ETV Bharat / sukhibhava

What Is Anemia ? ଜାଣନ୍ତୁ ରୋଗର ଲକ୍ଷଣ, କାରଣ ଓ ନିରାକରଣ - ହେଲ୍‌ଥ ଟିପ୍ସ

ଆନେମିଆ(Anemia) ଏକ ରୋଗ, ଯାହା ଶରୀରର ନାନା ବ୍ୟାଧି ସୃଷ୍ଟି କରିପାରେ । ତେବେ କଣ ଏହି ରୋଗ, କାହିଁକି ହୁଏ ଏବଂ କିପରି ଏହାର ନିରାକରଣ କରିବେ, ଜାଣନ୍ତୁ...

ଆନେମିଆ
Anemia
author img

By

Published : Jan 5, 2023, 9:21 PM IST

ହାଇଦ୍ରାବାଦ: ଜଣେ ବ୍ୟକ୍ତି ଯେତେ ମୋଟା ତଥା ଓଜନ ଥିଲେ ମଧ୍ୟ, ଯଦି ରକ୍ତହୀନତା ଥାଏ, ତେବେ ସେ ନାନା ରୋଗର ସମ୍ମୁଖୀନ ହୁଅନ୍ତି । ଏହି ରୋଗକୁ ଆନେମିଆ(Anemia) ବା ରକ୍ତହୀନତା କୁହାଯାଏ । ରକ୍ତହୀନତା ହେଉଛି ଏକ ଅବସ୍ଥା, ଯେଉଁଥିରେ ଶରୀରର ଟିସୁରେ ପର୍ଯ୍ୟାପ୍ତ ଅମ୍ଳଜାନ ବହନ କରିବା ପାଇଁ ସୁସ୍ଥ ଲୋହିତ ରକ୍ତ କଣିକା ଅଭାବ ଦେଖାଦିଏ । ରକ୍ତହୀନତାକୁ ହିମୋଗ୍ଲୋବିନ୍ ଅଭାବ ମଧ୍ୟ କୁହାଯାଏ, ଏହା ଜଣେ ବ୍ୟକ୍ତିଙ୍କୁ କ୍ଳାନ୍ତ ଏବଂ ଦୁର୍ବଳ କରିପାରେ । ତେବେ ଆଜିର ଏହି ଆର୍ଟିକଲରେ ଆନେମିଆ ବାବଦରେ ସମ୍ପୂର୍ଣ୍ଣ ଆଲୋଚନା କରିବା

ରକ୍ତହୀନତାର ଅନେକ ପ୍ରକାର ଅଛି, ପ୍ରତି ପ୍ରକାରର ନିଜସ୍ୱ କାରଣ ଅଛି । ରକ୍ତହୀନତା ଅସ୍ଥାୟୀ କିମ୍ବା ଦୀର୍ଘକାଳୀନ ହୋଇପାରେ ଏବଂ ସାମାନ୍ୟରୁ ଗମ୍ଭୀର ମଧ୍ୟ ହୋଇପାରେ । ଅଧିକାଂଶ କ୍ଷେତ୍ରରେ ରକ୍ତହୀନତାର ଗୋଟିଏରୁ ଅଧିକ କାରଣ ଥାଏ । ଯଦି ଆପଣଙ୍କର ରକ୍ତହୀନତା ଅଛି ବୋଲି ସନ୍ଦେହ କରୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏହା ଗୁରୁତର ରୋଗର ସଙ୍କେତ ହୋଇପାରେ ।

ରକ୍ତହୀନତା ପ୍ରକାର:- ରକ୍ତହୀନତାର ପ୍ରକାର ମଧ୍ୟରୁ ଆପ୍ଲାଷ୍ଟିକ୍ ରକ୍ତହୀନତା(Aplastic anemia), ଲୌହ ଅଭାବ ରକ୍ତହୀନତା(Iron deficiency anemia), ଅସୁସ୍ଥ କୋଷ ରକ୍ତହୀନତା(Sickle cell anemia), ଥାଲାସେମିଆ(Thalassemia), ଭିଟାମିନ୍ ଅଭାବ ରକ୍ତହୀନତା(Vitamin deficiency anemia) ।

ଲକ୍ଷଣ:- ରକ୍ତହୀନତାର କାରଣ ଏବଂ ଗମ୍ଭୀରତା ଉପରେ ରକ୍ତହୀନତାର ଲକ୍ଷଣ ଭିନ୍ନ ହୋଇଥାଏ । ସାଧାରଣ ଲକ୍ଷଣ ମଧ୍ୟରେ ଥକା ଲାଗିବା, ଦୁର୍ବଳତା, ଫିକା କିମ୍ବା ହଳଦିଆ ଚର୍ମ, ଅନିୟମିତ ହୃଦସ୍ପନ୍ଦନ, ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା, ମୁଣ୍ଡ ବୁଲାଇବା, ଛାତି ଯନ୍ତ୍ରଣା, ହାତ-ପାଦ ଥଣ୍ଡା ହୋଇଯିବା ଇତ୍ୟାଦି ।

ରକ୍ତହୀନତା କାରଣ:- ରକ୍ତହୀନତା ଜନ୍ମ ସମୟରେ କିମ୍ବା ପରବର୍ତ୍ତୀ ସମୟରେ ହୋଇପାରେ । ବିଶେଷ କରି ରକ୍ତରେ ଲୋହିତ ରକ୍ତ କଣିକା(Red Blood Cells) ତିଆରି ହୁଏ ନାହିଁ, ତେବେ ରକ୍ତହୀନତା ଦେଖାଦିଏ । ରକ୍ତସ୍ରାବ ମଧ୍ୟ ଲୋହିତ ରକ୍ତ କଣିକାକୁ ଶୀଘ୍ର ବଦଳାଇଥାଏ ।

ଚିକିତ୍ସା:- ଅନେକ ପ୍ରକାରର ରକ୍ତହୀନତାକୁ ରୋକାଯାଇପାରିବ ନାହିଁ । କିନ୍ତୁ ସଠିକ୍ ଖାଦ୍ୟ ଗ୍ରହଣ କରିବା ଦ୍ବାରା ଆଇରନ୍ ଓ ଭିଟାମିନ୍ ଅଭାବକୁ ରୋକି ରକ୍ତହୀନତାକୁ ଏଡାଇ ପାରିବେ । ସେଥିମଧ୍ୟରୁ ଆଇରନ୍ ଥିବା, ଭି ଭିଟାମିନ୍-ବି12, ଫୋଲେଟ୍, ଭିଟାମିନ୍-ସି ଆଦି ଗ୍ରହଣ କରିପାରିବେ । ଏହିସବୁ ଖାଦ୍ୟ ନିଶ୍ଚିତରୂପେ ରକ୍ତହୀନତାକୁ ଦୂର କରିବାରେ ସହାୟକ ହୋଇଥାଏ ।

କେଉଁ ବିପଦ ସୃଷ୍ଟି କରେ ରକ୍ତହୀନତା:- ରକ୍ତହୀନତା ଅନ୍ତନଳୀ ରୋଗ, ଯାହା କ୍ଷୁଦ୍ର ଅନ୍ତନଳୀରେ ପୋଷକ ତତ୍ତ୍ୱର ଅବଶୋଷଣକୁ ପ୍ରଭାବିତ କରିଥାଏ- ଯେପରିକି କ୍ରୋନ୍ ରୋଗ ଏବଂ ସିଲିଆକ୍ ରୋଗ ଆଦି ହେବାର ଆଶଙ୍କା ଥାଏ । ସେହିପରି ମହିଳାଙ୍କ ମାସିକ ଋତୁସ୍ରାବ ସମସ୍ୟା ମଧ୍ୟ ସୃଷ୍ଟି କରେ । ଗର୍ଭଧାରଣ ସମୟରେ ଫୋଲିକ୍ ଏସିଡ୍ ଏବଂ ଆଇରନ୍ ସହିତ ମଲ୍ଟିଭାଇଟାମିନ୍ ନ ନେବା ଆପଣଙ୍କ ରକ୍ତହୀନତାର ଆଶଙ୍କା ବଢାଇଥାଏ । ଯଦି ଆପଣଙ୍କର କର୍କଟ, କିଡନୀ ସମସ୍ୟା କିମ୍ବା ଅନ୍ୟ ଏକ କ୍ରନିକ୍ ଅବସ୍ଥା ଅଛି, ତେବେ ଆପଣ କ୍ରନିକ୍ ରୋଗର ରକ୍ତହୀନତାର ଆଶଙ୍କା ରହିପାରନ୍ତି । ଏହି ଅବସ୍ଥାର କାରଣ ଲୋହିତ ରକ୍ତ କଣିକାର ଅଭାବ ହୋଇପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.