ETV Bharat / sukhibhava

Naturopathy Day: ପ୍ରାକୃତିକ ଚିକିତ୍ସାକୁ ଉତ୍ସାହିତ କରେ ନାଚ୍ୟୁରପାଥି ଦିବସ - ନାଚ୍ୟୁରପାଥି ଅର୍ଥ କଣ

ନାଚ୍ୟୁରୋପାଥି ବା ପ୍ରାକୃତିକ ଚିକିତ୍ସାକୁ ପ୍ରୋତ୍ସାହିତ କରିବାରେ ପ୍ରତିବର୍ଷ ନଭେମ୍ବର 18କୁ ଜାତୀୟ ନାଚ୍ୟୁରୋପାଥି ଦିବସ(Naturopathy Day) ଭାବେ ପାଳନ କରାଯାଏ । ଜାଣନ୍ତୁ କେବେ ଏବଂ କେଉଁ ଠାରୁ ଏହି ଚିକିତ୍ସାର ଆରମ୍ଭ ହୋଇଥିଲା । ଅଧିକ ପଢନ୍ତୁ

Naturopathy Day: ପ୍ରାକୃତିକ ଚିକିତ୍ସାକୁ ଉତ୍ସାହିତ କରେ ନାଚ୍ୟୁରପାଥି ଦିବସ

author img

By

Published : Nov 18, 2022, 6:48 AM IST

Updated : Nov 18, 2022, 8:56 AM IST

ହାଇଦ୍ରାବାଦ: ନାଚ୍ୟୁରୋପାଥି ବା ପ୍ରାକୃତିକ ଚିକିତ୍ସାକୁ ପ୍ରୋତ୍ସାହିତ କରିବାରେ ପ୍ରତିବର୍ଷ ନଭେମ୍ବର 18କୁ ଜାତୀୟ ନାଚ୍ୟୁରୋପାଥି ଦିବସ(Naturopathy Day) ଭାବେ ପାଳନ କରାଯାଏ । ନଭେମ୍ବର 18, 2018ରେ ଆୟୁଷ ମନ୍ତ୍ରଣାଳୟ (ଆୟୁର୍ବେଦ, ଯୋଗ ଏବଂ ନାଥୁରୋପାଥି, ୟୁନାନି, ସିଦ୍ଧ ଏବଂ ହୋମିଓପାଥି) ପକ୍ଷରୁ ଏହି ଦିବସ ଘୋଷଣା କରାଯାଇଥିଲା ।

1945 ମସିହାରେ ଆଜିର ଦିନରେ ମହାତ୍ମା ଗାନ୍ଧୀ ଅଲ ଇଣ୍ଡିଆ ନେଚର୍ କ୍ୟୁୟର୍ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ହୋଇଥିଲେ ଏବଂ ସମସ୍ତ ଶ୍ରେଣୀର ଲୋକଙ୍କୁ ପ୍ରକୃତି ଉପଶମ କରିବାର ସୁବିଧା ଉପଲବ୍ଧ କରାଇବାକୁ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ । ନାଚ୍ୟୁରୋପାଥି ହେଉଛି, ସର୍ବ ପୁରାତନ ସ୍ୱାସ୍ଥ୍ୟସେବା ପ୍ରଣାଳୀ, ଯାହା ଆଧୁନିକ ଚିକିତ୍ସା ଜ୍ଞାନକୌଶଳକୁ ପାରମ୍ପାରିକ ଏବଂ ପ୍ରାକୃତିକ ଔଷଧ ସହିତ ଯୋଡିଥାଏ ।

ଡାଏଟେଟିକ୍ସ, ବଟାନିକାଲ୍ ମେଡିସିନ୍, ହୋମିଓପାଥି, ଉପବାସ, ବ୍ୟାୟାମ, ଜୀବନଶୈଳୀ ପରାମର୍ଶ, ଡିଟକ୍ସଫିକେସନ୍ ଏବଂ ଚେଲେସନ୍, କ୍ଲିନିକାଲ୍ ପୁଷ୍ଟିକର ଖାଦ୍ୟ, ହାଇଡ୍ରୋଥେରାପି, ନାଥୁରୋପାଥିକ୍ ମନିପୁଲେସନ୍, ଆଧ୍ୟାତ୍ମିକ ଆରୋଗ୍ୟ, ପ୍ରକୃତିରୁ ଉପଲବ୍ଧ ଚିକିତ୍ସା ଉପକରଣ ମାଧ୍ୟମରେ ଏହି ଚିକିତ୍ସା କରାଯାଏ ।

ନାଚ୍ୟୁରୋପାଥିର ଇତିହାସ:-

1800 ଦଶକରେ ଜର୍ମାନରୁ ନାଚ୍ୟୁରୋପାଥି କୌଶଳ ଆମେରିକାକୁ ଅଣାଯାଇଥିଲା । ନାଚ୍ୟୁରୋପାଥି ଶବ୍ଦ 1895 ମସିହାରେ ଜନ୍ ସ୍କେଲଙ୍କ ଦ୍ବାରା ରଚନା କରାଯାଇଥିଲା ଏବଂ ବେନଡିକ୍ଟ ଲଷ୍ଟଙ୍କ ଦ୍ବାରା ଲୋକପ୍ରିୟ ହୋଇଥିଲା । ସେ ଆଧୁନିକ ନାଚ୍ୟୁରୋପାଥି ପିତା ଭାବରେ ଜଣାଶୁଣା ଥିଲେ । 1992ରେ ସେ ଆମେରିକାରେ ନାଚ୍ୟୁରୋପାଥି ସମ୍ବନ୍ଧୀୟ ଜ୍ଞାନ ବିସ୍ତାର କରିଥିବାରୁ ତାଙ୍କୁ ସମ୍ମାନିତ କରାଯାଇଥିଲା ।

ନାଚ୍ୟୁରୋପାଥି ଆନ୍ଦୋଳନ ଜର୍ମାନୀ ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶରେ ଜଳ ଆରୋଗ୍ୟ ଚିକିତ୍ସା ସହିତ ଆରମ୍ଭ ହୋଇଥିଲା, ଯାହାକୁ ହାଇଡ୍ରୋଥେରାପି ମଧ୍ୟ କୁହାଯାଏ । ଭିନ୍ସେଣ୍ଟ ପ୍ରିସ୍ନିଜ୍(Vincent Preisnitz) ହିଁ ଜଳର ଉପଶମକୁ ବିଶ୍ବରେ ପ୍ରସିଦ୍ଧ କରାଥିଲେ ଏବଂ ପରେ ଏହି କାର୍ଯ୍ୟରେ ଅନ୍ୟାନ୍ୟ ବ୍ୟକ୍ତିତ୍ୱ ସହଯୋଗ କରିଥିଲେ । ଲୁଇସ୍ କୁହେନ୍ ଏ ବାବଦରେ ନୀତି ପ୍ରସ୍ତୁତ କରିଥିଲେ ଏବଂ ଏହି ଉପାୟ ପାଇଁ ଏକ ତତ୍ତ୍ୱଗତ ଆଧାର ମଧ୍ୟ ପ୍ରଦାନ କରିଥିଲେ ।

ଭାରତରେ ନାଚ୍ୟୁରୋପାଥି:-

ଭାରତରେ ନାଚ୍ୟୁରୋପାଥିର ପୁନର୍ଜୀବନ ଜର୍ମାନ ଲୁଇସ୍ କୁହେନ୍‌ଙ୍କ ପୁସ୍ତକ 'New Science of Healing'ର ଅନୁବାଦ ମାଧ୍ୟମରେ ହୋଇଥିଲା । 1894 ମସିହାରେ ଭେଙ୍କଟ ଚେଲାପାଟୀ ଶର୍ମାଙ୍କ ଦ୍ୱାରା ତେଲୁଗୁ ଭାଷାରେ ଅନୁବାଦିତ ହୋଇଥିଲା । ଭାରତୀୟ ନାଚ୍ୟୁରୋପାଥି ଆନ୍ଦୋଳନ ପ୍ରଥମେ ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରେ ଆରମ୍ଭ ହୋଇଥିଲା । ଏହି ପ୍ରାକୃତିକ ଆରୋଗ୍ୟ ଚିକିତ୍ସାକୁ ପ୍ରୋତ୍ସାହିତ କରିବା ପାଇଁ, କିଛି ଲୋକ କଠିନ ପରିଶ୍ରମ କରିଛନ୍ତି ଏବଂ ସେମାନଙ୍କର ବିଜ୍ଞାନରେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି ।

ନାଚ୍ୟୁରୋପାଥିର ଉପକାର:-

ସ୍ୱାସ୍ଥ୍ୟ ସମସ୍ୟାର ମୂଳ କାରଣ ବିଷୟରେ ଶିକ୍ଷା ଦେବା ସହ ସର୍ବଦା ସୁସ୍ଥ ପରିବର୍ତ୍ତନ ବିଷୟରେ ସଚେତନ କରିବା ପାଇଁ ଲକ୍ଷ୍ୟ ରଖିଥାଏ ନାଚ୍ୟୁରୋପାଥିର । ଖାଦ୍ୟପେୟ ଏବଂ ଜୀବନଶୈଳୀ ପରିବର୍ତ୍ତନ ଉପରେ ପରାମର୍ଶ ଦେବା ଠାରୁ ଆରମ୍ଭ କରି ମାନସିକ ସୁସ୍ଥତା ପାଇଁ ମାର୍ଗଦର୍ଶନ କରିବା ପର୍ଯ୍ୟନ୍ତ, ଚିକିତ୍ସା ଜଗତରେ ନାଚ୍ୟୁରୋପାଥିର ଏକ ପ୍ରମୁଖ ସ୍ଥାନ ରହିଛି । ଯଦି ଆମେ ଆଜିର ଦୃଶ୍ୟକୁ ଏକ ବ୍ୟାପକ ଦୃଷ୍ଟି ଦେବା, ନାଚ୍ୟୁରୋପାଥିର ଏହାର ଲାଭ ପାଇଁ ବହୁଳ ଭାବରେ ଜଣାଶୁଣା ଏବଂ ଏହାର ବିଭିନ୍ନ ପ୍ରକାରର ଚିକିତ୍ସା ପାଇଁ ପ୍ରଶଂସିତ । ଏହାକୁ ଏକ ସ୍ବାଧୀନ ଚିକିତ୍ସା ବ୍ୟବସ୍ଥା ଭାବରେ ଗ୍ରହଣ କରାଯାଇଛି ଏବଂ ବର୍ତ୍ତମାନ ସ୍ନାତକୋତ୍ତର ଏବଂ ଯୋଗ ବିଜ୍ଞାନରେ ସ୍ନାତକୋତ୍ତର ବିଭାଗରେ ସାଢେ ପାଞ୍ଚ ବର୍ଷ ଡିଗ୍ରୀ ପାଠ୍ୟକ୍ରମ ପ୍ରଦାନ କରୁଥିବା କଲେଜଗୁଡିକରେ ରହିଛି ।

Last Updated : Nov 18, 2022, 8:56 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.