ହାଇଦ୍ରାବାଦ: ଯନ୍ତ୍ରଣା ବିନା ଆମ ଶରୀର ସଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ ଆମ ହାଡ ସୁସ୍ଥ, ଶକ୍ତିଶାଳୀ ଏବଂ ରୋଗମୁକ୍ତ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବୃଦ୍ଧାବସ୍ଥାର ରୋଗ କୁହାଯାଉଥିବା ଅଷ୍ଟିଓଆର୍ଥ୍ରାଇଟିସ୍ ବର୍ତ୍ତମାନ କମ୍ ବୟସ୍କଙ୍କ ଉପରେ ମଧ୍ୟ ସମସ୍ୟା ପକାଇବା ଆରମ୍ଭ କରିଛି । ଯେଉଁଥି ପାଇଁ ହାଡ ସମ୍ବନ୍ଧୀୟ ସମସ୍ୟା ସମେତ ଖାଦ୍ୟ ଏବଂ ଜୀବନଶୈଳୀ ଦାୟୀ ବୋଲି ବିଶ୍ୱାସ କରାଯାଏ (Osteoarthritis is result of unhealthy diet lifestyle) ।
ବିଶେଷଜ୍ଞ ଡାକ୍ତରଙ୍କ ଅନୁଯାୟୀ, ଯୁବକମାନେ ଜଙ୍କ୍ ଫୁଡ୍ ଖାଆନ୍ତି ଏବଂ ନିୟମିତ ବ୍ୟାୟାମ କରନ୍ତି ନାହିଁ, ଯାହାଦ୍ୱାରା ମାଂସପେଶୀ ହ୍ରାସ ଏବଂ ଓଜନ ବୃଦ୍ଧି ଘଟି ଶେଷରେ ଗଣ୍ଠି ସମସ୍ୟା ଦେଖାଯାଏ । ରାମ ମନୋହର ଲୋହିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ରେ(RMLIMS) ଏକ ନିରନ୍ତର ମେଡିକାଲ୍ ଏଜୁକେସନ୍ (CME) କାର୍ଯ୍ୟକ୍ରମ ଏବଂ ଲାଇଭ୍ ସର୍ଜରୀ କର୍ମଶାଳାର ବିଶେଷଜ୍ଞମାନେ କହିଛନ୍ତି ଯେ, ଏପରି ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେବାର ଏକ ଖରାପ ଜୀବନଶୈଳୀ, ଖରାପ ଖାଦ୍ୟ ଅଭ୍ୟାସ ଏବଂ ପ୍ରଦୂଷଣ ହେଉଛି ମୁଖ୍ୟ କାରଣ । ଲକ୍ଷ୍ନୌରେ 35 ରୁ 45 ବର୍ଷ ବୟସର ଅନେକ ଲୋକେ Osteoarthritis ରେ ପୀଡିତ ।
RMLIMS ର ଅଧ୍ୟାପକ ଡ. ସ୍ବାଗତ ମହାପାତ୍ର କହିଛନ୍ତି, “ପ୍ରାୟ ସାତ ବର୍ଷ ପୂର୍ବେ ସହରରେ ଅଷ୍ଟିଓଆର୍ଥ୍ରାଇଟିସ୍ ରୋଗର 5-6 ପ୍ରତିଶତ ଯୁବକ ଗୋଷ୍ଠୀ ରହିଥିଲେ । ଏକ ମାସରେ ରିପୋର୍ଟ ହୋଇଥିବା ମୋଟ ମାମଲା ମଧ୍ୟରୁ ବର୍ତ୍ତମାନ 20-25 ପ୍ରତିଶତ ଯୁବକ ଅଛନ୍ତି । କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟି (KGMU)ର ପ୍ରୋ-ଭାଇସ କୁଳପତି ପ୍ରଫେସର ବିନୀତ ଶର୍ମା କହିଛନ୍ତି ଯେ, ଯଦି ଆଣ୍ଠୁ କିମ୍ବା ଅନ୍ୟ କୌଣସି ଗଣ୍ଠିରେ ଯନ୍ତ୍ରଣା ଅନୁଭବ ହୁଏ ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍, କାରଣ ଏହା ଅଷ୍ଟିଓଆର୍ଥ୍ରାଇଟିସର ରୋଗ ହୋଇପାରେ । ଉପଯୁକ୍ତ ଔଷଧ ଏବଂ ପ୍ରାରମ୍ଭିତ ଚିକିତ୍ସା ମାଧ୍ୟମରେ ରୋଗକୁ ଭଲ କରାଯାଇ ପାରିବ ।
ରାମ ମନୋହର ଲୋହିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର ବରିଷ୍ଠ ଅଧ୍ୟାପକ ଡ. ସଚିନ ଆୱସ୍ତି କହିଛନ୍ତି, "ଯଦି ଆଣ୍ଠୁରେ ବାରମ୍ବାର ଯନ୍ତ୍ରଣା ଲାଗିରହେ ବା ଛଅ ସପ୍ତାହରୁ ଅଧିକ ରହେ, ତେବେ ଏହାର ଅର୍ଥ ହେଉଛି ଗଣ୍ଠିର ପୃଷ୍ଠକୁ ଆଚ୍ଛାଦନ କରୁଥିବା କାର୍ଟିଲେଜର ପରିବର୍ତ୍ତନ ଘଟିଛି କିମ୍ବା ଅସମାନ ହୋଇପଡିଛି । ଏପରିସ୍ଥିତିରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରାଇନେବା ଆବଶ୍ୟକ । ଯଦି ଏହାର ଯତ୍ନ ନିଆଯାଏ ନାହିଁ, ତେବେ ଏହା ଆଣ୍ଠୁ ଗଣ୍ଠିକୁ ସମ୍ପୂର୍ଣ୍ଣ ନଷ୍ଟ କରିପାରେ ।"