ହାଇଦ୍ରାବାଦ: ରୋଷେଇ ଘରେ ଅନେକ ପ୍ରକାରର ମସଲା ଉପଲବ୍ଧ ରହିଥାଏ । ସେଥି ମଧ୍ୟରୁ ପାନ ମଧୁରୀକୁ ସବୁଠାରୁ ସ୍ବାସ୍ଥ୍ୟ ଉପକାରୀ ମସଲା ଭାବେ ବିବେଚନା କରାଯାଏ । ଏହାସହ ଅଧିକାଂଶ ଲୋକ ଅଳେଇଚର ବ୍ୟବହାର ଅଧିକ କରିଥାଆନ୍ତି । ରୋଷେଇ ଶାଳର ଅଳେଇଚ ସ୍ବାସ୍ଥ୍ୟ ଉପରେ ସୁପ୍ରଭାବ ପକାଇଥାଏ ବୋଲି କୁହାଯାଇଛି । ତେବେ ଅଳେଇଚ ଏବଂ ପାନ ମଧୁରୀ ଖାଇବା ଦ୍ବାରା ସ୍ବାସ୍ଥ୍ୟ ଉପରେ କେଉଁ ପ୍ରଭାବ ପକାଏ ଜାଣନ୍ତୁ।
* ପ୍ରଥମେ କିଛି ପାନ ମଧୁରୀ ଏବଂ ଅଳେଇଚକୁ ଏକ କପ ପାଣିରେ ଭିଜାଇ ରଖନ୍ତୁ। ଅଧଘଣ୍ଟା ପରେ ଛାଣି ଦେଇ ସେଥିରେ ଲେମ୍ବୁରସ ଏବଂ ମହୁ ମିଶାନ୍ତୁ । ଏହି ଚା'ରେ ଆଣ୍ଟିଅକ୍ସିଡେଣ୍ଟ, ଭିଟାମିନ A, ଭିଟାମିନ C, ପୋଟାସିୟମ, କ୍ୟାଲସିୟମ ଏବଂ ମ୍ୟାଗ୍ନେସିୟମ ରହିଥାଏ । ଏଥିରେ ରହିଥିବା ଆଣ୍ଟିସେଫ୍ଟିକ ଏବଂ ଆଣ୍ଟି ଅନଫ୍ଲାମେଟୋରୀ ଗୁଣ ଯୋଗୁଁ ଚର୍ମରେ ଆଦ୍ରତା ରହିବା ସହିତ ଆଲର୍ଜି ସମସ୍ୟାରୁ ମୁକ୍ତି ମିଳିଥାଏ ।
* ପାନ ମଧୁରୀ ଏବଂ ଅଳେଇଚ ଖାଇବା ଦ୍ବାରା ମେଟାବୋଲିଜମ(ହଜମ ଶକ୍ତି)ରେ ଉନ୍ନତି ଆସିଥାଏ । ଏଥିରେ ରହିଥିବା ଫାଇବର ହଜମ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏହାସହ ଏସିଡିଟି, କୋଷ୍ଠକାଠିନ୍ୟ ଏବଂ ହଜମ ସମସ୍ୟା ହୋଇନଥାଏ ।
ଏହା ମଧ୍ୟ ପଢନ୍ତୁ: ହୋଟେଲରେ କଣ ପାଇଁ ରଖାଯାଏ ପାନମଧୁରୀ ଓ ମିଶ୍ରି ? ଖାଇଲେ ଶରୀରରେ କଣ ପ୍ରଭାବ ପଡିଥାଏ
* ଏହି ପାଣି ବା ଚା' ପିଇବା ଦ୍ବାରା ଶରୀରକୁ ଭିଟାମିନ ମିଳିଥାଏ । ଯାହାକି ଋତୁସ୍ରାବ ସମୟରେ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ।
* ପାନ ମଧୁରୀରେ ରହିଥିବା ଆଣ୍ଟି ଇନଫ୍ଲାମୋଟୋରୀ ଗୁଣ ଶରୀରରେ ହେଉଥିବା ଫୁଲାକୁ ରୋକିଥାଏ । ଏହାସହ ହାଡ ଯନ୍ତ୍ରଣା ଏବଂ ଜଏଣ୍ଟ ପେନକୁ ମଧ୍ୟ ମୁକ୍ତି ଦେଇଥାଏ । ପ୍ରତିଦିନ ଏହି ଚା' ପିଇବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଓଜନ ମଧ୍ୟ ହ୍ରାସ ହୋଇଥାଏ ।
* ଯଦି ଆପଣ ସୂର୍ଯ୍ୟକିରଣରେ ବାହାରକୁ ଯାଉଛନ୍ତି, ତେବେ ଏହି ପାଣିକୁ ପିଇ ଯାଇପାରିବେ । ଏହାଦ୍ବାରା ଶରୀର ହାଇଡ୍ରେଟ ହୋଇ ରହିବ ।
*ରକ୍ତଚାପ ଏବଂ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ମଧୁରୀ ଚା ବହୁତ ସାହାଯ୍ୟକାରୀ । ମଧୁରୀରେ ମିଳୁଥିବା ପୋଟାସିୟମ୍ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।
* ଉପକାରୀ ଫାଇବରର ଗୁଣରେ ଭରପୂର ମଧୁରୀ ଚା, କୋଲେଷ୍ଟ୍ରୋଲ୍ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଏଥିରୁ ମିଳୁଥିବା ଉପାଦାନ ରକ୍ତରେ କୋଲେଷ୍ଟ୍ରଲ ମାତ୍ରାକୁ ରୋକିଥାଏ, ଫଳରେ ହୃଦରୋଗର ଆଶଙ୍କା ମଧ୍ୟ ହ୍ରାସ ପାଇଥାଏ।
* ହୃଦରୋଗୀଙ୍କ ପାଇଁ ପାନ ମଧୁରୀ ବହୁତ ଜରୁରୀ । ଏହାକୁ ଖାଇବା ଦ୍ବାରା ଶରୀର ଓ ହୃଦୟ ସୁସ୍ଥ ରହିଥାଏ । କାରଣ ଏଥିରେ ପ୍ରଚୁର ପରିମାଣରେ ଫାଇବର ରହିଥାଏ । ଯାହା ଶରୀରରେ କୋଲେଷ୍ଟ୍ରଲ ମାତ୍ରାକୁ କମ କରିବା ସହ ହୃଦଘାତଜନିତ ସମସ୍ୟା ଦୂର କରିଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ