ହାଇଦ୍ରାବାଦ: ଆଧୁନିକ ଜୀବନଶୈଳୀ ଏବଂ ଖରାପ ଖାଇବା ଅଭ୍ୟାସ ମଧ୍ୟରେ, ଆମେ ଆମ ଶରୀରର ଛୋଟ ଛୋଟ ପରିବର୍ତ୍ତନକୁ ମଧ୍ୟ ଅଣଦେଖା କରିଦେଉ । ଏହି ଅଣଦେଖା ପରବର୍ତ୍ତୀ ସମୟରେ ମହଙ୍ଗା ପଡିଥାଏ । କାରଣ ଏପରି ଅନେକ ରୋଗ ଅଛି, ଯାହାର ଲକ୍ଷଣ ସାମାନ୍ୟ ଭଳି ଅନୁଭବ ହେଲେ ମଧ୍ୟ ପରବର୍ତ୍ତୀ ସମୟରେ ଗମ୍ଭୀର ସମସ୍ୟା ସୃଷ୍ଟି କରିଥାଏ । ଏଥି ମଧ୍ୟରୁ ପାଟି ବାରମ୍ବାର ଶୁଷ୍କ ହୋଇଯିବା ଏବଂ ଶୋଷିଲା ଅନୁଭବ କରିବା ଅନ୍ୟତମ । ଏହି ଲକ୍ଷଣ ସାଧାରଣ ହୋଇଥିଲେ ମଧ୍ୟ ଏହା ରକ୍ତରେ ଶର୍କରା ବୃଦ୍ଧି ହେବାର ଲକ୍ଷଣ ହୋଇପାରେ । ଉଚ୍ଚ ରକ୍ତ ଶର୍କରାକୁ ହାଇପରଗ୍ଲାଇକେମିଆ କୁହାଯାଏ । ତେଣୁ ଏହି ଲକ୍ଷଣ ଦେଖାଗଲେ ସତର୍କ ରହିବାର ଆବଶ୍ୟକତା ରହିଛି ।
ଏହା ମଧ୍ୟ ପଢନ୍ତୁ:-Polycystic ovary syndrome: ଆପଣାନ୍ତୁ ଏହିସବୁ ଖାଦ୍ୟ, ଦୂର ହେବ PCOS ସମସ୍ୟା
ହାଇପରଗ୍ଲାଇକେମିଆ ବା ହାଇ ବ୍ଲଡ୍ ସୁଗାର ଲକ୍ଷଣ ପାଟି ଶୁଖିଯିବା ଭଳି ଲାଗିବା ସହ ଶୋଷ ଲାଗେ ଏବଂ ବାରମ୍ବାର ପରିସ୍ରା ଲାଗେ । ଅଧିକାଂଶ ସମୟରେ ଏହି ଲକ୍ଷଣଗୁଡିକ ଅତି ସାଧାରଣ ଦେଖାଯାଏ କିନ୍ତୁ ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ । ମଧୁମେହ ରୋଗୀ ନିୟମିତ ଔଷଧ ସେବନ କରିବା ସତ୍ତ୍ବେ ରକ୍ତରେ ଶର୍କରା ସ୍ତର ବୃଦ୍ଧିପାଏ । ସେଥିପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ, ଠିକ୍ ସମୟରେ ହାଇପରଗ୍ଲାଇକେମିଆ ଚିହ୍ନଟ କରିବା ଏବଂ ଏହାର ଚିକିତ୍ସା କରିବା । ତେବେ ପାଟି ଶୁଖିବା, ଶୋଷ ଲାଗିବା ଭଳି ସମସ୍ଯା ବ୍ୟତୀୟ ଅନ୍ୟାନ୍ୟ ଲକ୍ଷଣ ମଧ୍ୟ ରହିଛି, ସେଗୁଡିକ ନିମ୍ନରେ ବର୍ଣ୍ଣନା କରାଯାଇଛି...
ଏହା ମଧ୍ୟ ପଢନ୍ତୁ:- ଗୌରବ ଆଣିଲେ ଭାରତୀୟ ବଂଶୋଦ୍ଭବ, ପରିବେଶ ଫେଲୋସିପ୍ ସମ୍ମାନରେ ହେଲେ ସମ୍ମାନିତ
କ୍ଳାନ୍ତ ଅନୁଭବ କରିବା, କିଛି ଦେଖିବାରେ ଅସୁବିଧା, ବିନା କୌଣସି କାରଣରେ ଓଜନ ହ୍ରାସ, ଚର୍ମ ସଂକ୍ରମଣ, ବ୍ଲାଡର ସଂକ୍ରମଣ, ଉଚ୍ଚ ରକ୍ତରେ ଶର୍କରା ମଧ୍ୟ ଏହି କାରଣରୁ ହୋଇପାରେ । କୌଣସି ବୟସରେ ଏହି ରୋଗର ଶିକାର ହୋଇପାରିବେ । ଏହାର ସବୁଠାରୁ ବଡ କାରଣ ହେଉଛି ଖରାପ ଜୀବନଶୈଳୀ ଏବଂ ଖାଦ୍ୟ । ରକ୍ତରେ ଶର୍କରା ସ୍ତର ବଢାଇବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହି କାରଣରୁ ଅନ୍ୟାନ୍ୟ ସମସ୍ୟା, ଯେପରିକି ଟେନସନ, ବିଭିନ୍ନ ସାଧାରଣ ରୋଗ, ଅତ୍ୟଧିକ ଖାଇବା, ବ୍ୟାୟାମ ଅଭାବ ଇତ୍ୟାଦି ।
Disclaimer: ଉପରସ୍ତ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ । ଯଦି ଆପଣଙ୍କ କ୍ଷେତ୍ରରେ ଜଟିଳ ନିଦ୍ରା ସମସ୍ୟା ଦେଖା ଦେଉଛି ତେବେ ନିଶ୍ଚିତ ରୂପେ ଡାକ୍ତରଙ୍କ ପରାମର୍ଶ କରାଇ ନିଅନ୍ତୁ ।