ETV Bharat / sukhibhava

H3N2 Scare: ମହାରାଷ୍ଟ୍ରରରେ ଡାକ୍ତରୀ ଛାତ୍ରଙ୍କ ଜୀବନ ନେଲା H3N2 ଭାଇରସ୍ !

author img

By

Published : Mar 15, 2023, 11:37 AM IST

ଘାତକ ହେଉଛି H3N2 ଭାଇରସ୍ । ମହାରାଷ୍ଟ୍ରର ଜଣେ ସନ୍ଦିଗ୍ଧ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ । ସମଗ୍ର ଦେଶରେ ମୃତ୍ୟୁସଂଖ୍ୟା 4ରେ ପହଞ୍ଚିଲା । ଅଧିକ ପଢନ୍ତୁ

H3N2
H3N2

ମୁମ୍ବାଇ: H3N2 ଇନଫ୍ଲୁଏଞ୍ଜା ନେଲା ଆଉ ଏକ ଜୀବନ । ଜଣେ ଡାକ୍ତରୀ ଛାତ୍ର ଏହି ଘାତକ ଭୂତାଣୁର ଶିକାର ହୋଇଥିବା ସନ୍ଦେହ କରାଯାଉଛି । ମୃତ ଛାତ୍ର ଜଣକ ମହାରାଷ୍ଟ୍ରର ଏକ ଘରୋଇ ମେଡିକାଲ କଲେଜରେ ପଢୁଥିଲେ । ତାଙ୍କ ବୟସ 23 ବର୍ଷ । ସେ ନିକଟରେ ତାଙ୍କ ସାଙ୍ଗମାନଙ୍କ ସହିତ ଆଲିବାଗ ବୁଲିବାକୁ ଯାଇଥିଲେ ବୋଲି ଜଣାପଡିଛି । ଏହା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ତାଙ୍କୁ ଅହମ୍ମଦନଗରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା ।

ସବୁଠୁ ବଡ କଥା ହେଉଛି କି ମୃତ ଛାତ୍ର କୋଭିଡରେ ସଂକ୍ରମିତ ଥିଲେ ବୋଲି ଜଣାପଡିଛି । ଖବର ଅନୁସାରେ ସୋମବାର(13 ମାର୍ଚ୍ଚ) ରାତି 10.30 ରେ ତାଙ୍କର ମୃତ୍ୟୁ ଘଟିଛି । ମ୍ୟୁନିସିପାଲଟି ମେଡିକାଲ ଅଫିସର ଡ. ଅନୀଲ ବର୍ଗ ଏନେଇ ସୂଚନା ଦେଇଛନ୍ତି । ତେବେ ଇନ୍‌ଫ୍ଲୁଏଞ୍ଜା କିମ୍ବା କୋରୋନା ଭାଇରସ୍ କାରଣରୁ ତାଙ୍କର ମୃତ୍ୟୁ ହୋଇଛି କି ନାହିଁ ତାହା ପରୀକ୍ଷା ରିପୋର୍ଟ ପରେ ଜଣାପଡିବ ବୋଲି ସେ କହିଛନ୍ତି । ତାଙ୍କର H3N2 ଇନଫ୍ଲୁଏଞ୍ଜା ରିପୋର୍ଟ ପଜିଟିଭ୍ ଆସିଲେ ମହାରାଷ୍ଟ୍ରରେ ଏହା ପ୍ରଥମ ଏବଂ ଦେଶରେ ଚତୁର୍ଥ ମୃତ୍ୟୁ ମାମଲା ହୋଇପାରେ । ଏହା ପୂର୍ବରୁ କର୍ଣ୍ଣାଟକ, ହରିୟାଣା, ଗୁଜୁରାଟରେ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ଏହା ମଧ୍ୟ ପଢନ୍ତୁ:- ଜୀବନ ନେଉଛି H3N2 ଭୂତାଣୁ, ଗୁଜରାଟରେ ମହିଳାଙ୍କ ମୃତ୍ୟୁ

ମୃତ ଛାତ୍ରଙ୍କର ଉଭୟ କୋରୋନା ଓ ଇନଫ୍ଲୁଏଞ୍ଜା ସଂକ୍ରମଣ ଥିବା କୁହାଯାଉଛି । ପରୀକ୍ଷା ନୀରିକ୍ଷା ପାଇଁ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଏକ କମିଟି ନିଯୁକ୍ତ କରାଯାଇଛି । ସେମାନଙ୍କ ରିପୋର୍ଟ ପରେ ମୃତ୍ୟୁର କାରଣ ଜଣାପଡିବ । ସେପଟେ ସମଗ୍ର ଦେଶରେ ଧୀରେ ଧୀରେ H3N2 ଇନଫ୍ଲୁଏଞ୍ଜା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ମଙ୍ଗଳବାର(14 ମାର୍ଚ୍ଚ)ରେ ଗୁଜୁରାଟର ଭଦୋଦରା ଠାରେ H3N2 ସଂକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି ।

ମୃତକ 58 ବର୍ଷିୟ ଜଣେ ବୟସ୍କା ମହିଳା । ସେ ଇନଫ୍ଲୁଏଞ୍ଜାରେ ସଂକ୍ରମିତ ହୋଇଥିଲେ କି ନାହିଁ ତାହା ଏପର୍ଯ୍ୟନ୍ତ ସରକାରୀ ସ୍ତରରେ ନିଶ୍ଚିତ ହୋଇପାରି ନାହିଁ । ବିଶେଷଜ୍ଞଙ୍କ ଅନୁସାରେ ରୋଗର ସଠିକ୍ ଚିକିତ୍ସା କରାଗଲା ଭଲ ହୋଇପାରିବ । ମାତ୍ର ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚିନ୍ତା ବଢୁଛି । ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରାଇବାକୁ କୁହାଯାଇଛି । ରୋଗ ସଂକ୍ରମଣ ବୃଦ୍ଧି ପାଇଲେ ଚିକିତ୍ସା କଷ୍ଟକର ହୋଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.