାଟିରେ ଥିବା ଜୀବାଣୁକୁ ମାରିଥାଏ:- ପାଟିରେ ଜୀବାଣୁ ବୃଦ୍ଧି କାରଣରୁ ଦୁର୍ଗନ୍ଧ ଆରମ୍ଭ ହୁଏ । ଏହି ସମସ୍ୟା ଅନେକ ଲୋକଙ୍କୁ ଚିଡିଚିଡା ସ୍ବଭାବର କରିଦିଏ । ଏଥିରୁ ରକ୍ଷା ପାଇବା ପାଇଁ ମିଶ୍ରି ଗ୍ରହଣ କରନ୍ତୁ । ଯଦି ମିଶ୍ରି ଖାଇବା ଅଭ୍ୟାସ କରନ୍ତି ତେବେ ଏହି ସମସ୍ୟା ଦୂର ହୋଇପାରେ ।

ଫୁଲାକୁ ହ୍ରାସ କରେ:- ଶରୀରର ଫୁଲା କମାଇବାରେ ସହାୟକ ହୁଏ ମିଶ୍ରି । ବାସ୍ତବରେ, ମିଶ୍ରିରେ ଗ୍ଲିସେରାଇରିଜିନ୍ ନାମକ ଏକ ଉପାଦାନ ରହିଛି । ଏହି ପ୍ରାକୃତିକ ଯୌଗିକ ଆଣ୍ଟିଇନ୍‌ଫ୍ଲାମେଟୋରୀ ଗୁଣରେ ଭରପୂର । ଏହା ଶରୀରର ଫୁଲା କମାଇବା ପାଇଁ ସାହାଯ୍ୟ କରେ ।

ଚିନ୍ତା ଦୂର କରେ:- ମିଶ୍ରିର ପ୍ରଭାବ ସ୍ନାୟୁ ପ୍ରଣାଳୀ ଏବଂ ମସ୍ତିଷ୍କ ଉପରେ ମଧ୍ୟ ପଡିଥାଏ । ଏହାର ପ୍ରଭାବ ଚାପ ଏବଂ ଉଦାସୀନତାକୁ ମଧ୍ୟ ଦୂର କରେ ।

ମିଶ୍ରିରୁ ମିଳିଥାଏ ଖଣିଜ ପଦାର୍ଥ

କ୍ୟାଲସିୟମ୍, ଆଇରନ୍, ଫସଫରସ୍ ପରି ଖଣିଜ ପଦାର୍ଥ ମିଶ୍ରିରୁ ମିଳିଥାଏ । ଏହି ଖଣିଜ ପଦାର୍ଥଗୁଡିକ ହାଡ ଏବଂ ଦାନ୍ତକୁ ସୁସ୍ଥ ରଖନ୍ତି । ତେଣୁ ମିଶ୍ରି ସେବନ କରିବା ଫଳରେ ଏକା ସାଙ୍ଗରେ ଏତେଗୁଡିଏ ଖଣିଜ ପଦାର୍ଥ ମିଳିଯାଏ ।

କେଉଁମାନଙ୍କ ପାଇଁ ମିଶ୍ରି ଅପକାରୀ

ମିଶ୍ରିର ଅନେକ ଭଲ ଗୁଣ ରହିଛି ସତ, ହେଲେ ସମସ୍ତଙ୍କ ଶରୀର ପାଇଁ ଏହାର ସୁପ୍ରଭାବ ନାହିଁ । ଯଦି ଆପଣ ଜଣେ ମଧୁମେହ ରୋଗୀ ତେବେ ମିଶ୍ରି ଖାଇବାଠାରୁ ଦୂରେଇ ରହିବା ଉଚିତ୍ । ସେହିଭଳି ମିଶ୍ରି ମଧ୍ୟ ମେଦବହୁଳତା ବଢାଇପାରେ । ଏଥି ସହିତ, ଅଧିକ ମିଶ୍ରି ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ହୋଇପାରେ । ତେଣୁ ସୀମିତ ପରିମାଣରେ ଏବଂ ମଧୁମେହ ରୋଗୀ ଆଦୌ ଖାଇବା ଅନୁଚିତ୍ । ସେହିପରି ଯେଉଁମାନଙ୍କର ମେଦବହୁଳତା ବୃଦ୍ଧି ପାଉଛି, ସେମାନେ କମ୍ ମିଶ୍ରି ଖଆଇବା ଉଚିତ୍ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.