ହାଇଦ୍ରାବାଦ: ସାଧାରଣତ ମୌସୁମୀ ସମୟରେ ମଶା ଏବଂ ଅନ୍ୟ କୀଟନାଶକଙ୍କ ଠାରୁ ଘରକୁ ସୁରକ୍ଷିତ ରଖିବା ପାଇଁ ମଶା ମରା ସ୍ପ୍ରେ କିମ୍ବା ଅନ୍ୟାନ୍ୟ କୀଟନାଶକ ବ୍ୟବହାର କରାଯାଇଥାଏ । ମାତ୍ର ଏସବୁ କୀଟନାଶକ ବେଳେ ବେଳେ ଘରେ ରହୁଥିବା ଲୋକଙ୍କ ଉପରେ ପ୍ରଭାବ ପକାଇଥାଏ କିମ୍ବା ଆଲର୍ଜି ସୃଷ୍ଟି କରିପାରେ । କିନ୍ତୁ ଆପଣ ଜାଣନ୍ତି କି, ମଶା ଏବଂ କୀଟପତଙ୍ଗ ବିନାଶ ପାଇଁ ଅନ୍ୟାନ୍ୟ ଉପାୟ ରହିଛି, ଯେଉଁଥିରେ ଘରେ ରହୁଥିବା ଲୋକଙ୍କୁ ଉପରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ପଡିନଥାଏ(Mosquito preventing tree plant) ।
ଏଥିରେ ଘର ମଧ୍ୟ ସୁନ୍ଦର ଦେଖାଯାଏ ଏବଂ ଭଲ ବାସ୍ନା ମଧ୍ୟ ହୋଇଥାଏ ! ଏନେଇ ଇଟିଭି ଭରତକୁ ଅଧିକ ସୂଚନା ଦେଇ ଉଦ୍ଭିଦ ବିଜ୍ଞାନୀ ଡ. ପିସି ପନ୍ତ କହିଛନ୍ତି ଯେ, ଏପରି କିଛି ଉଦ୍ଭିଦ ଅଛି, ଯାହା ପରିବେଶକୁ କୀଟନାଶକଙ୍କ ଠାରୁ ରକ୍ଷା କରିଥାଏ ଏଗୁଡିକୁ ମଶା ପ୍ରତିରୋଧକ ମଧ୍ୟ କୁହାଯାଏ । ଅଧିକାଂଶ ଲୋକେ ମଶା ବିନାଶକାରୀ ଏବଂ କୀଟପତଙ୍ଗ ସ୍ପ୍ରେ, କୋଏଲ୍ ଏବଂ ଅନ୍ୟାନ୍ୟ ଜିନିଷ ବ୍ୟବହାର କରନ୍ତି ଯେଉଁଥିରେ ବିପୁଳ ପରିମାଣର ରାସାୟନିକ ପଦାର୍ଥ ରହିଥାଏ । ଏହି ଉତ୍ପାଦଗୁଡିକ ମଶା ସଂଖ୍ୟାକୁ ସାମାନ୍ୟ ହ୍ରାସ କରିବାରେ ସକ୍ଷମ ହୋଇପାରନ୍ତି, କିନ୍ତୁ ସେମାନେ ମଣିଷଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇ ପାରନ୍ତି ।
ଡ. ପନ୍ତ କହିଛନ୍ତି ଯେ, ଘରର କବାଟ କିମ୍ବା ବାଲକୋନୀରେ କିଛି ବିଶେଷ ତଥା ସାଧାରଣ ପ୍ରଜାତିର ଉଦ୍ଭିଦ ଲଗାଇବା ଦ୍ୱାରା ମଶା ଏବଂ ଅନ୍ୟ କୀଟପତଙ୍ଗକୁ ଘର ଭିତରକୁ ପ୍ରବେଶକୁ ରୋକାଯାଇପାରିବ, ନିମ୍ନରେ ଏହି ବୃକ୍ଷ ବାବଦରେ ବର୍ଣ୍ଣନା କରାଯାଇଛି...
ତୁଲସୀ: ଘରେ ତୁଳସୀ ଗଛ ରଖିବା କେବଳ ପରିବେଶକୁ ଶୁଦ୍ଧ କରେ ନାହିଁ ବରଂ ତୁଳସୀ ଗଛର ବାସ୍ନା ଯୋଗୁଁ ମଶା ଘର ଭିତରକୁ ଆସିନଥାଏ । ଅନ୍ୟପକ୍ଷରେ, ମଶା କାମୁଡ଼ିବା ସମୟରେ କାମୁଡ଼ିଥିବା ସ୍ଥାନରେ ତୁଳସୀ ରସ ବ୍ୟବହାର କରିବା ଦ୍ୱାରା ଆରାମ ମିଳିଥାଏ ।
ନିମ୍ବ: ପୁରାତନ କାଳରେ, ମଶାମାନଙ୍କୁ ଘଉଡାଇବା ପାଇଁ ଘରେ ନିମ୍ବ ପତ୍ର ଧୂଆଁ ଆକାରରେ ଦିଆଯାଉ ଥିଲା । କେବଳ ନିମ୍ବ ପତ୍ରର ଧୂଆଁ ନୁହେଁ, ଲିମ୍ବ ଗଛ ମଧ୍ୟ ମଶା ଏବଂ ଅନ୍ୟ କୀଟପତଙ୍ଗକୁ ଦୂରେଇ ରଖିବାରେ ସକ୍ଷମ । ଏହି ଗଛକୁ ଘର ବାହାରେ ଲଗାଇଲେ ଘରେ ମଶାଙ୍କ ପ୍ରବାହ କମିଯାଏ । ବର୍ତ୍ତମାନ ମଧ୍ୟ ଅନେକ ମଶା ବିନାଶକାରୀ ସାମଗ୍ରୀରେ ନିମ୍ବର ବ୍ୟବହାର ହେଉଛି ।
କ୍ୟାଟନିପ୍: କ୍ୟାଟନିପ୍ ଏପରି ଏକ ଉଦ୍ଭିଦ, ଯାହା ସବୁ ସମୟରେ ମିଳିଥାଏ । ଏହା ଉଭୟ ସୂର୍ଯ୍ୟକିରଣରେ ଏବଂ ଛାଇରେ ବଢିଥାଏ । ଧଳା ଏବଂ ଈଶତ୍ ବାଇଗଣୀ ରଙ୍ଗର ଫୁଲ ଧାରଣ କରିଥାଏ । ମଶା ଉପରେ ଏହି ଉଦ୍ଭିଦର ପ୍ରଭାବ ଉପରେ କରାଯାଇଥିବା ଏକ ଅଧ୍ୟୟନର ଫଳାଫଳରୁ ଜଣାପଡିଛି ଯେ, ଏହା DEET (କୀଟନାଶକ) ଠାରୁ 10 ଗୁଣ ଅଧିକ ପ୍ରଭାବଶାଳୀ ।
ରୋଜମାରି: ରୋଜମାରି(Rosemary) ଫୁଲର ପ୍ରବଳ ଗନ୍ଧ ମଶାମାନଙ୍କୁ ଘଉଡାଇବାରେ ମଧ୍ୟ ପ୍ରଭାବଶାଳୀ । କେବଳ ରୋଜମାରି ଗଛ ଲଗାଇବା ଦ୍ୱାରା ନୁହେଁ ବରଂ ଏହାର ଫୁଲକୁ ପାଣିରେ ଭିଜାଇ ଘରେ ସେହି ପାଣିରେ ସିଞ୍ଚନ କରିବା ଦ୍ବାରା ମଧ୍ୟ ମଶାଠାରୁ ମୁକ୍ତି ମିଳିଥାଏ ।
ସିଟ୍ରୋନେଲା: ମଶାମାନଙ୍କଠାରୁ ରକ୍ଷା କରିବା ପାଇଁ ସିଟ୍ରୋନେଲା ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ ହୋଇଛି । ଏହା ଅନେକ ପ୍ରକାରର ମଶା ପ୍ରତିରୋଧକ ଏବଂ କ୍ରିମରେ ମଧ୍ୟ ବ୍ୟବହୃତ ହୁଏ । ଡେଙ୍ଗୁ ବିସ୍ତାର କରୁଥିବା ମଶାମାନେ ମଧ୍ୟ ଏହାର ସୁଗନ୍ଧରୁ ଦୂରେଇ ଯାଆନ୍ତି ବୋଲି ବିଶ୍ୱାସ କରାଯାଏ ।
ଡାକ୍ତରମାନେ କ’ଣ କୁହନ୍ତି:- ଦିଲ୍ଲୀର ଜେନେରାଲ୍ ଫିଜିସିଆନ୍ ଡକ୍ଟର ଉମାର ଶେଖ ସ୍ପଷ୍ଟ କରିଛନ୍ତି ଯେ, ମଶାଙ୍କ କବଳରୁ ବ୍ୟବହାର କରାଯାଉଥିବା ସ୍ପ୍ରେ କିମ୍ବା କୋଏଲ୍ ଧୂଆଁ କାରଣରୁ ଲୋକମାନଙ୍କର ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ । ଚର୍ମରେ ଏହାର ପ୍ରଭାବ ପଡିବା ସହ ଆଖି ଉପରେ ମଧ୍ୟ କୁପ୍ରଭାବ ପଡିଥାଏ । ଏପରିକି ସ୍ନାୟୁ ପ୍ରଣାଳୀରେ ମଧ୍ୟ ପ୍ରଭାବ ପଡିଥାଏ ବୋଲି କହିଛନ୍ତି । ତେଣୁ କେତେକ ଲକ୍ଷଣ ରହିଛି ସେଗୁଡିକୁ ଅଣଦେଖା ନ କରିବାକୁ ଉପଦେଶ ଦେଇଛନ୍ତି ଡାକ୍ତର ଉମାରନ୍ ।
ଏହି ଲକ୍ଷଣଗୁଡ଼ିକୁ ଅଣଦେଖା କରନ୍ତୁ ନାହିଁ:-
- ବାନ୍ତି
- ଉଚ୍ଚ ଜ୍ୱର
- ଦୁର୍ବଳ ଅନୁଭବ
- ପେଟ ବ୍ୟଥା କିମ୍ବା ପେଟ ଜନିତ ସମସ୍ୟା
- ମୁଣ୍ଡବିନ୍ଧା
- ମାଂସପେଶୀ ଯନ୍ତ୍ରଣା
- ହାଡ କିମ୍ବା ଗଣ୍ଠି ଯନ୍ତ୍ରଣା
- ଆଖି ଯନ୍ତ୍ରଣା
- ଚର୍ମ ଉପରେ ଲାଲ୍ ଦାଗ