ETV Bharat / sukhibhava

Long COVID: ଶ୍ବାସକ୍ରିୟା-ଆଖି ଓ ମାଂସପେଶୀ ଉପରେ ପଡିଥାଏ ଗଭୀର ପ୍ରଭାବ - କୋରୋନାରେ ସୁସ୍ଥ ହେବା ପରେ ଆକ୍ରାନ୍ତଙ୍କ ସମସ୍ୟା

ଏବେ ମଧ୍ୟ ଦେଶରେ କୋରୋନା ଆକ୍ରାନ୍ତ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସୁସ୍ଥ ହେବାର ୩ ମାସ ପରେ ମଧ୍ୟ ଲମ୍ବା କୋଭିଡ଼ ଲକ୍ଷଣ ଦେଖିବାକୁ ମିଳିଛି । ଯାହାକି ଶ୍ବାସକ୍ରିୟା ସହିତ ଆଖି, ମାଂସପେଶୀ ଭଳି ଶରୀରର ପ୍ରମୁଖ ଅଙ୍ଗ ଉପରେ ପ୍ରଭାବ ପକାଉଛି । ଅଧିକ ପଢନ୍ତୁ

Long COVID: ଶ୍ବାସକ୍ରିୟା, ଆଖି, ମାଂସପେଶୀ ଉପରେ ପଡିଥାଏ ଗଭୀର ପ୍ରଭାବLong COVID: ଶ୍ବାସକ୍ରିୟା, ଆଖି, ମାଂସପେଶୀ ଉପରେ ପଡିଥାଏ ଗଭୀର ପ୍ରଭାବ
Long COVID: ଶ୍ବାସକ୍ରିୟା, ଆଖି, ମାଂସପେଶୀ ଉପରେ ପଡିଥାଏ ଗଭୀର ପ୍ରଭାବ
author img

By

Published : Apr 17, 2022, 2:06 PM IST

ହାଇଦ୍ରାବାଦ: ଭାରତରେ ଏବେ କୋଭିଡ଼ ମହାମାରୀ ସ୍ଥିତି ସ୍ବାଭାବିକ ହୋଇଛି । ହେଲେ କୋଭିଡ଼ ମହାମାରୀ ଦ୍ବାରା ସଂକ୍ରମିତ ହୋଇଥିବା ରୋଗୀଙ୍କ ଲମ୍ବା କୋଭିଡ଼ ଲକ୍ଷଣ ଦେଖିବାକୁ ମିଳିଥିବା ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ ଏବେ ୧୦ରୁ ୨୦ ପ୍ରତିଶତ ଆକ୍ରାନ୍ତଙ୍କ ସୁସ୍ଥ ହେବା ପରେ ମଧ୍ୟ ଏଭଳି ଲକ୍ଷଣ ଦେଖିବାକୁ ମିଳୁଛି । ଏହା ଅଧିକାଂଶ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ହେବା ସହିତ ଆଖିରେ ଯନ୍ତ୍ରଣା, ମାଂସପେଶୀ ଦୁର୍ବଳ ହୋଇଯିବା ଭଳି ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ରୋଗୀ । ୨ ରୁ ୩ ମାସ ପରେ ମଧ୍ୟ ରୋଗୀ ଏଭଳି ଯନ୍ତ୍ରଣା ଭୋଗୁଥିବା କହିଛନ୍ତି ।

ଆମେରିକା ପରେ ଭାରତରେ ଅଧିକ କୋଭିଡ ମାମଲା ଦେଖିବାକୁ ମିଳିଥିଲା । ଦେଶରେ ପ୍ରାୟ ୪ କୋଟି ୩୦ ଲକ୍ଷ ୪୦ ହଜାର ୯୪୭ ଲୋକ ସଂକ୍ରମିତ ହୋଇଥିବା ବେଳେ ୫ ଲକ୍ଷ ୨୧ ହଜାର ୭୪୭ ଜଣ ପ୍ରାଣ ହରାଇଥିଲେ । ଆକାଶ ହେଲ୍‌ଥ କେୟାର ଦ୍ବାରକାର ବରିଷ୍ଠ ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ ପ୍ରାୟ ୨୫ରୁ ୫୦ ବର୍ଷ ବୟସ୍କ ବ୍ୟକ୍ତିମାନେ ମହାମାରୀରେ ଅଧିକ ଆକ୍ରାନ୍ତ ହୋଇଥିଲେ । ସେମାନଙ୍କ ଫୁସଫୁସ ଅଧିକ ମାତ୍ରାରେ ସଂକ୍ରମିତ ହୋଇଥିଲା । ଏହାସହ ଅନେକ ଆଭ୍ୟନ୍ତରୀଣ ଅଙ୍ଗ ସ୍ଥାୟୀ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଲମ୍ବା କୋଭିଡ ପ୍ରଭାବ ଶିରା, କିଡନୀ, ଅନ୍ତଃନଳୀ, ମାଂସପେଶୀ ଉପରେ ପ୍ରଭାବ ପକାଇଛି ।

ଏହାସହିତ କିଛି ରୋଗୀଙ୍କ ଓଜନ ହ୍ରାସ, ସ୍ମରଣ ଶକ୍ତି ହ୍ରାସ ପାଇବା ଭଳି ସମସ୍ୟା ଦେଖାଦେଉଛି । କିଛି ରୋଗୀଙ୍କ ୧୫ରୁ ୨୦ କେଜି ଓଜନ ହ୍ରାସ ପାଉଥିବା ରିପୋର୍ଟରୁ ଜଣାପଡ଼ିଛି । କିଛି ରୋଗୀଙ୍କ ଭୋକ କରିବାର କ୍ଷମତା ମଧ୍ୟ ହ୍ରାସ ପାଇଛି । ସେମାନଙ୍କ ନିକଟରେ ଏହି ସମସ୍ୟା ସ୍ଥାୟୀ ଭାବେ ଦେଖିବାକୁ ମିଳିଛି । ସେପଟେ କିଛି ରୋଗୀଙ୍କ ଠାରେ ଆଖି ସମସ୍ୟାର ମଧ୍ୟ ସମ୍ମୁଖୀନ ହୋଇଛନ୍ତି । ଲମ୍ବା କୋଭିଡ ଲକ୍ଷଣ ମଧ୍ୟରେ ଘ୍ରାଣ ଶକ୍ତି ହ୍ରାସ ପାଇବା, ସ୍ବାଦ ବାରି ନପାରିବା, ଅବସାଦ, ଜ୍ବର, ଚିଡଚିଡା ସହିତ ମାନସିକ ଓ ଶାରୀରିକ କାର୍ଯ୍ୟକଳାପ ମଧ୍ୟ ପ୍ରଭାବିତ ହେଉଛି ।

ଯେଉଁମାନେ କିଛି ମାତ୍ରାରେ କୋରୋନା ଭାଇରସ ଦ୍ବାରା ସଂକ୍ରମିତ ହୋଇଥିଲେ ସେମାନଙ୍କ କ୍ଷେତ୍ରରେ ମଧ୍ୟ ଲମ୍ବା କୋଭିଡ଼ ଲକ୍ଷଣ ଦେଖିବାକୁ ମିଳିଛି । ତେବେ ଏଥିରୁ ସୁସ୍ଥ ହେବା ପାଇଁ କୋଭିଡ଼ ପରେ ଚିକିତ୍ସା ହେବା ପାଇଁ ଥିବା କ୍ଲିନିକ(post-COVID clinic)ରେ ଚିକିତ୍ସିତ ହେବା ଆବଶ୍ୟକ । ଏହାସହିତ କାର୍ଡିଓଲୋଜିଷ୍ଟ, ନ୍ୟୁରୋଲୋଜିଷ୍ଟ, ଇଏନଟି ବିଭାଗ ଆଦିରେ ଶରୀରର ପରୀକ୍ଷା କରିବା ଆବଶ୍ୟକ ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.