ETV Bharat / sukhibhava

Fruits to Avoid at Night: ରାତିରେ ଖାଆନ୍ତୁନି ଏହି ଫଳ, ନଚେତ ହୋଇପାରେ ବିପଦ - କେଉଁ ଫଳ ରାତିରେ ଖାଇବା ଅନୁଚିତ

ଫଳ ସ୍ବାସ୍ଥ୍ୟ ପାଇଁ ହିତକର । କିନ୍ତୁ ଏହାକୁ ରାତିରେ ଖାଇବା ଦ୍ବାରା ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇ ପାରେ ବୋଲି ଏକ ରିପୋର୍ଟରେ କୁହାଯାଇଛି । ଅଧିକ ପଢ଼ନ୍ତୁ

Fruits to avoid at Night
Fruits to avoid at Night
author img

By ETV Bharat Odisha Team

Published : Sep 13, 2023, 5:10 PM IST

ହାଇଦ୍ରାବାଦ: ଫଳ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏଥିରେ ସମସ୍ତ ଜରୁରୀ ପୋଷକ ତତ୍ତ୍ୱ ରହିଥାଏ ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଫଳ ଖାଇବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ତେଣୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଫଳ ଖାଇବା ପାଇଁ ପରାମର୍ଶ ଦେଇଥାଆନ୍ତି । ତେବେ ଅନେକ ଏଭଳି ରହିଛନ୍ତି ଯେଉଁମାନେ ରାତ୍ରୀ ଭୋଜନ ପରେ ଫଳ ଖାଆନ୍ତି। ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏପରି କିଛି ଫଳ ରହିଛି ଯାହାକି ରାତିରେ ଖାଇବା ଦ୍ବାରା ସ୍ବାସ୍ଥ୍ୟରେ ଉନ୍ନତି ହେବା ପରିବର୍ତ୍ତେ ଅବନ୍ନତି ହୋଇଥାଏ ।

କଦଳୀ: ପୋଷକ ତତ୍ତ୍ବରେ ସମୃଦ୍ଧ କଦଳୀ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । କିନ୍ତୁ ରାତିରେ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ରାତିରେ ଏହାକୁ ଗ୍ରହଣ କଲେ ଶରୀରର ତାପମାତ୍ରା ବୃଦ୍ଧି ପାଇଥାଏ ଏବଂ ହଜମ କରିବାକୁ ସମୟ ଲାଗିଥାଏ । ଫଳରେ ନିଦ୍ରାରେ ବ୍ୟାଘାତ ହେବାର ସମ୍ଭାବନା ରହିଥାଏ।

ଆପଲ୍: ତେବେ ପ୍ରତିଦିନ ସକାଳେ ଗୋଟିଏ ଆପଲ ଖାଇବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାଆନ୍ତି । ଏଥିରେ ଥିବା ଭିଟାମିନ୍ ଏବଂ ମିନେରାଲ୍ସ ଅନେକ ରୋଗରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ । କିନ୍ତୁ ରାତିରେ ଆପଲ ଖାଇବା ଦ୍ବାରା ପେଟରେ ଅମ୍ଳତା ସୃଷ୍ଟି ହୋଇପାରେ । ହଜମଜନିତ ସମସ୍ୟା ହେବାର ସମ୍ଭାବନା ଅଧିକ ରହିଥିବାରୁ ଏହାକୁ ଖାଇବା ପାଇଁ ବାରଣ କରାଯାଇଥାଏ।

ଏହା ମଧ୍ୟ ପଢନ୍ତୁ: ଖାଲି ପେଟରେ କେଉଁ ଫଳ ଖାଇବା ଉଚିତ, ଜାଣନ୍ତୁ ଫଳ ଖାଇବା ତରିକା

କମଳା ଏବଂ ଅଙ୍ଗୁର: ସାଧାରଣତଃ ଡିସେମ୍ବର ଠାରୁ ଫେବୃଆରୀ ମାସ ପର୍ଯ୍ୟନ୍ତ କମଳା ଅଧିକ ମିଳିଥାଏ। ଏଥିରେ ଫାଇବର ଏବଂ ଭିଟାମିନ ସି ଭରପୂର ମାତ୍ରାରେ ରହିଥାଏ । ରାତିରେ ଏହି ଫଳ ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ହୋଇପାରେ । ତଥାପି ରାତିରେ ଖଟା ଫଳ ଖାଇବାଠାରୁ ଦୂରେଇ ରହିବା ଉଚିତ ବୋଲି କୁହାଯାଏ ।

ସାପେଟା: ସାପେଟା ପୋଷକ ତତ୍ତ୍ୱ ଭରପୂର ଅଟେ । ଏହା ଖାଇବା ଦ୍ୱାରା ଥକ୍କାପଣ ଦୂର ହୋଇଥାଏ । ଏହା ଆଖି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ବୋଲି ବିବେଚନା କରାଯାଏ । ରାତିରେ ଏହି ଫଳ ଖାଇବା ଦ୍ୱାରା ନିଦ ଉପରେ ପ୍ରଭାବ ପଡିଥାଏ। ଏଥରେ ଅଧିକ ପରିମାଣରେ ଶର୍କରା ରହିଥିବା କାରଣରୁ ଡାକ୍ତରମାନେ ଏହାକୁ ରାତିରେ ଖାଇବା ପାଇଁ ବାରଣ କରିଥାଆନ୍ତି ।

ତରଭୁଜ: ଶରୀରକୁ ଗ୍ରୀଷ୍ମ ଋତୁରେ ହାଇଡ୍ରେଟ ରଖିବା ପାଇଁ ତରଭୁଜ ଖାଇବାକୁ ପରାମର୍ଶ ଦିଆଯାଇଥାଏ । ଏଥରେ ଜଳୀୟଅଂଶ ଅଧିକ ରହିଥିବାରୁ ଏହା ଶରୀରକୁ ହାଇଡ୍ରେଟ ରଖିବାରେ ସାହାଯ୍ୟ କରିଥାଏ । ତେବେ ଏଥିରେ ଶର୍କରା ସ୍ତର ଅଧିକ ରହିଥିବାକୁ ଡାଇବେଟିସ ହେବାର ସମ୍ଭାବନା ଅଧିକା ରହିଥିବାରୁ ଏହାକୁ ରାତିରେ ଖାଇବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ବାରଣ କରିଥାଆନ୍ତି ।

ବିଦ୍ର:ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ। ଏହା ଏକ ରିପୋର୍ଟ ଭିତ୍ତିକ ଖବର ଅଟେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.