ETV Bharat / sukhibhava

ଉତ୍ତର ପ୍ରଦେଶରେ ବ୍ୟାପୁଛି ମିଳିମିଳା, ଗଲାଣି 3 ଶିଶୁଙ୍କ ଜୀବନ - ମିଳିମିଳାରେ 3 ମୃତ ଖବର

ଉତ୍ତର ପ୍ରଦେଶର ଉନ୍ନାଓର ଦାନିଗରୀ ଗ୍ରାମରେ ବ୍ୟାପୁଛି ମିଳିମିଳା(Measles outbreak in UP village) । 3 ସପ୍ତାହ ମଧ୍ୟରେ ଗଲାଣି 3 ଶିଶୁଙ୍କ ଜୀବନ । ଅଧିକ ପଢନ୍ତୁ

Measles
Measles
author img

By

Published : Jan 6, 2023, 11:48 AM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବ୍ୟାପୁଛି ମିଳିମିଳା(Measles outbreak in UP village) । ମାତ୍ର ତିନି ସପ୍ତାହ ମଧ୍ୟରେ ଗଲାଣି 3 ଶିଶୁଙ୍କ ଜୀବନ । ସମସ୍ତ ମୃତକ ଗୋଟିଏ ପରିବାରର । ଉନ୍ନାଓର ଦାନିଗରୀ ଗ୍ରାମରେ ମିଳିମିଳା ବ୍ୟାପୁଥିବା ନେଇ ସୂଚନା ହସ୍ତଗତ ହୋଇଛି । ଘଟଣାର ଅନୁସନ୍ଧାନ ତଥା ରୋଗର ବିସ୍ତାର ଯାଞ୍ଚ ପାଇଁ ଗାଁରେ ଡାକ୍ତରୀ ଟିମ୍ ପହଞ୍ଚି ଥିବାବେଳେ ମୃତକମାନଙ୍କର ଟୀକାକରଣ ହୋଇନଥିବା ଜଣାପଡିଛି ।

ସୂଚନା ଅନୁସାରେ, ସେହି ଗାଁର ଆଉ 35 ଜଣ ପିଲାଙ୍କ ଶରୀରରେ ଦାଗ ବୃଦ୍ଧି ପାଇବା ସହ ଜ୍ବରରେ ପୀଡିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୀକାକରଣ ଡ୍ରାଇଭ୍ ଆରମ୍ଭ ହୋଇଛି । ଘଟଣାର ଅନୁସନ୍ଧାନ ତଥା ରୋଗର ବିସ୍ତାର ଯାଞ୍ଚ ପାଇଁ ଗାଁରେ ମଧ୍ୟ ଡାକ୍ତରଙ୍କ ଏକ ଟିମ୍ ନିୟୋଜିତ କରାଯାଇଛି ।

ଉନ୍ନାଓ ମୁଖ୍ୟ ଚିକିତ୍ସା ଅଧିକାରୀ(CMO) ସତ୍ୟ ପ୍ରକାଶ ମିଳିମିଳାରେ 3 ଶିଶୁଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, "ଆମେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛୁ । ଆମ ଟିମ୍ ଗାଁର 60% ପିଲାଙ୍କୁ ଟୀକାକରଣ କରିଛନ୍ତି । ଯେଉଁ ପିଲାମାନଙ୍କର ମିଳିମିଳାରେ ମୃତ୍ୟୁ ଘଟିଛି ସେମାନଙ୍କର ପୂର୍ବରୁ ଟୀକାକରଣ ହୋଇନଥିଲା ।" ତେଣୁ ଟୀକାକରଣ ଉପରେ ବିଶେଷ ଧ୍ୟାନ ଦିଆଯାଉଥିବା ସତ୍ୟ ପ୍ରକାଶ କହିଛନ୍ତି ।

ଅନ୍ୟପଟେ, ରୋଗକୁ ନେଇ ଏବେବି ଅନ୍ଧବିଶ୍ବାସରେ ଅଛନ୍ତି ଗ୍ରାମବାସୀ । ସେମାନେ ଟୀକାକରଣ ବଦଳରେ ପୂଜାପାଠ ଉପରେ ବିଶ୍ବାସ କରୁଥିବା CMO(Chief Medical Officer) କହିଛନ୍ତି । ଏପରିକି ଟୀକାକରଣ ସମୟରେ ଗ୍ରାମବାସୀ ଡାକ୍ତରମାନଙ୍କୁ ପ୍ରତିରୋଧ କରିଥିଲେ । ଏଥିରେ ହସ୍ତକ୍ଷେପ ପାଇଁ ଡାକ୍ତରମାନେ ବାଧ୍ୟହୋଇ, ଧର୍ମଗୁରୁମାନଙ୍କ ସହାୟତାରେ ଗ୍ରାମବାସୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ।

ଜିଲ୍ଲା ମାଜିଷ୍ଟ୍ରେଟ ଅପୂର୍ବ ଦୁବେ ମଧ୍ୟ ଗାଁକୁ ଯାଇ ଗ୍ରାମବାସୀଙ୍କ ସହ ଦୀର୍ଘ ସମୟ କଥା ହୋଇଥିଲେ ଏବଂ ସେମାନଙ୍କୁ ପୁରାଣ ଚିନ୍ତାଧାରା ଏବଂ ରୋଗ ମଧ୍ୟରେ ସମ୍ପର୍କ ଅଛି କି ନାହିଁ, ସେ ବାବଦରେ ବୁଝାଇଥିବା ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଧର୍ମଗୁରୁ ତଥା ଅଧିକାରୀଙ୍କ ହସ୍ତକ୍ଷେପ ପରେ ଗ୍ରାମରେ ଟୀକାକରଣ ଡ୍ରାଇଭ୍ ଆରମ୍ଭ ହୋଇଛି । ତଥାପି କିଛି ଲୋକ ଏବେବି ମଧ୍ୟ ବିଶ୍ବାସ କରୁନଥିବା ବେଳେ ସେମାନଙ୍କୁ ବୁଝାଇ ସମ୍ପୂର୍ଣ୍ଣ ଟୀକାକରଣ ପାଇଁ ଉଦ୍ୟମ ଜାରି ରହିଥିବା CMO ସତ୍ୟ ପ୍ରକାଶ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.