ETV Bharat / sukhibhava

Male Menopause: ପୁରୁଷମାନେ ବି ମେନୋପୋଜର ସମ୍ମୁଖୀନ ହୁଅନ୍ତି, ଜାଣନ୍ତୁ ଏହାର କାରଣ ଲକ୍ଷଣ ଓ ଚିକିତ୍ସା - ହେଲ୍‌ଥ ଟିପ୍ସ

ମହିଳାମାନଙ୍କ ପରି ମଧ୍ୟ ପୁରୁଷମାନେ ମେନୋପୋଜର ସମ୍ମୁଖୀନ ହୁଅନ୍ତି । ଜାଣନ୍ତୁ କେଉଁ ବୟସରେ ପୁରୁଷମାନଙ୍କରେ ଏହି ସମସ୍ୟା ଦେଖାଯାଏ, ଏହାର ଲକ୍ଷଣ ଓ ଚିକିତ୍ସା ବାବଦରେ ।

Male Menopause
Male Menopause
author img

By

Published : Jan 22, 2023, 8:46 AM IST

ହାଇଦ୍ରାବାଦ: ମହିଳାମାନଙ୍କର ପ୍ରିମେନୋପୋଜ, ପେରିମେନୋପୋଜ ଏବଂ ପୋଷ୍ଟ ମେନୋପୋଜ ସମସ୍ୟା ଦେଖାଯାଏ ବୋଲି ଜାଣିଥିବେ ନିଶ୍ଚୟ, ହେଲେ ଜାଣନ୍ତିକି ପୁରୁଷମାନଙ୍କଠାରେ ମଧ୍ୟ ଏହି ସମସ୍ୟା ଦେଖାଯାଏ । ଆଜ୍ଞା ହଁ, ପୁରୁଷମାନେ ମଧ୍ୟ ଏହି ସମସ୍ୟାର ଶିକାର ହୋଇଥାନ୍ତି । କିନ୍ତୁ ନିଶ୍ଚିତ ରୂପେ ପୁରୁଷ ଓ ମହିଳାଙ୍କ ମେନୋପୋଜ ମଧ୍ୟରେ ପାର୍ଥକ୍ୟ ରହିଛି । ମହିଳାମାନଙ୍କର ମାସିକ ଧର୍ମ ବା ଋତୁସ୍ରାବ ବନ୍ଦ ହେବାକୁ ମେନୋପୋଜ କୁହାଯାଉ ଥିବାବେଳେ ପୁରୁଷମାନଙ୍କର ଟେଷ୍ଟୋସ୍ଟୋରେନ ସ୍ତର ହ୍ରାସ ପାଇବା ବା ଟେଷ୍ଟୋସ୍ଟୋରେନପର ଜୈବ ଉପଲବ୍ଧତା କମିବାକୁ ମେଲ୍ ମେନୋପୋଜ୍ କୁହାଯାଏ । ତେବେ ଏବା କାହିଁକି ହୁଏ, ଏହାର କାରଣ କଣ ଏବଂ ଚିକିତ୍ସା ବାବଦରେ, ଜାଣନ୍ତୁ...

ସାଧାରଣତଃ 50 ବର୍ଷ ବୟସର ମହିଳାମାନଙ୍କଠାରେ ମେନୋପୋଜ୍ ଦେଖାଯାଏ । ଏଥିରେ, ଡିମ୍ବାଣୁରେ ଉତ୍ପାଦିତ ଇଷ୍ଟ୍ରୋଜେନ୍ ହରମୋନ୍ ସଂପୂର୍ଣ୍ଣ ହ୍ରାସ ପାଇଥାଏ, ଯେଉଁ କାରଣରୁ ମାସିକ ଧର୍ମ(ପିରିୟର୍ଡ୍ସ) ବନ୍ଦ ହୋଇଯାଏ । ଏହି କ୍ଷେତ୍ରରେ ଜଣେ ମହିଳା ମାଆ ହୋଇପାରିବେ ନାହିଁ ବୋଲି ସ୍ପଷ୍ଟ ହୁଏ । ସେହିପରି ପୁରୁଷମାନଙ୍କ ପ୍ରଜନନ ପାଇଁ ଟେଷ୍ଟୋସ୍ଟୋରେନ୍ ହରମୋନ୍ ଦାୟୀ । ବାର୍ଦ୍ଧକ୍ୟ ସହିତ ଟେଷ୍ଟୋସ୍ଟୋରନ୍ ହରମୋନ୍ ମଧ୍ୟ କମିଯାଏ । କିନ୍ତୁ ମହିଳାଙ୍କ ପରି ପୁରୁଷମାନଙ୍କ ମଧ୍ୟରେ କୌଣସି ଦୃଶ୍ୟମାନ ମେନୋପୋଜ ଦେଖାଯାଏ ନାହିଁ ।

ଯଦିଓ କିଛି ଡାକ୍ତର ବିଶ୍ବାସ କରନ୍ତି ଯେ, ପୁରୁଷଙ୍କ ମଧ୍ୟ ମହିଳାଙ୍କ ପରି ମେନୋପୋଜ ଥାଏ । ଏହି ସମୟରେ ପୁରୁଷମାନଙ୍କୁ ମଧ୍ୟ ସମାନ ଶାରୀରିକ ଏବଂ ମାନସିକ ସମସ୍ୟାର ସାମ୍ନା କରିବାକୁ ପଡେ, ଯାହା ଋତୁସ୍ରାବ ସମୟରେ ମହିଳାମାନଙ୍କୁ ସାମ୍ନା କରିବାକୁ ପଡିଥାଏ । ପୁରୁଷମାନେ ମଧ୍ୟ 50 ବର୍ଷ କିମ୍ବା ତଦୁର୍ଦ୍ଧ୍ବ ହେଲେ ମେନୋପୋଜ ଲକ୍ଷଣ ଅନୁଭବ କରନ୍ତି । ଡାକ୍ତରମାନଙ୍କ କହିବା ଅନୁସାରେ, ଯଦି ଏହି ସମୟ ମଧ୍ୟରେ ପୁରୁଷମାନେ ହରମୋନ୍ ଥେରାପି କରନ୍ତି, ତେବେ ସେମାନେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ତେବେ ଏହି ପରିସ୍ଥିତିରେ, ପୁରୁଷମାନେ କେଉଁସବୁ ଲକ୍ଷଣର ସମ୍ମୁଖୀନ ହୁଅନ୍ତି, ସେ' ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି...

ମେଲ୍ ମେନୋପୋଜ ଲକ୍ଷଣ:- ଡାକ୍ତରମାନେ କୁହନ୍ତି ଯେ, ବୟସ ସହିତ ପୁରୁଷମାନଙ୍କର ଟେଷ୍ଟୋସ୍ଟୋରନ୍ ହରମୋନ୍ ସ୍ତର କମିବା କିମ୍ବା ବନ୍ଦ ହୋଇଯିବା ଆରମ୍ଭ କରେ । ଏହି ସମୟରେ, ପୁରୁଷମାନଙ୍କର କେତେକ ଶାରୀରିକ ସମସ୍ୟା ଦେଖା ଦେଇପାରେ । କିନ୍ତୁ ଯେଉଁମାନଙ୍କର ମଧୁମେହ ଅଛି, ସେମାନଙ୍କର ସମସ୍ୟା ଅଧିକ ହୋଇଯାଏ । ଉଲ୍ଲେଖଥାଉ କି, ପୁରୁଷମାନଙ୍କର ଟେଷ୍ଟୋସ୍ଟୋରନ୍ ହରମୋନ୍ ହ୍ରାସ ହେବା ପରେ କିଛି ମାସ ପର୍ଯ୍ୟନ୍ତ ଥକାପଣ ଲାଗିରହେ ।

ଦୁର୍ବଳତା ମଧ୍ୟ ଏହିପରି ପୁରୁଷମାନଙ୍କଠାରେ ଆସିଥାଏ ଏବଂ ସେମାନେ ମଧ୍ୟ ଅବସାଦରେ ଜୀବନଯାପନ ଆରମ୍ଭ କରନ୍ତି । ଟେଷ୍ଟୋସ୍ଟୋରନ୍ ହରମୋନ୍ ହ୍ରାସ ହେବା ପରେ ଯୌନ ଦକ୍ଷତା ନିଶ୍ଚିତ ଭାବରେ ପ୍ରଭାବିତ ହୋଇଥାଏ । ଜଣେ ବ୍ୟକ୍ତିଙ୍କର କ୍ରୋଧ ଶକ୍ତି ମଧ୍ୟ ବୃଦ୍ଧି ପାଇପାରେ । ଚର୍ମ ମଧ୍ୟ ପତଳା ହେବା ଆରମ୍ଭ କରେ । କୌଣସି ଜିନିଷ ଉପରେ ଧ୍ୟାନ ଦେବାରେ ଅସୁବିଧା ହୁଏ । ଅତ୍ୟଧିକ ଝାଳ ବୋହିବା ସହ କେତେକ ପୁରୁଷଙ୍କଠାରେ ମହିଳାମାନଙ୍କ ପରି ହଟ୍ ଫ୍ଲାସ୍ ମଧ୍ୟ ଦେଖାଯାଏ ।

କେଉଁ ବୟସରେ ମେଲ୍ ମେନୋପୋଜ୍ ହୁଏ: ମହିଳାମାନଙ୍କ ମେନୋପୋଜରେ ଯେପରି ଇଷ୍ଟ୍ରୋଜେନ୍ ହରମୋନ୍ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଏ, ସେହିପରି ପୁରୁଷଙ୍କ ଟେଷ୍ଟୋଷ୍ଟେରନ୍ ହରମୋନ୍ ସଂପୂର୍ଣ୍ଣଭାବେ ବନ୍ଦ ହୋଇନଥାଏ, କିନ୍ତୁ ଏହାର ସ୍ତର ବହୁତ କମିଯାଏ । ଡାକ୍ତରଙ୍କ ଅନୁଯାୟୀ, ଜଣେ ସୁସ୍ଥ ବ୍ୟକ୍ତିଙ୍କଠାରେ ଶୁକ୍ରାଣୁ 80 ବର୍ଷ ପର୍ଯ୍ୟନ୍ତ ତିଆରି କରାଯାଇପାରେ । ପୁରୁଷମାନଙ୍କର ମେନୋପୋଜର ସମୟ ଭିନ୍ନ ଭିନ୍ନ ହୋଇଥାଏ, ଏହା କେତେକ ପୁରୁଷଙ୍କ ମଧ୍ୟରେ ପ୍ରାୟ 50 ବର୍ଷରୁ ଆରମ୍ଭ ହୋଇପାରେ । ବେଳେବେଳେ 70 ବର୍ଷ ବୟସରେ ମେନୋପୋଜ ଦେଖାଯାଉ ଥିବାବେଳେ ଯେକୌଣସି ବୟସରେ ମଧ୍ୟ ହୋଇପାରେ ।

ମେଲ୍ ମେନୋପୋଜ ଚିକିତ୍ସା:- ରକ୍ତ ପରୀକ୍ଷା ମାଧ୍ୟମରେ ଡାକ୍ତରମାନେ କିଛି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା କରାଯାଏ । ଟେଷ୍ଟୋସ୍ଟୋରେନ ସ୍ତର ଯାଞ୍ଚ କରାଯାଏ । ଏହାର ଲକ୍ଷଣ ଆଧାରରେ ଶାରୀରିକ ପରୀକ୍ଷା କରାଯାଏ । ଡାକ୍ତରମାନେ କିଛି ଔଷଧ ଦେଇ ଏହାର ଉପଶମ କରିବାକୁ ଚେଷ୍ଟା କରନ୍ତି । ଯଦି ଏହା ସାହାଯ୍ୟ ନକରେ, ତେବେ ହରମୋନ୍ ଥେରାପି ଦିଆଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.