ETV Bharat / sukhibhava

ଏ ସବୁ ପାଇଲ୍ସର ପ୍ରାରମ୍ଭିକ ଲକ୍ଷଣ, ଅବହେଳା ନକରି କରନ୍ତୁ ଚିକିତ୍ସା

author img

By

Published : Mar 23, 2023, 6:04 PM IST

ଜୀବନଶୈଳୀରେ ପରିବର୍ତ୍ତନ, ମସଲାଯୁକ୍ତ ଖାଦ୍ୟ, ମଦ୍ୟପାନ, ଫାଷ୍ଟ ଫୁଡ୍ ଏବଂ ପ୍ରୋସେସ୍ଡ ଫୁଡ୍ ଖାଇବା ଦ୍ବାରା ଦେଖା ଯାଉଥିବା ବିଭିନ୍ନ ରୋଗ ମଧ୍ୟରୁ ପାଇଲ୍ସ ଅନ୍ୟତମ । ଏହି ସମସ୍ୟାକୁ କିପରି ରୋକିବେ, ଜାଣନ୍ତୁ ରୋଗର କାରଣ ଓ ଲକ୍ଷଣ ବାବଦରେ । ଅଧିକ ପଢ଼ନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ପରିବର୍ତ୍ତିତ ଜୀବନଶୈଳୀ ଆମକୁ ନାନା ସ୍ବାସ୍ଥ୍ୟ ସମସ୍ୟାରେ ପକାଉଛି । ଅଧିକାଂଶ ରୋଗ କେବଳ ମାତ୍ରାଧିକ ମସଲାଯୁକ୍ତ ଖାଦ୍ୟ, ମଦ୍ୟପାନ, ଫାଷ୍ଟ ଫୁଡ୍ ଏବଂ ପ୍ରୋସେସ୍ଡ ଫୁଡ୍ ଖାଇବା ଦ୍ବାରା ହୋଇଥାଏ । ସେଥିମଧ୍ୟରୁ ପାଇଲ୍ସ ଅନ୍ୟତମ । ବହୁ ସଂଖ୍ୟକ ଲୋକେ ପାଇଲ୍ସ ରୋଗରେ ପୀଡିତ ହେଉଛନ୍ତି । ଏହି ରୋଗ ହେଲେ ମଳଦ୍ୱାରର ଭିତର ଓ ବାହାର ଅଂଶରେ ଫୁଲା ଦେଖାଯାଏ । ପାଇଲ୍ସର ମୁଖ୍ୟ କାରଣ କୋଷ୍ଠକାଠିନ୍ୟ ହୋଇଥାଏ । ଯଦି ପେଟ ପରିଷ୍କାର ନାହିଁ ଏବଂ ମଳତ୍ୟାଗ ସମୟରେ ଯନ୍ତ୍ରଣା ହେଉଛି ତେବେ ଏହା ପାଇଲ୍ସର ଲକ୍ଷଣ ।

ଖରାପ ଡାଏଟ୍, ବିଶୃଙ୍ଖଳିତ ଜୀବନଶୈଳୀ, ଗୋଟିଏ ସ୍ଥାନରେ ଦୀର୍ଘ ସମୟ ବସି ରହି କାମ କରିବା, ମୋଟାପଣ ଏବଂ କୋଷ୍ଠକାଠିନ୍ୟ ପାଇଲ୍ସ ସମସ୍ୟା ସୃଷ୍ଟି କରିପାରେ । ପ୍ରାୟତଃ ଏହି ରୋଗ 50 ବର୍ଷ ପରେ ଦେଖାଯାଏ । ମାତ୍ର ବର୍ତ୍ତମାନ ସମୟରେ ଯୁବପିଢି ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯଦି ଏହି ରୋଗରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ଯଥାସମ୍ଭବ ପାଣି ପିଇବା ଅଭ୍ୟାସ କରନ୍ତୁ । ସମ୍ପୂର୍ଣ୍ଣ ଶସ୍ୟ ଜାତୀୟ ଖାଦ୍ୟ, ଫଳ, ସବୁଜ ପତ୍ରଯୁକ୍ତ ପନିପରିବା ଖାଇବା ଉଚିତ୍ । ତେବେ ପାଇଲ୍ସ କେତେ ପ୍ରକାରର ଏବଂ ଏହାର କାରଣ କଣ ଜାଣନ୍ତୁ

ପାଇଲ୍ସ ପ୍ରକାର:- ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ରୋଗର ଅବସ୍ଥା ଏବଂ ସମସ୍ୟାର ଗମ୍ଭୀରତା ଆଧାରରେ ଚାରି ପ୍ରକାରର ପାଇଲ୍ସ ଥାଏ । ଯେପରିକି, ଇଣ୍ଟରନାଲ୍ ହେମୋରୋଇଡ, ପ୍ରୋଲେପ୍ସଡ ହେମୋରୋଇଡ, ଏକ୍ସଟରନାଲ୍ ହେମୋରୋଇଡ ଏବଂ ଥ୍ରୋମ୍ବୋଜେଡ ହେମୋରୋଇଡ ।

ପାଇଲ୍ସ କାରଣ:- ଡାକ୍ତରଙ୍କ କହିବା ଅନୁସାରେ, ଅଧିକାଂଶ କ୍ଷେତ୍ରରେ କ୍ରନିକ୍ ଏବଂ ଅତ୍ୟଧିକ କୋଷ୍ଠକାଠିନ୍ୟ ପାଇଲ୍ସ ପାଇଁ ଦାୟୀ ବୋଲି ବିବେଚନା କରାଯାଏ । ଜେନେଟିକ କାରଣରୁ ମଧ୍ୟ ଏହା ହୋଇପାରେ । ଏହା ବ୍ୟତୀତ, ଅନ୍ୟ କେତେକ କାରଣ ଅଛି ଯାହା ଏହି ରୋଗ ହେବାର ସମ୍ଭାବନାକୁ ମଧ୍ୟ ବଢାଇଦିଏ । ସେଥିମଧ୍ୟରୁ କିଛି ନିମ୍ନରେ ବର୍ଣ୍ଣନା କରାଯାଇଛି, ମସଲାଯୁକ୍ତ, ଅଧିକ ଭଜା ଯାଇଥିବା କିମ୍ବା ତେଲିଆ ଖାଦ୍ୟ ନିୟମିତ ଖାଇବା ଦ୍ବାରା ଏହା ହୋଇଥାଏ ।

ଖାଦ୍ୟରେ ଫାଇବର ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱର ଅଭାବ । ଶରୀରରେ ଡିହାଇଡ୍ରେସନ୍ । ଶାରୀରିକ କାର୍ଯ୍ୟକଳାପ ହ୍ରାସ ଇତ୍ୟାଦି ଏହାର କାରଣ ରହିଛି । ତେଣୁ ଜୀବନଶୈଳୀରେ ଏହି ଅଭ୍ୟାସରେ ପରିବର୍ତ୍ତନ ଆଣିବା ସହ ରୋଗ ହେବା ପରେ ମଧ୍ୟ ଲଜ୍ଜା ନକରି ଡାକ୍ତରଙ୍କ ପରାମର୍ଶ କରିବା ଦ୍ବାରା ପାଇଲ୍ସକୁ ରୋକାଯାଇ ପାରିବ । ତେଣୁ ଲକ୍ଷଣ ଦେଖିବା ମାତ୍ରେ ଡାକ୍ତରଙ୍କ ପରାମର୍ଶ କରନ୍ତୁ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.