ETV Bharat / sukhibhava

Low Sugar Diet: ଓଜନ ହ୍ରାସ ଓ ଦୀର୍ଘକାଳୀନ ରୋଗରୁ ମୁକ୍ତି ଦିଏ କମ ଚିନି ବ୍ୟବହାର

author img

By

Published : Aug 2, 2022, 1:35 PM IST

ସ୍ନାକ୍ସ, ଥଣ୍ଡାପାନୀୟ ଆଦିରେ ଚିନିର ପରିମାଣ ଅଧିକ ରହିଥାଏ । ଏଗୁଡ଼ିକ ଅଧିକ ମାତ୍ରାରେ ଖାଇବା ଦ୍ବାରା ଆପଣ ଅସୁସ୍ଥତା ଅନୁଭବ କରନ୍ତି । ନିଜେ ନିଜର ଖାଦ୍ୟ ପ୍ରସ୍ତୁତ କରିବା ସହ ସେଥିରେ ଅଧିକ ଶସ୍ୟ ଓ ପ୍ରୋଟିନର ବ୍ୟବହାର ଉପରେ ପ୍ରାଧାନ୍ୟ ଦିଅନ୍ତୁ । ଅଧିକ ପଢନ୍ତୁ

Low Sugar Diet: ଓଜନ ହ୍ରାସ ଓ ଦୀର୍ଘକାଳୀନ ରୋଗରୁ ମୁକ୍ତି ଦିଏ କମ ଚିନି ବ୍ୟବହାର
Low Sugar Diet: ଓଜନ ହ୍ରାସ ଓ ଦୀର୍ଘକାଳୀନ ରୋଗରୁ ମୁକ୍ତି ଦିଏ କମ ଚିନି ବ୍ୟବହାର

ହାଇଦ୍ରାବାଦ: ଅଧିକ ଚିନି ଯୁକ୍ତ ଖାଦ୍ୟ ପଦାର୍ଥ ଓ ଥଣ୍ଡା ପାନୀୟ ଏବେ ବଜାରରେ ବହୁଳ ପରିମାଣରେ ଉପଲବ୍ଧ । ଏହାକୁ କୌଣସି ଖାସ ପର୍ବପର୍ବାଣି ବା ମୁହୂର୍ତ୍ତରେ ବ୍ୟବହାର କରିବା ଗ୍ରହଣଯୋଗ୍ୟ । କିନ୍ତୁ ନିୟମିତ ଭାବରେ ଏହାକୁ ଗ୍ରହଣ କଲେ ଅଯଥାରେ ଆପଣଙ୍କ ଶରୀରରେ କ୍ୟାଲୋରୀ ବୃଦ୍ଧି ପାଇଥାଏ । ପରବର୍ତ୍ତୀ ସମୟରେ ଏହା ଅନେକ ରୋଗର କାରଣ ସାଜିଥାଏ । ଏକ ରିପୋର୍ଟ ଅନୁସାରେ ଆପଣ ପ୍ରତିଦିନ ଖାଉଥିବା ଖାଦ୍ୟରେ ମୋଟ ୫ ପ୍ରତିଶତ ଚିନି ବ୍ୟବହାର କରିବା ଉଚିତ । କମ ଚିନି ବ୍ୟବହାର ଓଜନ ହ୍ରାସ ଓ ଦୀର୍ଘକାଳୀନ ରୋଗରୁ ଆପଣଙ୍କୁ ଦୂରେଇ ରଖିଥାଏ ।

ଅଧିକ ଚିନି ଖାଇବାଠୁ ଦୂରେଇ ରୁହନ୍ତୁ
ଅଧିକ ଚିନି ଖାଇବାଠୁ ଦୂରେଇ ରୁହନ୍ତୁ

ଗୋଟିଏ ଦିନରେ ୫ ପ୍ରତିଶତ ବା ୩୦ ଗ୍ରାମ ଚିନି ବ୍ୟବହାର କରିବା ଉଚିତ । ବିଶେଷ ଭାବରେ ଥଣ୍ଡା ପାନୀୟ, ଫଳରସ, ବିସ୍କୁଟ, କେକ୍‌ ଓ ଚକୋଲେଟରେ ଚିନିର ପରିମାଣ ଅଧିକ ରହିଥାଏ । ଆପଣ 'No Sugar Diet' ପଦ୍ଧତିକୁ ମଧ୍ୟ ଆପଣାଇ ପାରିବେ । ତେବେ ଆମେ ଆପଣଙ୍କୁ ଚିନିକୁ କିପରି ଖାଦ୍ୟରୁ ଦୂରେଇ ରଖି ସୁସ୍ଥ ରହିପାରିବେ ସେ ସମ୍ପର୍କରେ କହିବୁ ।

ଚିନି ନଖାଇବାର ଉପକାରିତା:-

ଓଜନ ହ୍ରାସ: ଅଧିକ ପରିମାଣରେ ଚିନି ଥିବା ଖାଦ୍ୟ ଖାଇଲେ ଓଜନ ବୃଦ୍ଧି ପାଇଥାଏ । ଏହି ଖାଦ୍ୟ ଖାଇବା ପରେ ଆପଣ ପେଟପୁରା ଅନୁଭବ କରନ୍ତି ନାହିଁ । ଫଳରେ ଆପଣ ଆହୁରି ଅଧିକ ଖାଇଥାନ୍ତି ଯାହାଦ୍ବାରା ନିର୍ଦ୍ଦିଷ୍ଟ ଚିନି ଖାଇବା ଠାରୁ ଆପଣ ଅଧିକ ଖାଇଥାନ୍ତି । ଏଭଳି ଖାଦ୍ୟ ଖାଇବା ବନ୍ଦ କରି ଅଧିକ ପ୍ରୋଟିନଯୁକ୍ତ ଓ ଫାଇବରଯୁକ୍ତ ଖାଦ୍ୟ ଖାଆନ୍ତୁ ।

ଦାନ୍ତର ଯତ୍ନ: ଅଧିକ ଚିନି ଖାଇବା ଦ୍ବାରା ଏହା ଦାନ୍ତର ସୁସ୍ଥତାକୁ ପ୍ରଭାବିତ କରେ । ଯଦି ଆପଣ ଫିଟ୍‌ ଓ ସୁସ୍ଥ ରହିବାକୁ ଚାହାଁନ୍ତି ତେବେ ଚିନି ଖାଇବା ପରିମାଣକୁ କମ କରନ୍ତୁ । ବିଶେଷ କରି ଫ୍ରି ସୁଗାର (ଥଣ୍ଡାପାନୀୟ, ସ୍ନାକ୍ସ, ଚକୋଲେଟରେ ଥିବା ଚିନି) ଅଧିକ ମାତ୍ରାରେ ଆପଣଙ୍କ ଦାନ୍ତକୁ ପ୍ରଭାବିତ କରିଥାଏ ।

'Low Sugar Diet'କୁ କିପରି ଅନୁସରଣ କରିବେ
'Low Sugar Diet'କୁ କିପରି ଅନୁସରଣ କରିବେ

'Low Sugar Diet'କୁ କିପରି ଅନୁସରଣ କରିବେ ?

ଦୈନନ୍ଦିନ ଜୀବନରେ ଅନେକ ଉପାୟ ରହିଛି ଯାହାଦ୍ବାରା ଆପଣ ନିଜ ଚିନି ଖାଇବା ଅଭ୍ୟାସକୁ କମ କରିପାରିବେ । ନିମ୍ନରେ ଦିଆଯାଇଥିବା ଟିପ୍ସ ଆପଣଙ୍କୁ ଏହି କ୍ଷେତ୍ରରେ ସହଯୋଗ କରିବ ।

  • ଆପଣ ଯେଉଁ ଖାଦ୍ୟ ଖାଉଛନ୍ତି ସେଥିରେ କେତେ ପରିମାଣରେ ଚିନି ରହିଛି ତାକୁ ନୋଟ୍‌ କରିବା ଆବଶ୍ୟକ । ଥଣ୍ଡାପାନୀୟ, ସ୍ନାକ୍ସରେ ଉପରେ ଲେଖାଥିବା ସାମଗ୍ରୀର ପରିମାଣ କେତେ ବ୍ୟବହାର ହୋଇଛି ତାକୁ ପଢି ସେହି ଅନୁସାରେ ଚିନିର ପରିମାଣକୁ ହ୍ରାସ କରନ୍ତୁ ।
  • ଚିନିଯୁକ୍ତ ଥଣ୍ଡାପାନୀୟ ବ୍ୟବହାରକୁ ହ୍ରାସ କରନ୍ତୁ । ଏହା ବଦଳରେ ଫଳଜୁସ, ସ୍ମୁଦିକୁ ଆପଣ ବ୍ୟବହାର କରିପାରିବେ ।
  • କେଚଅପ୍‌ ବା ବ୍ରାଉନ ସସ୍‌ ଆଦିକୁ ମଧ୍ୟ ତ୍ୟାଗ କରନ୍ତୁ । ଯଦି ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ଶରୀରକୁ ଆବଶ୍ୟକ ଅନୁଯାୟୀ ବ୍ୟବହାର କରନ୍ତୁ ।
  • ଆପଣ ମିଲ୍‌ରେ କଣ ଖାଇବେ ସେ ନେଇ ଏକ ଚାଟ୍‌ ପ୍ରସ୍ତୁତ କରନ୍ତୁ । କାରଣ ପୂର୍ବରୁ ଯୋଜନା ପ୍ରସ୍ତୁତ କରିବା ଦ୍ବାରା ଆପଣ ଶେଷ ମୁହୂର୍ତ୍ତରେ ଯେକୌଣସି ଖାଦ୍ୟ ଖାଇବା ଚିନ୍ତାଧାରାରୁ ବଞ୍ଚିତ ହୋଇପାରିବେ । ଖାଦ୍ୟ ତିଆରି କରିବା ସମୟରେ ସେଥିରେ ସତେଜ ଓ ପ୍ରୋଟିନ ଏବଂ ଅଧିକ ଶସ୍ୟଯୁକ୍ତ ଖାଦ୍ୟକୁ ସାମିଲ କରନ୍ତୁ ।
  • ଖାଦ୍ୟ ଖାଇବା ପରେ ସପିଂ କରନ୍ତୁ । ଭୋକିଲା ବା କ୍ଳାନ୍ତ ଥିବା ସମୟରେ ସପିଂ କଲେ ଏହା ଆପଣଙ୍କ ପସନ୍ଦ ଜିନିଷ ଆଡ଼କୁ ଆକୃଷ୍ଟ କରିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.