ETV Bharat / sukhibhava

କୋଲେଷ୍ଟ୍ରଲ ହେଲେ ଶରୀରରେ ଦେଖାଦିଏ ଏସବୁ ଲକ୍ଷଣ

author img

By

Published : Apr 19, 2023, 11:05 AM IST

ମାନବ ଶରୀରରେ ଦୁଇ ପ୍ରକାରର କୋଲେଷ୍ଟ୍ରଲ୍ ଥାଏ । ଏହି କୋଲେଷ୍ଟ୍ରଲ୍ ସ୍ବାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ । ମାତ୍ର ଏହାର ପରିମାଣ ବୃଦ୍ଧି କିମ୍ବା ହ୍ରାସ ପାଇଲେ ନାନା ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୁଏ । ତେଣୁ ରୋଗର ଲକ୍ଷଣ ବାବଦରେ ସତର୍କ ରହି, ପ୍ରାଥମିକ ପର୍ଯ୍ୟାୟରୁ କିପରି ଚିକିତ୍ସା କରିବେ, ଜାଣନ୍ତୁ

Cholesterol Symptoms
Cholesterol Symptoms

ହାଇଦ୍ରାବାଦ: କୋଲେଷ୍ଟ୍ରଲ୍ ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ । ଏହା ଏକ ଚର୍ବି ପରି ପଦାର୍ଥ, ଯାହା ମାନବ ଶରୀରର ପ୍ରାୟ ସମସ୍ତ କୋଷରେ ଥାଏ । କୋଲେଷ୍ଟ୍ରଲ୍ ଶରୀରରେ ମିଳୁଥିବା ଏକ ପ୍ରକାର ପ୍ରୋଟିନ୍ । ଆମ ଶରୀରରେ ଦୁଇ ପ୍ରକାରର କୋଲେଷ୍ଟ୍ରଲ ଥାଏ, LDL(ଲୋ ଡେନସିଟି ଲିପୋପ୍ରୋଟେନ୍) ଅର୍ଥାତ୍ ନିମ୍ନ ସାନ୍ଦ୍ରତା ଲିପୋପ୍ରୋଟେନ୍ ଏବଂ HDL(ହାଇ ଡେନସିଟି ଲିପୋପ୍ରୋଟେନ୍) ଅର୍ଥାତ୍ ଉଚ୍ଚ ସାନ୍ଦ୍ରତା ଲିପୋପ୍ରୋଟେନ୍ । LDLକୁ ଖରାପ କୋଲେଷ୍ଟ୍ରଲ ଏବଂ HDLକୁ ଭଲ କୋଲେଷ୍ଟ୍ରଲ ବୋଲି କୁହାଯାଏ । ମାତ୍ର ଯେକୌଣସି ପ୍ରକାରର କୋଲେଷ୍ଟ୍ରଲ୍‌ର ବୃଦ୍ଧି ତଥା ହ୍ରାସ ସ୍ବାସ୍ଥ୍ୟ ପାଇଁ ହାନିକାରକ । ଅନେକ ଲୋକ ଏହି ସମସ୍ୟାକୁ ଜାଣିପାରନ୍ତି ନାହିଁ । ଆଜିର ଆର୍ଟିକିଲରେ ଆମେ କେତେକ ଲକ୍ଷଣ ବାବଦରେ ଆଲୋଚନା କରିବୁ, ଯାହା କୋଲେଷ୍ଟ୍ରଲ୍ ବୃଦ୍ଧି ହେଲେ ଦେଖାଦିଏ

ଜାନଥେଲାସ୍ମା

ଆଖିପତା ତଥା ଆଖିର ବାହାର ଅଂଶ ଭାଗରେ ହଳଦି ରଙ୍ଗର କିଛି ଲକ୍ଷଣ କୋଲେଷ୍ଟ୍ରଲ୍‌କୁ ସୂଚିତ କରେ । ଏହାକୁ ଜାନଥେଲାସ୍ମା(Xanthelasma) କୁହାଯାଏ । ଜାନଥେଲାସ୍ମା ସାଧାରଣତଃ କୁଣ୍ଡେଇ ହୋଇଥାଏ ମାତ୍ର ଏହା ଯନ୍ତ୍ରଣାବିହୀନ । ଉଚ୍ଚ କୋଲେଷ୍ଟ୍ରଲ ଥିବା ସମସ୍ତ ଲୋକଙ୍କଠାରେ ଜାନଥେଲାସ୍ମାର ସମସ୍ୟା ଉପୁଜେ ନାହିଁ । ଏହି ସମସ୍ୟା ପ୍ରାୟତଃ ଅସନ୍ତୁଳନ ଲିପିଡ ଥିବା ଲୋକଙ୍କ ଠାରେ ଦେଖାଯାଏ । ଯଦି ଆପଣଙ୍କର ଏହି ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ମୁହଁ, ଗାଲ ଏବଂ କପାଳରେ କମଳା ରଙ୍ଗ କିମ୍ବା ଦାଗ ମଧ୍ୟ ଉଚ୍ଚ କୋଲେଷ୍ଟ୍ରଲର ଲକ୍ଷଣ ହୋଇପାରେ । ସେଗୁଡ଼ିକ ହାତ, କାନ୍ଧ ଏବଂ ଆଣ୍ଠୁରେ ମଧ୍ୟ ଦେଖାଯାଏ । ଶରୀରରେ ଅତ୍ୟଧିକ ଜାନଥେଲାସ୍ମାର ଉପସ୍ଥିତି ଉଚ୍ଚ ସ୍ତରର ଟ୍ରାଇଗ୍ଲାଇରାଇଡସ୍ ସଙ୍କେତ ଦେଇଥାଏ ।

ଏହା ମଧ୍ୟ ପଢନ୍ତୁ:- ଏଣିକି ସହଜ ହେବ ହୃଦ୍‌ରୋଗ ଲକ୍ଷଣ ଚିହ୍ନଟ, ସ୍କ୍ରିନିଂ ଡିଭାଇସ୍ ପ୍ରସ୍ତୁତ କଲେ ବୈଜ୍ଞାନିକ

କର୍ନିଆଲ୍ ଆର୍କସ୍

କର୍ଣ୍ଣିଆଲ୍ ଆର୍କସ୍ କିମ୍ବା ଆର୍କସ୍ ସେନିଲିସ୍ ହେଉଛି ଏକ ପତଳା ଧଳା ରେଖା ଯାହାକି ଆଖିର କର୍ଣ୍ଣିଆର ଚାରିପାଖରେ ଦେଖାଯାଏ । ଆମେରିକାର ନ୍ୟାସନାଲ ହାର୍ଟ, ଲଙ୍ଗ(ଫୁସଫୁସ) ଏବଂ ବ୍ଲଡ ଇନଷ୍ଟିଚ୍ୟୁଟ (NHLBI) ଅନୁଯାୟୀ କର୍ନିଆଲ୍ ଆର୍କସ୍ ଉଚ୍ଚ କୋଲେଷ୍ଟ୍ରଲ୍‌ର ଏକ ପ୍ରମୁଖ ସଙ୍କେତ । ଯେଉଁ ବ୍ୟକ୍ତିଙ୍କ ପରିବାରର କୌଣସି ସଦସ୍ୟ ଉଚ୍ଚ କୋଲେଷ୍ଟ୍ରୋଲର ପୀଡିତ ଥିଲେ କିମ୍ବା ଅଛନ୍ତି, ସେମାନଙ୍କର କର୍ଣ୍ଣିଆଲ୍ ଆର୍କସ୍ ଭଳି ଲକ୍ଷଣ ଦେଖା ଦେଇପାରେ ।

ସୋରିୟାସିସ୍

ଯଦି ଚେହେରାର ଚର୍ମ ଏବଂ ଶରୀରର ଅନ୍ୟ ଅଂଶରେ ଲାଲ ଏବଂ କୁଞ୍ଚିତ ଦାଗ ଦେଖାଯାଏ, ତେବେ ତୁରନ୍ତ ଏହାର ଚିକିତ୍ସା କରନ୍ତୁ । କାରଣ ଏହା ସୋରିୟାସିସ୍ ରୋଗର ଲକ୍ଷଣ । ଏହି ରୋଗ ଅଧିକ କୋଲେଷ୍ଟ୍ରଲ ଥିବା ଲୋକଙ୍କଠାରେ ମଧ୍ୟ ଦେଖାଯାଏ |

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.