ETV Bharat / sukhibhava

Milktea: ଚା' ଶୀଘ୍ର ବାର୍ଦ୍ଧକ୍ୟର କାରଣ କି ? କଣ କହୁଛନ୍ତି ଏକ୍ସପର୍ଟ

ଆଜିର ଆଧୁନିକ ଜୀବନଶୈଳୀରେ ଅଧିକ ଚା' ପିଇବା କାରଣରୁ ବୟସ ପୂର୍ବରୁ ବାର୍ଦ୍ଧକ୍ୟ ଦେଖାଯାଇଥାଏ । ଏହି କାରଣରୁ ଶୀଘ୍ର ଚର୍ମରେ କୁଞ୍ଚନ ଦେଖାଯାଇଥାଏ ।

author img

By

Published : Jul 2, 2023, 9:11 AM IST

Milktea
Milktea

ହାଇଦ୍ରାବାଦ: ଲୋକେ ଚା'ରୁ ନିଜ ଦିନ ଆରମ୍ଭ କରିଥାନ୍ତି । ଭାରତରେ ପ୍ରାୟ ସମସ୍ତଙ୍କର ଚା' ପଇବାର ଅଭ୍ୟାସ ରହିଥାଏ । କିଛି ଜଣ ନିଜକୁ ଫ୍ରେସ ରଖିବା ପାଇଁ ଚା' ପିଉଥିବା ବେଳେ ଆଉ କିଛି ଜଣଙ୍କ ଅଭ୍ୟାସରେ ପରିଣତ ହୋଇଯାଇଛି । ଯେଉଁମାନେ କି ସମୟ ନଦେଖି କେବଳ ଚା'ହିଁ ପିଇଥାଆନ୍ତି । ଚାହା ପିଇଲେ ଥକ୍କାପଣ ଏବଂ ଚାପ ଦୂର ହୋଇଥାଏ । ଏହାରି ଭିତରେ ଏକ ଖବର ବେଶ ଭାଇରାଲ ହୋଇଥିଲା । ଚା' ଶୀଘ୍ର ବାର୍ଦ୍ଧକ୍ୟର କାରଣ ବୋଲି କୁହାଯାଇଥିଲା । ଚା' ପିଇବା ଦ୍ବାରା ଚର୍ମ କୁଞ୍ଚନ ପଡିଯିବା, ବାର୍ଦ୍ଧକ୍ୟ ମାଡି ବସିବା ବୋଲି ଚର୍ଚ୍ଚା ହୋଇଥିଲା । ତେବେ ଏନେଇ ଓନଲ ମାଇଁ ହେଲଥ ପକ୍ଷରୁ ଏକ ରିପୋର୍ଟ ପ୍ରକାଶିତ ହୋଇଛି । କୁହାଯାଇଛି ଯେ, ଚେହେରାରେ କୁଞ୍ଚନ ଅନେକ ପ୍ରକାର କାରଣ ହୋଇପାରେ, କିନ୍ତୁ ଚା' ପିଇବା ଅନ୍ୟତମ ଅଟେ । ତେବେ ଜାଣନ୍ତୁ କାହିଁକି ଚେହେରାରେ ରିଙ୍କଲ ବା ଶୀଘ୍ର ବାର୍ଦ୍ଧକ୍ୟ ଆସିଥାଏ ।

  1. ଡିହାଇଡ୍ରେସନ୍: ବ୍ଲାକ ଏବଂ ଗ୍ରୀନ ଚାରେ କଫିନ ଭରପୂର ରହିଛି । ଯେଉଁଥି ପାଇଁ ଚା ପିଇବା ଦ୍ବାରା ଅଧିକ ପରିସ୍ରା ଲାଗିଥାଏ । ଚା ’ପିଇବା ପରେ ଲୋକମାନେ ଦୀର୍ଘ ସମୟ ଧରି ପାଣି ପିଉନାହାଁନ୍ତି । ସେଥିପାଇଁ ବାରମ୍ବାର ଶୌଚ ସମସ୍ୟା ଦେଖାଦେଇଥାଏ । ଶରୀର ଡିହାଇଡ୍ରେଟ୍ ହୋଇଯାଏ । ଡିହାଇଡ୍ରେସନ୍ ହେତୁ ଚର୍ମର ଆର୍ଦ୍ରତା ହ୍ରାସ ହୁଏ ଏବଂ ଚର୍ମ ଶୁଷ୍କ ହୋଇଯାଏ । ଯଦି ସ୍କିନ ଡ୍ରାଏ ସମୟରେ ଚର୍ମର ସଠିକ୍ ଯତ୍ନ ନିଆଯାଏ ନାହିଁ, ତେବେ ଚେହେରାରେ କୁଞ୍ଚନ ଦେଖାଯାଏ ।
  2. ଖରାପ ଜୀବନଶୈଳୀ: କିଛି ଲୋକଙ୍କ ଅଭ୍ୟାସ ଅଛି ଯେ ସେମାନେ ଯେକୌଣସି ସମୟରେ ଚା' ପିଇଥାଆନ୍ତି । କିଛି ଲୋକ ଦିନରେ ମାତ୍ର 1-2 ଥର ଚା ପିଅନ୍ତି । କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଗୋଟିଏ ଦିନରେ 5-6 କପ୍ ଚା ପିଇଥାଆନ୍ତି । ଏପରି ପରିସ୍ଥିତିରେ, ଲୋକମାନେ ସେମାନଙ୍କର ବୟସ ପୂର୍ବରୁ ସ୍କିନରେ କୁଞ୍ଚନ ହେବା ଆରମ୍ଭ ହୋଇଯାଇଥାଏ ।
  3. ଓଜନ ବଢିବା ସମସ୍ୟା: କିଛି ଲୋକ ନମକିନ ସହିତ ଚା' ପିଇବା ଆରମ୍ଭ କରନ୍ତି । ଏପରି ପରିସ୍ଥିତିରେ ଓଜନ ବୃଦ୍ଧି ସମସ୍ୟା ଆରମ୍ଭ ହୋଇଥାଏ । ଏକାସାଙ୍ଗରେ ରକ୍ତରେ ଶର୍କାର ସ୍ତର ମଧ୍ୟ ବୃଦ୍ଧି ପାଇବାରେ ଲାଗେ । ଫଳରେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଚର୍ମ ଉପରେ ପଡିଥାଏ । ମୁହଁରେ କଳାଦାଗ ଏବଂ କୁଞ୍ଚନ ଭଳି ସମସ୍ୟା ଦେଖାଯାଇଥାଏ ।

ଏହା ମଧ୍ୟ ପଢନ୍ତୁ: Side Effect Of Tea: ଅତ୍ୟଧିକ ଚା’ ସେବନ, ଡାକି ଆଣିବ ଏହି ସବୁ ରୋଗ

କହିରଖୁଛୁ କି, ଖାଲି ପେଟରେ ଚା' ପିଇବା ଦ୍ୱାରା ଅମ୍ଳତା ବା ଏସିଡିଟି ସମସ୍ୟା ବଢିପାରେ । ଏପରିକି ଚା'ର ଅତ୍ୟଧିକ ବ୍ୟବହାର ମଧ୍ୟ ହଜମକୁ ବ୍ୟାହତ କରିପାରେ । ପାଇଲ୍ସ ବା ଅର୍ଶ, ହୃଦ୍‌ରୋଗ ଏବଂ ମେଦବହୁଳ ଥିବା ବ୍ୟକ୍ତିମାନେ ଆଦୌ ଚା' ପିଇବା ଉଚିତ୍ ନୁହେଁ । ଚା' ଶରୀରରେ ଅମ୍ଳତା ବଢାଇବା ସହ ରକ୍ତଚାପ ମଧ୍ୟ ବୃଦ୍ଧି କରେ । ସେହିପରି ମାତ୍ରାଧିକ ଚା' ପିଇବା ଦ୍ବାରା ୟୁରିକ୍ ଏସିଡ୍ ବୃଦ୍ଧିପାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.