ETV Bharat / sukhibhava

ବିନା ଔଷଧରେ ଏହିପରି ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖନ୍ତୁ

author img

By

Published : Nov 28, 2022, 1:30 PM IST

ଉଚ୍ଚ ରକ୍ତଚାପ ସମସ୍ୟା ହୃଦଘାତ ଏବଂ ଷ୍ଟ୍ରୋକ୍ ପରି ଜଟିଳ ସମସ୍ୟା ସୃଷ୍ଟି କରିପାରେ । ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ଡାକ୍ତରମାନେ ବିଭିନ୍ନ ପ୍ରକାର ଔଷଧ ପ୍ରେସ୍‌କ୍ରାଇବ୍ କରିଥାନ୍ତି । ମାତ୍ର କେତେକ ଘରୋଇ ଉପଚାର ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଆଣିପାରିଲେ ଏହି ସମସ୍ୟାକୁ ରୋକାଯାଇ ପାରିବ । ଅଧିକ ପଢନ୍ତୁ

ବିନା ଔଷଧରେ ଏହିପରି ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖନ୍ତୁ
ବିନା ଔଷଧରେ ଏହିପରି ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖନ୍ତୁ

ହାଇଦ୍ରାବାଦ: ଉଚ୍ଚ ରକ୍ତଚାପ ସମସ୍ୟା ବୟସ୍କ ବ୍ୟକ୍ତିଙ୍କ ଠାରେ ଦେଖାଯାଏ ବୋଲି କୁହାଯାଏ, କିନ୍ତୁ ବର୍ତ୍ତମାନ ସମୟରେ ଏହା ଏକ ସାଧାରଣ ଶାରୀରିକ ସମସ୍ୟାରେ ପରିଣତ ହୋଇଛି । ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖରାପ ଖାଦ୍ୟ ଅଭ୍ୟାସ ହେତୁ ପିଲାମାନଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ବର୍ତ୍ତମାନ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଯାଉଛି । ଏହା ଶାରୀରିକ ସ୍ୱାସ୍ଥ୍ୟ ପାଇଁ ଏକ ବିପଜ୍ଜନକ ରୋଗ ହୋଇପାରେ, କାରଣ ଏହା ହୃଦଘାତ ଏବଂ ଷ୍ଟ୍ରୋକ୍ ପରି ଅବସ୍ଥା ସୃଷ୍ଟି କରିପାରେ, ତେଣୁ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା କ'ଣ, କେମିତି ବିନା ଘରୋଇ ଉପଚାର ମାଧ୍ୟମରେ ଏହାକୁ ରୋକିବେ ଜାଣନ୍ତୁ...

ଉଚ୍ଚ ରକ୍ତଚାପ(High Blood Pressure, bp) ସମସ୍ୟା କ’ଣ ?

ଆମ ହୃଦୟ ଧମନୀ ମାଧ୍ୟମରେ ରକ୍ତ ସମଗ୍ର ଶରୀରକୁ ସଞ୍ଚାଳିତ ହୋଇଥାଏ । ଶରୀରର ସମସ୍ତ ଅଙ୍ଗ ସଠିକ୍ ଭାବରେ କାର୍ଯ୍ୟ ଜାରି ରଖିବା ପାଇଁ ଏକ ନିର୍ଦ୍ଦିଷ୍ଟ ଚାପ ସହିତ ରକ୍ତ ପ୍ରବାହ ଆବଶ୍ୟକ, କିନ୍ତୁ ଯେତେବେଳେ ଧମନୀରେ ଚାପ ବଢିଯାଏ, ଏହା ରକ୍ତ ସଞ୍ଚାଳନକୁ ପ୍ରଭାବିତ କରେ । ଯେତେବେଳେ ଧମନୀରେ ଚାପ ବଢିଥାଏ ଏହାକୁ ଉଚ୍ଚ ରକ୍ତଚାପ ଏବଂ ଯେତେବେଳେ ଚାପ କମିଯାଏ, ତାକୁ ବିପି ଲୋ' ବା ନିମ୍ନ ରକ୍ତଚାପ କହିଥାଉ ।

ପ୍ରିଭେନସନ୍ ଡଟ୍ କମ୍ ରିପୋର୍ଟ ଅନୁଯାୟୀ, ସାମଗ୍ରିକ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ରକ୍ତଚାପକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦିଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ହାଇ ବିପି ହ୍ରାସ କରିବାକୁ ଔଷଧ ଦିଅନ୍ତି, କିନ୍ତୁ କିଛି ଆୟୁର୍ବେଦିକ ଏବଂ ଘରୋଇ ଉପଚାର ଅଛି ଯାହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିପାରିବ… ଆସନ୍ତୁ ଘରୋଇ ଉପଚାର ବାବଦରେ ଜାଣିବା...

  • ଉଚ୍ଚ ରକ୍ତଚାପ ସମସ୍ୟା ଥିଲେ, ଅଳ୍ପ ପରିମାଣରେ ଲୁଣ ଖାଆନ୍ତୁ । ଯଦି ସମ୍ଭବ ହୁଏ, ତେବେ ଲୁଣକୁ ସମ୍ପୂର୍ଣ୍ଣ ଛାଡିଦିଅନ୍ତୁ ।
  • ଉଚ୍ଚ ରକ୍ତଚାପରେ କଫି ଏବଂ ଚା’ ସେବନ ଠାରୁ ଦୂରେଇ ରୁହନ୍ତୁ ।
  • କୃତ୍ରିମ ମିଠା ଅନେକ ରୋଗର କାରଣ ହୋଇପାରେ, ଏହାକୁ ସୀମିତ ବ୍ୟବହାର କରନ୍ତୁ ।
  • ଯଦି ଲୋ ବିପି ଥାଏ, ତେବେ ଦିନରେ 2000 ରୁ 4,000 ମିଲିଗ୍ରାମ ପୋଟାସିୟମ୍ ଥିବା ଖାଦ୍ୟ ଖାଆନ୍ତୁ ।
  • ଯଦି ଅଧିକ ବିପି ଥାଏ, ତେବେ ପୋଟାସିୟମର ପରିମାଣକୁ ହ୍ରାସ କରନ୍ତୁ ।

ଉଚ୍ଚ ବିପି ନିୟନ୍ତ୍ରଣ କରିବାରେ ଡାର୍କ ଚକୋଲେଟ୍ ମଧ୍ୟ ସହାୟକ ହୋଇଥାଏ । ଡାର୍କ ଚକୋଲେଟରେ ଫ୍ଲାଭାନୋଲ ଥାଏ, ଯାହା ଧମନୀକୁ ଆରାମ ଦେଇଥାଏ । ଅନେକ ଅଧ୍ୟୟନରେ ଏହା ଜଣାପଡିଛି ଯେ, ଯଦି ଆପଣ ନିୟମିତ ଡାର୍କ ଚକୋଲେଟ୍ ଖାଆନ୍ତି, ତେବେ ଏହା BP କୁ ନିୟନ୍ତ୍ରଣରେ ରଖିଥାଏ । ତଥାପି, ଉଚ୍ଚ ବିପି ନିୟନ୍ତ୍ରଣ କରିବା ପାଇଁ ଏହା ମୁଖ୍ୟ ସମାଧାନ ହୋଇପାରିବ ନାହିଁ । ମଦ୍ୟପାନ BPକୁ ବଢାଇଥାଏ, ତେଣୁ ଯଦି ଆପଣ ରକ୍ତଚାପର ରୋଗୀ, ତେବେ ମଦ୍ୟପାନ ଠାରୁ ଦୂରରେ ରହିବାକୁ ପଡିବ । ବିପି ସମସ୍ୟାକୁ ଏଡାଇବା ପାଇଁ ଏକ ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ଖାଇବାକୁ ପଡିବ । ସମ୍ପୂର୍ଣ୍ଣ ଶସ୍ୟଜାତୀୟ ଖାଦ୍ୟ, ସତେଜ ଫଳ ଏବଂ ପନିପରିବା, କମ୍ ଚର୍ବିଯୁକ୍ତ ଖାଦ୍ୟ BPକୁ ହ୍ରାସ କରିଥାଏ ।

ଦୀର୍ଘ ସମୟ ଧରି ସମାନ ସ୍ଥାନରେ ବସି ରହିବା ଦ୍ବାରା ବିପି ସମସ୍ୟା ମଧ୍ୟ ବଢିଥାଏ । ସେଥିପାଇଁ ଏହା ଜରୁରୀ ଯେ, ଗୋଟିଏ ସ୍ଥାନରେ ବସି ରହିବା ଭଳି କାର୍ଯ୍ୟଠୁ ଦୂରେଇ ରୁହନ୍ତୁ । ଯଦି ଏପରି କାର୍ଯ୍ୟ କରନ୍ତି, ତେବେ ମନେରଖନ୍ତୁ ଯେ, ପ୍ରତି 30 ମିନିଟରେ ଦୁଇ ମିନିଟର ବିରତି ନିଶ୍ଚିତ ଭାବେ ନିଅନ୍ତୁ । ବିଶେଷ କରି ଶାରୀରିକ କାର୍ଯ୍ୟକଳାପ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ଉଚ୍ଚ ବିପି ସମସ୍ୟାରେ ପ୍ରୋଟିନ୍ ସମୃଦ୍ଧ ଖାଦ୍ୟ ଖାଇବା ଉଚିତ୍ । ଅନୁସନ୍ଧାନରୁ ଜଣାପଡିଛି ଯେ, ବିଶୋଧିତ କାର୍ବୋହାଇଡ୍ରେଟ୍ସ ସୋୟା କିମ୍ବା କ୍ଷୀରରେ ବଦଳାଇବା ଦ୍ୱାରା ରକ୍ତଚାପ କମିଯାଏ ।

ଉଚ୍ଚ ରକ୍ତଚାପକୁ ଏଡାଇବା ପାଇଁ, ପ୍ରତିଦିନ ଅତି କମରେ 25-30 ମିନିଟ୍ ବ୍ୟାୟାମ କରିବା ଅତ୍ୟନ୍ତ ଜରୁରୀ । ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ ପ୍ରତିଦିନ ପ୍ରଚୁର ପାଣି ପିଅନ୍ତୁ । ପ୍ରତିଦିନ 8-10 ଗ୍ଲାସ୍ ପାଣି ପିଇବା ଦ୍ବାରା ରକ୍ତଚାପକୁ ନିୟନ୍ତ୍ରଣରେ ରଖାଯାଇପାରିବ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ପରାମର୍ଶ ନିମନ୍ତେ । ଜଟିଳ ରୋଗ ସମସ୍ୟା ପାଇଁ ସର୍ବଦା ଡାକ୍ତରଙ୍କ ପରାମର୍ଶ ଗ୍ରହଣୀୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.