ETV Bharat / sukhibhava

ସାବଧାନ ! 14 ବର୍ଷରୁ କମ୍ ଝିଅଙ୍କୁ ବିବାହ କଲେ ଲାଗିବ ଶିଶୁ ଯୌନ ଶୋଷଣ ଅଭିଯୋଗ

author img

By

Published : Jan 25, 2023, 4:38 PM IST

ଆସାମ କ୍ୟାବିନେଟରେ ନିଆଗଲା ନିଷ୍ପତ୍ତି । 14 ବର୍ଷରୁ କମ୍ ଝିଅଙ୍କୁ ବିବାହ କଲେ ପକ୍ସୋ ଆଇନ ଆଧାରରେ ଶିଶୁ ଯୌନ ଶୋଷଣ ଅଭିଯୋଗରେ ଦଣ୍ଡିତ ହେବେ ଦଣ୍ଡିତ । ଅଧିକ ପଢନ୍ତୁ

Indian Hindu woman hands with traditional black mehndi

ଦିସପୁର: 14 ବର୍ଷରୁ କମ୍ ଝିଅଙ୍କୁ ବିବାହ କରୁଥିବା ପୁରୁଷମାନଙ୍କ ବିରୋଧରେ ପୋକ୍ସୋ ଆକ୍ଟ(POCSO) ଅଧିନରେ ରୁଜୁ ହେବ ମାମଲା । ଏନେଇ ଘୋଷଣା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଯେଉଁ ବ୍ୟକ୍ତି 14 ବର୍ଷରୁ କମ୍ ନାବାଳିକାକୁ ବିବାହ କରିବେ ସେ ପକ୍ସୋ ଆଇନ ଆଧାରରେ ଶିଶୁ ଯୌନ ଶୋଷଣ ଅଭିଯୋଗରେ ଦଣ୍ଡିତ ହେବେ ।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି ଯେ, ଖୁବ୍‌ଶୀଘ୍ର ସାରା ରାଜ୍ୟରେ ବାଲ୍ୟ ବିବାହ ବିରୋଧରେ ଏକ ବଡ଼ ଧରଣର କଟକଣା ଆରମ୍ଭ ହେବ । ଏହି ମାମଲାଗୁଡ଼ିକର ତଦନ୍ତ ପାଇଁ ଆମେ ଏକ ବାଲ୍ୟ ବିବାହ ନିଷେଧ ଅଧିକାରୀ ନିଯୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ଆସାମରେ ଏକ ଲକ୍ଷ ବାଲ୍ୟ ବିବାହ ମାମଲା ରହିଛି । ରାଜ୍ୟରେ ଦଶଟି ଜିଲ୍ଲାରେ ବାଲ୍ୟ ବିବାହ ମାମଲା ଅଧିକ । ଏ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ବିଶ୍ବ ଶର୍ମା କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଯେଉଁମାନେ 14 ବର୍ଷର କମ୍ ଝିଅଙ୍କୁ ବିବାହ କରୁଛନ୍ତି ସେମାନଙ୍କୁ ପୋକ୍ସୋ ଅଧିନିୟମ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିବାକୁ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ବିବାହ ପାଇଁ ଆଇନଗତ ବୟସ ମହିଳାମାନଙ୍କ ପାଇଁ 18 ବର୍ଷ ଏବଂ ପୁରୁଷମାନଙ୍କ ପାଇଁ 21 ବର୍ଷ । ଏହି ବୟସରୁ କମ୍ ବୟସରେ ବିବାହ ଅର୍ଥାତ ବାଲ୍ୟ ବିବାହ ଏକ ଅପରାଧ ବୋଲି ବିବେଚନା କରାଯାଏ ।

ତେଣୁ 14ରୁ 18 ବର୍ଷ ବୟସର ବାଳିକାମାନଙ୍କୁ ବିବାହ କରୁଥିବା ପୁରୁଷଙ୍କ କ୍ଷେତ୍ରରେ ବାଲ୍ୟ ବିବାହ ଆଇନ, 2006 ଅନୁଯାୟୀ ବିଚାର କରାଯିବ ଏବଂ ଏହି ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଯଉଁମାନେ ବାଲ୍ୟ ବିବାହକୁ ସମର୍ଥନ କରୁଛନ୍ତି, ସମେନାଙ୍କ ବିରୁଦ୍ଧପରେ ମଧ୍ୟ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

ଏକ ସର୍ଭେ ଅନୁଯାୟୀ, ଆସାମର ଏକ ଜିଲ୍ଲାରୁ 16ଟି ବାଲ୍ୟ ବିବାହ ମାମଲା ରୁଜୁ ହୋଇଛି । 23% ମାମଲା ଡିବ୍ରୁଗଡରୁ ଆସିଛି । ଏହା ବିରୁଦ୍ଧରେ ର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେଣୁ ଆସାମରେ ମାତୃ ଓ ଶିଶୁ ମୃତ୍ୟୁହାର ଅଧିକ ରହିଛି ଏବଂ ଏହାର ମୁଖ୍ୟ କାରଣ ହେଉଛି ବାଲ୍ୟ ବିବାହ ବୋଲି ମୁଖ୍ୟମନ୍ତ୍ରୀ ବିଶ୍ବ ଶର୍ମା କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.