ହାଇଦ୍ରାବାଦ: ପ୍ଲାଷ୍ଟିକ୍ ଆମ ଜୀବନର ଏକ ଅଂଶ ହୋଇପାରିଛି (Plastic Bottle Use) । ଅନେକ ସମୟରେ ଆମେ ଇଚ୍ଛା ନକରି ମଧ୍ୟ ପ୍ଲାଷ୍ଟିକ୍ ବ୍ୟବହାର କରିବାକୁ ବାଧ୍ୟ ହେଉଛେ । ପ୍ଲାଷ୍ଟିକ୍ ଆମ ଜୀବନକୁ ଏତେ ପ୍ରଭାବିତ କରିଛି ଯେ, ଆଜିର ଦୁନିଆକୁ ପ୍ଲାଷ୍ଟିକ୍ ବିନା କଳ୍ପନା କରିବା ଅସମ୍ଭବ । ଅନେକ ଲୋକେ ଖାଦ୍ୟ ଏବଂ ପାନୀୟ ପାଇଁ ପ୍ଲାଷ୍ଟିକ ବ୍ୟବହାର କରନ୍ତି । ପାଣି ବୋତଲ ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ବାକ୍ସ ଏବଂ ଷ୍ଟୋରେଜ୍ ପର୍ଯ୍ୟନ୍ତ ଲୋକମାନେ ପ୍ଲାଷ୍ଟିକ ବ୍ୟବହାର କରନ୍ତି ।
କ୍ୱଚିତ୍ ଲୋକେ ଜାଣିଥିବେ ଯେ, ପ୍ଲାଷ୍ଟିକରେ ରଖାଯାଇଥିବା ସମସ୍ତ ପ୍ରକାରର ସାମଗ୍ରୀ କିଛି ସମୟ ମଧ୍ୟରେ ବିଷାକ୍ତ ହୋଇଯାଏ । ପ୍ଲାଷ୍ଟିକର ବ୍ୟବହାର ଶରୀରକୁ ଅନେକ ଗୁରୁତର ରୋଗର ଶିକାର କରିଥାଏ, ଯାହା ସହଜରେ ଚିହ୍ନଟ ହୋଇନଥାଏ । ନିମ୍ନରେ ପ୍ଲାଷ୍ଟିକ୍ ବୋତଲରେ ପାଣି ପିଇବା ଦ୍ବାରା କେତେ ହାନୀକାରକ ହୋଇଥାଏ ସେ' ବାବଦରେ ଆଲୋଚନା କରାଯାଇଛି(Side Effects of Plastic)...
ପ୍ଲାଷ୍ଟିକ୍ ବୋତଲରେ ପାଣି ପିଇବା ଦ୍ୱାରା ଏହି ରୋଗ ହୁଏ (Side Effects of Drinking Water From Plastic Bottles)
କର୍କଟ
ଖାଦ୍ୟ ଏବଂ ପାନୀୟ ପାଇଁ ପ୍ଲାଷ୍ଟିକ ଆଦୌ ବ୍ୟବହାର କରାଯିବା ଉଚିତ ନୁହେଁ । ଏହି କାରଣରୁ, ଏଥିରେ ଥିବା ରାସାୟନିକ ପଦାର୍ଥ ଶରୀର ସହିତ ସିଧାସଳଖ ସଂସ୍ପର୍ଶରେ ଆସିଥାଏ । ଯେଉଁ କାରଣରୁ ବ୍ୟକ୍ତି ସମସ୍ତ ପ୍ରକାରର ରୋଗ ଦ୍ୱାରା ସଂକ୍ରମିତ ହୋଇଥାଏ । ପ୍ଲାଷ୍ଟିକରେ ମିଳୁଥିବା ରାସାୟନିକ ପଦାର୍ଥ ଯେପରିକି ସୀସା, କ୍ୟାଡମିୟମ କାରଣରୁ କର୍କଟ, ଅକ୍ଷମତା ଏବଂ ଶରୀରରେ ପ୍ରତିରକ୍ଷା ପ୍ରଣାଳୀରେ ସମସ୍ୟା ସୃଷ୍ଟି କରିଥାଏ । ଏହା ପିଲାମାନଙ୍କ କ୍ଷେତ୍ରରେ ଶାରୀରିକ ବିକାଶକୁ ମଧ୍ୟ ଖରାପ ପ୍ରଭାବ ପକାଇଥାଏ ।
ଚିନି ସ୍ତର ବୃଦ୍ଧି
ବଜାରର ଅଧିକାଂଶ ସ୍ଥାନରେ, ଆମେ କେବଳ ପ୍ଲାଷ୍ଟିକ୍ ବୋତଲରେ ପାଣି ପାଇଥାଉ । କ୍ରେତାଙ୍କୁ ଆକର୍ଷିତ କରିବା ପାଇଁ ନିର୍ମାତାମାନେ ବୋତଲରେ ଥିବା ଜଳକୁ ଭିଟାମିନ୍ ଧାରଣ କରିଥିବା ବର୍ଣ୍ଣନା କରନ୍ତି । ଏହା ଆମ ପାଇଁ ଆହୁରି କ୍ଷତିକାରକ ବୋଲି ପ୍ରମାଣ କରିପାରେ, କାରଣ ବୋତଲରେ ପାଣିରେ ଚିନି ଏବଂ ଉଚ୍ଚ ଫ୍ରୁକ୍ଟୋଜ୍ କର୍ଣ୍ଣ ସିରପ୍(Corn Syrup) ପରି କ୍ଷତିକାରକ ଉପାଦାନ ଥାଏ ।
ଇମ୍ୟୁନୋ ସିଷ୍ଟମ ଉପରେ ପ୍ରଭାବ ପକାଏ(Impact on Immune System)
ପ୍ଲାଷ୍ଟିକ୍ ବୋତଲରେ ପାଣି ପିଇବା ଆମ ରୋଗ ପ୍ରତିରୋଧକ ଶକ୍ତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଏଥିରୁ ନିର୍ଗତ ରାସାୟନିକ ପଦାର୍ଥ ଆମ ଶରୀରରେ ପ୍ରବେଶ କରେ, ଯାହା ଦ୍ବାରା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଖରାପ ହୋଇପାରେ ।
ଯକୃତ କର୍କଟ ଏବଂ ଶୁକ୍ରାଣୁ ସଂଖ୍ୟା ହ୍ରାସ(Liver cancer and reduced sperm count)
ପ୍ଲାଷ୍ଟିକରେ ଫଥାଲେଟ୍ ନାମକ ଏକ ରାସାୟନିକ ପଦାର୍ଥ ମିଳିଥାଏ, ଯାହା ଯକୃତ କର୍କଟ ଏବଂ ଶୁକ୍ରାଣୁ ସଂଖ୍ୟା ହ୍ରାସ କରିପାରେ ।
ଓଭାରି ସମ୍ବନ୍ଧୀୟ ସମସ୍ୟା
ପ୍ଲାଷ୍ଟିକ ସମସ୍ତଙ୍କ ପାଇଁ କ୍ଷତିକାରକ, ପ୍ଲାଷ୍ଟିକରେ ଥିବା ରାସାୟନିକ ପଦାର୍ଥ ଯୋଗୁଁ ମହିଳାମାନଙ୍କଠାରେ ଡିମ୍ବାଣୁ ସମ୍ବନ୍ଧୀୟ ରୋଗ ଦେଖାଯାଏ, ସ୍ତନ କର୍କଟ, କୋଲୋନ୍ କର୍କଟ, ପ୍ରୋଷ୍ଟେଟ୍ କର୍କଟ ଭଳି ସମସ୍ୟା ମଧ୍ୟ ଉପୁଜେ ।
ପ୍ଲାଷ୍ଟିକ୍ ବୋତଲରେ ପାଣି ରଖିବା ଦ୍ୱାରା ଫ୍ଲୋରାଇଡ୍, ଆର୍ସେନିକ୍ ଏବଂ ଆଲୁମିନିୟମ୍ ଭଳି କ୍ଷତିକାରକ ପଦାର୍ଥ ଉତ୍ପନ୍ନ ହୁଏ, ଯାହା ସ୍ୱାସ୍ଥ୍ୟ ପାଇଁ ବିଷ ସଦୃଶ । ଏପରି ପରିସ୍ଥିତିରେ, ପ୍ଲାଷ୍ଟିକ୍ ବୋତଲରୁ ପାଣି ପିଇବା ଅର୍ଥ ବିଷ ପିଇବା । ଯାହା କ୍ରମାଗତ ଭାବରେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବ ।
Disclaimer: ଉପରସ୍ତ ବିବରଣୀ ସାଧାରଣ ସୂଚନା ନିମନ୍ତେ । ଅଧିକ ବିବରଣୀ ପାଇଁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରାଇନେବା ଉଚିତ୍ ।