ETV Bharat / sukhibhava

ରକ୍ତହୀନତା କଣ, ଶରୀରରେ ଏହି ଲକ୍ଷଣ ଦେଖି ଚିହ୍ନନ୍ତୁ - ରକ୍ତହୀନତାର ଲକ୍ଷଣ

Symptoms of Anemia: ବିଶ୍ବ ସ୍ତରରେ ରକ୍ତହୀନତା ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ତେବେ ଜାଣନ୍ତୁ ରକ୍ତହୀନତାର ଲକ୍ଷଣ

Symptoms of Anemia
Symptoms of Anemia
author img

By ETV Bharat Odisha Team

Published : Jan 2, 2024, 3:40 PM IST

ହାଇଦ୍ରାବାଦ: ଅନେକ କାରଣରୁ ରକ୍ତହୀନତା ହୋଇଥାଏ। ଅନେକ ଭାବନ୍ତି ଓଜନ ସହିତ ରକ୍ତର ସମ୍ପର୍କ ରହିଥାଏ। କିନ୍ତୁ ଜଣେ ବ୍ୟକ୍ତି ମୋଟା ଏବଂ ଓଜନ ରହିଥିଲେ ହେଁ ରକ୍ତହୀନତା ହୋଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି। ହିମୋଗ୍ଲୋବିନ ତଥା ରକ୍ତହୀନତା ସାରା ବିଶ୍ବରେ ଏକ ଗମ୍ଭୀର ସମସ୍ୟା ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ଯେଉଁଥିରେ ସାରା ବିଶ୍ବର ଅନେକ ଲୋକ ପ୍ରଭାବିତ ହୋଇଛନ୍ତି। ଶରୀରରେ ଲୋହିତ ରକ୍ତ କଣିକା(Red Blood Cell) କମ୍ ହେଲେ ରକ୍ତହୀନତା ଦେଖାଦିଏ। ଏହି ସମସ୍ୟା ଦେଖାଗଲେ ଯଦି ପ୍ରାରମ୍ଭିକ ଅବସ୍ଥାରେ ଚିକିତ୍ସା କରାନଯାଏ ତାହେଲେ ଏହା ଭବିଷ୍ୟତରେ ଗମ୍ଭୀର ହୋଇପାରେ ବୋଲି କୁହାଯାଇଛି। ଶରୀରରେ ରକ୍ତର ଅଭାବ କାରଣରୁ ପ୍ରତି କଥାରେ ଚିଡଡିଡ ହେବା, ଥକ୍କା ଲାଗିବା ଭଳି ଲକ୍ଷଣ ଦେଖାଯାଇଥାଏ। ଏକ ସୁସ୍ଥ ଶରୀର ପାଇଁ ପ୍ରୋଟିନ, ଭିଟାମିନ ଏବଂ ପୋଷକ ତତ୍ତ୍ବ ଆବଶ୍ୟକ ହୋଇଥାଏ। ଯେତେବେଳେ ଶରୀରରେ ରକ୍ତର ଅଭାବ ଦେଖାଯାଇଥାଏ, ସେତେବେଳେ ମସ୍ତିଷ୍କ ଶରୀରକୁ ଅନେକ ପ୍ରକାର ସଙ୍କେତ ପ୍ରଦାନ କରିଥାଏ।

ପ୍ରାରମ୍ଭିକ ଅବସ୍ଥାରେ ରକ୍ତହୀନତାର ଲକ୍ଷଣ:

  • ଶରୀରରେ ରକ୍ତହୀନତା କାରଣରୁ ଅନେକ ପ୍ରକାର ଲକ୍ଷଣ ଦେଖାଯାଇଥାଏ। ପାଦ ଏବଂ ହାତ ଝିମ ଝିମ ହୋଇଥାଏ। ଏହାଶହ ଶରୀରରେ ରକ୍ତର ଅଭାବ ଦେଖାଗଲେ ଅମ୍ଳଜାନ ସଠିକ ମାତ୍ରାରେ ପହଞ୍ଚି ପାରେ ନାହିଁ। ଏହି କାରଣରୁ ହାତ ପାପୁଲି ଏବଂ ପାଦ ଝିମ୍ ଝିମ୍ ହୋଇଥାଏ।
  • ଏହାସହିତ ରକ୍ତଭାବ କାରଣରୁ ବାରମ୍ବାର ମୁଣ୍ଡରେ ଚକ୍କର ମଧ୍ୟ ଆସିଥାଏ। ବସିଥିବା ସ୍ଥାନରୁ ଉଠିବା ଦ୍ବାରା ଆଖି ଅନ୍ଧକାର ଦେଖାଯାଇଥାଏ।
  • ଶରୀରରେ ରକ୍ତ ଅଭାବ ହେତୁ ବିଶେଷ ଭାବେ କେଶ ଝଡିବା ଆରମ୍ଭ ହୋଇଥାଏ। ଯଦି ହଠାତ କେଶ ଝଡିବା ଆରମ୍ଭ ହୁଏ, ତାହେଲେ ଏହା ରକ୍ତହୀନତାର ଲକ୍ଷଣ ବୋଲି ବିବେଚନା କରିବା ଉଚିତ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ଏପରି ପରିସ୍ଥିତିରେ ପ୍ରଥମେ ହିମୋଗ୍ଲୋବିନ ଟେଷ୍ଟ କରିବା ଆବଶ୍ୟକ ବୋଲି କୁହାଯାଇଛି।

ଏହା ମଧ୍ୟ ପଢନ୍ତୁ: What Is Anemia ? ଜାଣନ୍ତୁ ରୋଗର ଲକ୍ଷଣ, କାରଣ ଓ ନିରାକରଣ

  • ରକ୍ତ ଅଭାବ ହେତୁ ପାଟିରେ ଅଲସର ଦେଖାଯିବା ଆରମ୍ଭ ହୋଇଥାଏ। ଏହାସହ ବିଶେଷକରି ମହିଳାମାନଙ୍କ ଠାରେ ବ୍ରଣ ଦେଖାଯିବା ସହିତ ଚର୍ମରେ ଶୁଷ୍କକା ପରିଲକ୍ଷିତ ହୋଇଥାଏ।
  • ଯଦି କହିବା ସାଧାରଣ ଲକ୍ଷଣ ମଧ୍ୟରେ ଥକା ଲାଗିବା, ଦୁର୍ବଳତା, ଫିକା କିମ୍ବା ହଳଦିଆ ଚର୍ମ, ଅନିୟମିତ ହୃଦସ୍ପନ୍ଦନ, ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା, ମୁଣ୍ଡ ବୁଲାଇବା, ଛାତି ଯନ୍ତ୍ରଣା, ହାତ-ପାଦ ଥଣ୍ଡା ହୋଇଯିବା ଇତ୍ୟାଦି ।
  • ତେବେ ରକ୍ତହୀନତା ସମସ୍ୟାରୁ ବର୍ତ୍ତିବାକୁ ହେଲେ ଡାଏଟରେ ଫାଇବର, ପ୍ରୋଟିନ ଏବଂ ଫ୍ରୁଟ୍ସ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ। ଏହାସହିତ ବ୍ୟାୟାମର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.