ହାଇଦ୍ରାବାଦ: ପାର୍କିନ୍ସନ୍ ରୋଗ ଏକ ମସ୍ତିଷ୍କ ବ୍ୟାଧି । ବୃଦ୍ଧାବସ୍ଥାରେ ଏହି ରୋଗ ଦେଖାଯାଏ । ଏହି ରୋଗ ବାବଦର ଆଜି ବି ଅନେକ ଲୋକ ଅବଗତ ନାହାନ୍ତି । ଏଥିପାଇଁ ପ୍ରତିଟି ବ୍ୟକ୍ତିଙ୍କୁ ରୋଗ ବିଷୟରେ ସତର୍କ କରାଇବା ଉଦ୍ଦେଶ୍ୟରେ ଆଜିର ଦିନକୁ(11 ଅପ୍ରେଲ)କୁ ବିଶ୍ୱ ପାର୍କିନ୍ସନ୍ ଦିବସ ରୂପେ ପାଳନ କରାଯାଉଛି । ଏହି ଅବସରରେ ଅନେକ ସଚେତନମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଏ । ତେବେ ପାର୍କିନ୍ସନ୍ ରୋଗ କଣ ଜାଣିବା ପାଇଁ ଏହି ରିପୋର୍ଟକୁ ସମ୍ପୂର୍ଣ୍ଣ ପଢନ୍ତୁ...
ପାର୍କିନ୍ସନ୍ ରୋଗ ହେଲେ ମସ୍ତିଷ୍କର ନିର୍ଦ୍ଦିଷ୍ଟ କେତେକ କୋଷ କ୍ଷତିଗ୍ରସ୍ତ ହୁଏ । ଏହି ରୋଗ ହେଲେ ଶାରୀରିକ ସନ୍ତୁଳନ ବଜାୟ ରହେ ନାହିଁ । ଏହିପରି ସମସ୍ୟାକୁ ପ୍ରୋଗ୍ରେସିଭ୍ ନ୍ୟୁରୋଡିଜେନେରେଟିଭ୍ ବ୍ୟାଧି ମଧ୍ୟ କୁହାଯାଏ । ଏହି ରୋଗର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ, କେବଳ ଖାଦ୍ୟ ମାଧ୍ୟମରେ କେତେକ ସତର୍କତା ଅବଲମ୍ବନ କରିପାରିଲେ ଏହି ରୋଗ ନିରାକରଣ ହୋଇପାରିବ ।
ପାର୍କିନ୍ସନ୍ ରୋଗର ଲକ୍ଷଣ : Parkinson.orgରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପାର୍କିନ୍ସନ୍ ରୋଗ (PD) ହେଉଛି ଏକ ନ୍ୟୁରୋଡିଜେନେରେଟିଭ୍ ବ୍ୟାଧି, ଯାହା ମୁଖ୍ୟତଃ ମସ୍ତିଷ୍କର ସ୍ନାୟୁକୁ ପ୍ରଭାବିତ କରିଥାଏ । ଏହାର ଲକ୍ଷଣ ହଠାତ୍ ଦେଖାଯାଏ ନାହିଁ । ଧୀରେଧୀରେ ସଙ୍କେତ ବିକଶିତ ହୁଏ । ରୋଗର ବିବିଧତା ହେତୁ ଲକ୍ଷଣର ରୂପ ପ୍ରାୟତଃ ବ୍ୟକ୍ତିଙ୍କଠାରୁ ଭିନ୍ନ ଭିନ୍ନ ହୋଇଥାଏ । ପାର୍କିନ୍ସନ୍ ରୋଗର ଲକ୍ଷଣ ହେଉଛି...
- ବିଶ୍ରାମ ସମୟରେ ହାତ ଓ ପାଦର କମ୍ପନ
- ଅଙ୍ଗରେ କଠିନତା
- ଚାଲିବା ସମୟରେ ସନ୍ତୁଳନ ସମସ୍ୟା
- ପୋଷ୍ଚୁରାଲ୍ ସମସ୍ୟା
- ଅନିଦ୍ରା
- ପାର୍କିନ୍ସନ୍ ରୋଗର କାରଣ
ଚିକିତ୍ସା
ଯଦିଓ ପାର୍କିନ୍ସନ୍ ରୋଗର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ, ତଥାପି କେତେକ ବିକଳ୍ପ ଉପାୟ ରହିଛି । ଏହି ଚିକିତ୍ସାରେ ଔଷଧ ଏବଂ ଅସ୍ତ୍ରୋପଚାର ଅନ୍ତର୍ଭୁକ୍ତ ଅଛି । ପାର୍କିନ୍ସନ୍ ରୋଗ ସାଂଘାତିକ ନୁହେଁ, କିନ୍ତୁ ଜଟିଳତା ଗୁରୁତର ହୋଇପାରେ । ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର(ସିଡିସି) ଅନୁଯାୟୀ ପାର୍କିନ୍ସନ୍ ଜଟିଳତା ଯୁକ୍ତରାଷ୍ଟ୍ରର ମୃତ୍ୟୁର 14ତମ ପ୍ରମୁଖ କାରଣ । ତେଣୁ ରୋଗ ବାବଦରେ ସଚେତନ ରହିବା ଉଚିତ୍ ।
ଏକ ସୁସ୍ଥ ଖାଦ୍ୟ ସହିତ ପାର୍କିନ୍ସନ୍ ରୋଗ ପରିଚାଳନା : ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କିଛି ଖାଦ୍ୟପେୟ ପରିବର୍ତ୍ତନ କରି ଏହି ରୋଗକୁ ନିୟନ୍ତ୍ରଣ କରାଯାଇପାରିବ । ତେଣୁ ଆଣ୍ଟି-ଅକ୍ସିଡାଣ୍ଟ, ମାଛ ତେଲ, ଭିଟାମିନ୍ ବି1, ସି ଏବଂ ଡିରେ ଭରପୂର ଖାଦ୍ୟ ଖାଇବା ଜରୁରୀ । ଅନେକ ଅଧ୍ୟୟନରୁ ଜଣାପଡିଛି ଯେ, ଓମେଗା-3 ଫ୍ୟାଟି ଏସିଡ୍ ସ୍ନାୟୁ ପ୍ରଦାହକୁ ହ୍ରାସ କରିବାରେ, ନ୍ୟୁରୋଟ୍ରାନ୍ସମିସନ୍ ବୃଦ୍ଧି କରିବାରେ ଏବଂ ସ୍ନାୟୁ ଅବକ୍ଷୟକୁ ରୋକିବାରେ ସାହାଯ୍ୟ କରିଥାଏ ।
ଯଦି ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ଓମେଗା-3 ଫ୍ୟାଟି ମାଛ କିମ୍ବା ଓମେଗା-3 ସପ୍ଲିମେଣ୍ଟ ଦିଆଯାଏ, ତେବେ ଏହାର ଅନେକ ସୁପ୍ରଭାବ ପଡିବ । ଏହି ଲୋକମାନେ ଅଧିକ ଚିନି, ଲୁଣ, ପ୍ରକ୍ରିୟାକୃତ ଖାଦ୍ୟ, ଉଚ୍ଚ କୋଲେଷ୍ଟ୍ରଲ ଖାଦ୍ୟ, ଦୁଗ୍ଧଜାତ ଦ୍ରବ୍ୟ ଯେପରିକି ପନିର୍, କମ୍ ଚର୍ବିଯୁକ୍ତ କ୍ଷୀର, ଦହି, ସନ୍ତୁଳିତ ଚର୍ବି ଇତ୍ୟାଦି ଖାଇବାଠାରୁ ଦୂରେଇ ରହିବା ଉଚିତ୍ । ଏହି ରୋଗୀମାନେ ସାଧାରଣତଃ ଗିଳିବା ଏବଂ ଚୋବାଇବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେଣୁ ସେମାନେ କମ୍ ମାଂସ ଖାଇବା ଉଚିତ୍ ।