ହାଇଦ୍ରାବାଦ: ବ୍ୟସ୍ତବହୁଳ ଜୀବନ ଭିତରେ ଦିନସାରା କାମ ଲାଗି ରହିଥାଏ । ତେବେ ଆପଣ ରାତିରେ ଶୋଇବାକୁ ଯିବା ସମୟରେ ଗୋଡ଼ ଧୋଇ ସେଜକୁ ଯାଉଛନ୍ତି କି ? ଯଦି ନାଁ ଆପଣ ଭୁଲ କରୁଥିବା ଏକ ରିପୋର୍ଟରୁ ଜଣାପଡିଛି । କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ପାଦ ନଧୋଇ ଶୋଇବାକୁ ଯାଆନ୍ତି। ଏହା କରିବା ଦ୍ୱାରା ଶରୀର ଉପରେ କୁପ୍ରଭାବ ପଡିଥାଏ। ଏକ ରିପୋର୍ଟ ଅନୁସାରେ, ଜଣେ ବ୍ୟକ୍ତି ରାତିରେ ଶୋଇବା ପୂର୍ବରୁ ପାଦ ଧୋଇ ଶୋଇବା ଉଚିତ । ତେବେ ଜାଣନ୍ତୁ ରାତିରେ ଶୋଇବା ପୂର୍ବରୁ ପାଦ ଧୋଇ ଶୋଇବାର ଫାଇଦା ।
ବ୍ୟକ୍ତିର ଗୋଡ଼ ହେଉଛି ଏକମାତ୍ର ଅଂଶ ଯାହାକି ଶରୀରର ସମସ୍ତ ଓଜନ ନିଜ ଉପରେ ବହନ କରିଥାଏ । ଯେଉଁ କାରଣରୁ ଗୋଡ଼ରେ କଠିନତା, କଷ୍ଟ ଏବଂ ଯନ୍ତ୍ରଣା ଅନୁଭବ ହୁଏ । ଯଦି ଆପଣଙ୍କର ମଧ୍ୟ ଏପରି ସମସ୍ୟା ଅଛି, ତେବେ ଶୋଇବା ପୂର୍ବରୁ ପାଦ ଧୋଇବା ଅଭ୍ୟାସ କରନ୍ତୁ । ଏହା କରିବା ଦ୍ୱାରା ଗଣ୍ଠି ଯନ୍ତ୍ରଣା ଏବଂ ମାଂସପେଶୀକୁ ବହୁତ ଆରାମ ମିଳିଥାଏ ।
ଟିନିଆ ପେଡିସରୁ ମୁକ୍ତି: ଯେଉଁମାନଙ୍କର ପାଦରେ ଅତ୍ୟଧିକ ଝାଳ ହୁଏ ସେମାନଙ୍କୁ ହାଇପରହିଡ୍ରୋସିସ୍ କୁହାଯାଏ। ଏପରି ବ୍ୟକ୍ତି ରାତିରେ ପାଦ ଧୋଇବା ପରେ ଶୋଇବା ଆବଶ୍ୟକ । ଫଳରେ ପାଦରେ ବ୍ୟାକ୍ଟେରିଆ ବଢିପାରିବେ ନାହିଁ ଏବଂ ଟିନିଆ ପେଡିସରୁ ମୁକ୍ତି ମିଳିବ ।
ଉତ୍ତମ ନିଦ୍ରା: ବ୍ୟସ୍ତବହୁଳ ଜୀବନଶୈଳୀ ଦିନର ଚାଲିବା ହେତୁ ଗୋଡର ମାଂସପେଶୀ ଏବଂ ହାଡ଼ରେ ଯନ୍ତ୍ରଣା ହୁଏ। ଯଦି ପାଦରେ ବହୁତ ଯନ୍ତ୍ରଣା ହୁଏ, ତେବେ ସେମାନେ ପାଦ ଧୋଇ ଶୋଇବା ଉଚିତ । ଏହି କାରଣରୁ, ମନକୁ ଶାନ୍ତ ରଖିବା ସହିତ ଶରୀର ଆରାମଦାୟକ ରହିଥାଏ । ଆୟୁର୍ବେଦ ଅନୁଯାୟୀ, ରାତିରେ ଶୋଇବା ପୂର୍ବରୁ ପାଦ ଧୋଇବା ଭଲ ବୋଲି ବିବେଚନା କରାଯାଏ। ଏହାଦ୍ବାରା ବ୍ୟକ୍ତିଙ୍କୁ ଭଲ ନିଦ ହେବା ସହ ଚାପମୁକ୍ତ କରିଥାଏ ।
ଶରୀରର ତାପମାତ୍ରା ଠିକ ରହିଥାଏ: ସେହି ଲୋକମାନେ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଗରମ ଅନୁଭବ କରନ୍ତି, ସେମାନେ ପାଦ ଧୋଇବା ପରେ ଶୋଇବା ଉଚିତ । ରାତିରେ ଶୋଇବା ପୂର୍ବରୁ ପାଦ ଧୋଇବା ଦ୍ୱାରା ଶରୀରର ତାପମାତ୍ରା ସନ୍ତୁଳିତ ରହିଥାଏ । ପେଟ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ। ତେବେ ଅତ୍ୟଧିକ ଗରମ ଏବଂ ଚାଲିବା କାରଣରୁ ଝାଳରେ ଗୋଡରୁ ଏକ ପ୍ରକାର ଗନ୍ଧ ବାହାରିଥାଏ । ଯଦି ଆପଣ ଏଥରୁ ମୁକ୍ତି ପାଇବାକୁ ଚାହାନ୍ତି ତେବେ ଉଷୁମ ପାଣିରେ ଲେମ୍ବୁ ପକାଇ ଗୋଡ଼ ଧୁଅନ୍ତୁ ।
କହିରଖୁଛୁ କି, ଆପଣ ଥଣ୍ଡା, ସାଧାରଣ କିମ୍ବା ଉଷୁମ ପାଣିରେ ମଧ୍ୟ ପାଦ ଧୋଇ ପାରିବେ । ସେଥିପାଇଁ ଏକ ବାଲ୍ଟିରେ ପାଣି ନିଅନ୍ତୁ ଏବଂ ଆପଣ ସେଥିରେ କିଛି ଲେମ୍ବୁ କାଟି ପକାନ୍ତୁ । ବର୍ତ୍ତମାନ ପାଦକୁ କିଛି ସମୟ ପାଇଁ ରଖନ୍ତୁ । ଏହାକୁ 15 ମିନିଟ୍ ରଖିବା ପରେ, ତା’ପରେ ପାଦ ବାହାର କରି ଭଲ ଭାବରେ ପୋଛି ଦିଅନ୍ତୁ ଏବଂ ଏହାପରେ ପାଦ ଉପରେ କ୍ରିମ୍ କିମ୍ବା ତେଲ ଲଗାନ୍ତୁ । ଫଳରେ ଏହା ଆପଣଙ୍କୁ ତୁରନ୍ତ ଆରାମ ଦେବ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ