ETV Bharat / sukhibhava

ପ୍ରତିଦିନ 10ଟି ଶୁଖିଲା ଖଜରା ଖାଇବା ଦ୍ବାରା ଦୂର ହୋଇଥାଏ ଏହି ରୋଗ

ଆପଣ କେବେ ଭାବି ନଥିବେ ଶୁଖିଲା ଖଜରା ଖାଇବା ଦ୍ବାରା ଶରୀରକୁ ଏହି ସବୁ ଲାଭଦାୟକ ହୋଇଥାଏ । ପଢନ୍ତୁ ଶୁଖିଲା ଖଜରାର ଉପକାରିତା

author img

By

Published : May 24, 2023, 9:15 AM IST

churare
churare

ହାଇଦ୍ରାବାଦ: ଖଜରା ଏକ ଡ୍ରାଏ ଫ୍ରୁଟ୍ସ ଅଟେ । ଏହା ଶରୀର ପାଇଁ ଯେପରି ପୃଷ୍ଟିକର ଖାଇବା ପାଇଁ ମଧ୍ୟ ସେତିକି ସ୍ବାଦିଷ୍ଟ ହୋଇଥାଏ । ଶୁଖୁଲା ଖଜରାରେ ଆଇରନ ଏବଂ ପୋଟାସିୟମର ମାତ୍ରା ଅଧିକ ରହିଥିବାକୁ ଏହାକୁ ଡ୍ରାଇ ଫ୍ରୁଟସରେ ଅନ୍ତର୍ଭୁକ୍ତ କରିବା ଜରୁରୀ । ସାଧାରଣତଃ ପ୍ରାୟତଃ ଘରେ ଖଜରାକୁ କ୍ଷୀରରେ ବତୁରାଇ ସେବନ କରାଯାଇଥାଏ । କାରଣ ଏହା କ୍ଷୀରରେ ବୁଡାଇବା ଦ୍ବାରା ଅଧିକ ନରମ ହେବା ସହ ଅଧିକ ପୃଷ୍ଟିକର ତତ୍ତ୍ୱ ମିଳିଥାଏ । କ୍ଷୀର ସହ ଖଜରା ଖାଇବା ଦ୍ବାରା ଶରୀରକୁ ଅଧିକ ପରିମାଣର ଭିଟାମିନ୍‌ ଆଉ ମିନେରାଲ୍ସ ମିଳିଥାଏ ବୋଲି ବିଶ୍ବାସ ରହିଛି । ଏହାର ସେବନ ଦ୍ବାରା ଥକାପଣ ଦୂର ହେବା ସହ ମାଂସପେଶୀକୁ ଶକ୍ତ କରିଥାଏ । ତେଣୁ ଆପଣ ନିଜ ଡାଏଟରେ ଏହାକୁ ଅନ୍ତର୍ଭୁକ୍ତ କରିପାରନ୍ତି । ଏହା ଶରୀର ଉପରେ କେଉଁ ପ୍ରକାର ପ୍ରଭାବ ପକାଇଥାଏ ଜାଣନ୍ତୁ...

ପୁଷ୍ଟିକର ଅଟେ: ଏହି ଶୁଖିଲା ଖଜରାରେ ଭିଟାମିନ ଏବଂ ମିନେରାଲ୍ସ ଭରପୁର ହୋଇ ରହିଛି। ଅଧିକ କ୍ୟାଲୋରୀ ରହିଥିବା ବେଳେ ଅନେକ ଉପକାରୀ ପୋଷକ ତତ୍ତ୍ୱ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଥାଏ । ଏହାସହ ଏଥିରେ ଫାଇବର, ପ୍ରୋଟିନ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ମାଙ୍ଗାନିଜ୍, ଆଇରନ୍, ଭିଟାମିନ୍ B6 ଏବଂ କପରର ମାତ୍ରା ରହିଛି । ଏହା ଶରୀରରୁ ଥକାପଣ ଦୂର କରିବାରେ ସହାୟକ ହୋଇଥାଏ ।

ପେଟ ସଫା କରେ: ଏଥିରେ ଫାଇବରର ମାତ୍ରା ଅଧିକ ରହିଛି । ତେଣୁ ପେଟଜନିତ ସମସ୍ୟାରେ ପିଡୀତ ଲୋକଙ୍କୁ ଏହା ଅଧିକ ସହାୟକ ହେବ । ଏକ ଅଧ୍ୟୟନରୁ ଜଣାପଡିଛି ଯେ ଏହାକୁ ଅନ୍ତତଃ 1 ସପ୍ତାହ ପର୍ଯ୍ୟନ୍ତ ଖାଇବା ଦ୍ବାରା ପେଟ ସଫା ହେବା ସହ କୋଷ୍ଠକାଠିନ୍ୟରୁ ମୁକ୍ତି ମିଳିଥାଏ ।

ମତିଷ୍କ ପାଇଁ ସହାୟକ ହୁଏ: ଏହି ସୁନ୍ଦର ଏବଂ ସ୍ୱାଦିଷ୍ଟ ଶୁଖିଲା ଫଳ ମସ୍ତିଷ୍କ ପାଇଁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ଏହା ଖାଇବା ଦ୍ବାରା ମନେ ରଖିବା ଶକ୍ତି ବୃଦ୍ଧି ପାଇଥାଏ । ଏହାସହ ମାନସିକ ଶାନ୍ତି ପ୍ରଦାନ କରିଥାଏ।

ହାଡକୁ ଶକ୍ତ କରେ: ଏହି ଶୁଖିଲା ଖଜରାରେ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଫସଫରସ୍ ପରି ତତ୍ତ୍ୱ ରହିଥାଏ । ଯାହାକି ଶରୀରରେ ହାଡକୁ ଶକ୍ତ ରଖିବାରେ ସାହାଯ୍ୟ କରେ। ଅଧ୍ୟୟନରୁ ଜଣାପଡିଛି ଯେ ଖଜରା ଖାଇବା ଦ୍ୱାରା ଅସ୍ଥି ସମ୍ବନ୍ଧୀୟ ରୋଗ ଯେପରିକି ଅଷ୍ଟିଓପୋରୋସିସ୍ ହେବାର ସମ୍ଭାବନା କମ୍‌ ରହିଥାଏ ।

ଚର୍ମକୁ ସୁସ୍ଥ ରଖେ: ଏଥିରେ ଭିଟାମିନ୍ ଡି' ଏବଂ ଭିଟାମିନ୍ ସି' ଥାଏ, ଯାହା ଚର୍ମ ଜନିତ ସମସ୍ୟାକୁ ଦୂର କରିଥାଏ । ଏଥିରେ ଏଭଳି କିଛି ପୋଷକ ତତ୍ତ୍ବ ରହିଥାଏ ଯାହାକି ଚର୍ମକୁ କୁଞ୍ଜନ ସହ ବାର୍ଦ୍ଧକ୍ୟପଣକୁ ଦୂରେଇ ରଖିଥାଏ ।

ମିଠା ଭାବେ ବ୍ୟବହାର କରିହୁଏ: ଏହି ଶୁଖିଲା ଖଜରା ମିଠା ହୋଇଥିଲେ ସୁଦ୍ଧା ଏହାକୁ ଖାଇପାରିବେ । ଚିନି ବଦଳରେ ଏହାକୁ ବ୍ୟବହାର କରିପାରିବେ ।

ଗର୍ଭାବତୀଙ୍କ ପାଇଁ ସ୍ବାସ୍ଥ୍ୟକର : ଗର୍ଭଧାରଣ ପରବର୍ତ୍ତୀ ଅବସ୍ଥାରେ ମହିଳାମାନଙ୍କ କ୍ଷେତ୍ରରେ ଅଧିକ ସହାୟକ ହୋଇଥାଏ ଏହି ଶୁଖିଲା ଖଜରା । ଫାଇବରରେ ଅଧିକ ଥିବାରୁ ଏହା କୋଷ୍ଠକାଠିନ୍ୟ ଏବଂ ଅନ୍ୟାନ୍ୟ ପେଟରେ ଥିବା ସମସ୍ୟାର ଉପଶମ କରିବାରେ ସାହାଯ୍ୟ କରିଥାଏ । ଯାହାଫଳରେ କି ଗର୍ଭବତୀମାନେ ଆରାମ ଅନୁଭବ କରନ୍ତି ।

କଲେଷ୍ଟ୍ରୋଲ କମ କରେ: ଏହି ଶୁଖିଲା ଖଜରା ଡାଏଟରେ ସାମିଲ କରିବାର ଆବଶ୍ୟକତା ରହିଛି । ଏହା କଲୋଷ୍ଟ୍ରୋଲକୁ କଣ୍ଚ୍ରୋଲ କରିବାରେ ସାହାଯ୍ୟ କରେ ।

ମଧୁମେହ ରୋଗୀଙ୍କୁ ଉପଯୋଗୀ : ଖଜରା ମିଠା ହେବା ସତ୍ତ୍ବେ ଡାଇବିଟିସ ରୋଗୀ ଏହାକୁ ଖାଇପାରିବେ। ଏହା ଖାଇବା ଦ୍ବାରା ମଧ୍ୟ ଶରୀର ଉପରେ କୁପ୍ରଭାବ ପଡିନଥାଏ । କିନ୍ତୁ ଅଧିକ ପରିମାଣରେ ଖାଇଲେ ବିପଦରେ ପକାଇ ପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.