ETV Bharat / sukhibhava

Junk Food Harm Deep Sleep: ଜଙ୍କ୍‌ଫୁଡ୍‌ ନିଦ୍ରାହୀନତାର କାରଣ, ରିପୋର୍ଟରେ ଖୁଲାସା - ଜଙ୍କଫୁଡ ଏବଂ ନିଦ୍ରାହୀନତା ମଧ୍ୟରେ ସମ୍ପର୍କ

ଜଙ୍କ୍‌ଫୁଡ୍‌ ଖାଉଥିଲେ ସାବଧାନ ! ଏହା ନିଦ୍ରାହୀନତାର କାରଣ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

Junk Food Harm Deep Sleep
Junk Food Harm Deep Sleep
author img

By

Published : Aug 7, 2023, 5:33 PM IST

ହାଇଦ୍ରାବାଦ: ବର୍ତ୍ତମାନର ସମୟରେ ଛୋଟ ଛୁଆଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପସନ୍ଦ ଜଙ୍କ୍‌ ଫୁଡ୍‌ । ଅଫିସ୍, ଘର, ପାର୍ଟି ହେଉ ଅବା ରେଷ୍ଟୁରାଣ୍ଟ ସବୁ ସ୍ଥାନରେ ଜଙ୍କ୍‌ ଫୁଡ୍ ଆମର ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟି ଯାଇଛି । ତେବେ ଏହା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ଜାଣିବା ସତ୍ତ୍ବେ ମଧ୍ୟ ଏହାକୁ ଲୋକେ ପସନ୍ଦ କରୁଛନ୍ତି । ଜଙ୍କ୍‌ଫୁଡ୍‌ କେବଳ ଶାରୀରିକ ଅସୁସ୍ଥତାକୁ ବଢାଇନଥାଏ ବରଂ ନିଦ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ପ୍ରତିଦିନ ଜଙ୍କ୍‌ଫୁଡ୍‌ ଖାଇବା ଦ୍ବାରା ନିଦ ହୋଇନଥାଏ ବୋଲି ଏକ ରିପୋର୍ଟରେ କୁହାଯାଇଛି । ଉପାସଲା ୟୁନିଭର୍ସିଟିର ବୈଜ୍ଞାନିକମାନେ ଏହି ରିପୋର୍ଟ ପ୍ରକାଶ କରିଛନ୍ତି । ଜର୍ନାଲ ଓବେସିଟିରେ ଏହି ରିପୋର୍ଟ ପ୍ରକାଶ ପାଇଛି ।

ରିପୋର୍ଟରେ ଦର୍ଶାଯାଇଛି ଯେ, ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଉଥିବା ଲୋକେ ସୁସ୍ଥ ଖାଦ୍ୟ ଖାଉଥିବା ଲୋକଙ୍କ ତୁଳନାରେ କମ୍ ଶୋଇଥାଆନ୍ତି । ବର୍ଗର, ପିଜା, ରଙ୍ଗୀନ ପାନୀୟର ବହୁଳ ବ୍ୟବହାର ହେଉଛି । ଯାହା ଦ୍ବାରା ନିଦ୍ରାହିନତା ଏକ ବଡ଼ ସମସ୍ୟା ହୋଇଥିବା ନେଇ ଉପାସଲା ବିଶ୍ୱବିଦ୍ୟାଳୟର ମେଡିକାଲ ସେଲ୍ ବାୟୋଲୋଜିର ଡାକ୍ତର ତଥା ସହଯୋଗୀ ପ୍ରଫେସର ଜୋନାଥନ୍ କେଡର୍ନସ୍ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, "ଉଦାହରଣ ସ୍ୱରୂପ, ଅଧ୍ୟୟନରୁ ସମସ୍ତେ ଜାଣନ୍ତି ଯେ ସୁସ୍ଥ ଖାଦ୍ୟ ଖାଇବା ଦ୍ୱାରା ଭଲ ନିଦ ହୁଏ। କିନ୍ତୁ କୌଣସି ଅଧ୍ୟୟନ ନାହିଁ ଯାହା ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାର କ୍ଷତି ଦର୍ଶାଇଛି । ବିଶେଷ କରି ନିଦକୁ ବ୍ୟାହାତ କରିବାର କାରଣ କୌଣସି ରିପୋର୍ଟରେ ଦର୍ଶାଯାଇ ନାହିଁ । ନିଦର ବିଭିନ୍ନ ସ୍ତର ରହିଥିବା ବେଳେ ଏହାର କାରଣ ମଧ୍ୟ ଭିନ୍ନ ରହିଛି । ଉଦାହରଣ ସ୍ୱରୂପ, ଗଭୀର ନିଦ ହରମୋନାଲ ପରିବର୍ତ୍ତନ ସହିତ ଜଡିତ । ପ୍ରତ୍ୟେକ ସ୍ତରର ନିଦ ମସ୍ତିଷ୍କ ସହିତ ଜଡିତ ହୋଇଥାଏ । ଅସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ବାରା ନିଦ ପ୍ରଭାବିତ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ: Junk Food: ଜଙ୍କ୍ ଫୁଡ କାରଣରୁ ପିଲାଙ୍କ ନିକଟରେ ଦେଖାଯାଉଛି ହାର୍ଟ ସମସ୍ୟା

ଏହାର ଅନୁସନ୍ଧାନରେ 15 ଜଣ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା ବୋଲି ରିପୋର୍ଟରେ ଦର୍ଶାଯାଛି । ଅଂଶଗ୍ରହଣକାରୀମାନଙ୍କୁ ପ୍ରଥମେ ସେମାନଙ୍କର ଶୋଇବା ଅଭ୍ୟାସର ବିଭିନ୍ନ ଦିଗ ବିଷୟରେ ପଚରାଯାଇଥିଲା । ସେମାନଙ୍କ ମଧ୍ୟରୁ କେତେକ ରାତିରେ 8-9 ଘଣ୍ଟା ପାଇଁ ଶୋଇଥିଲେ ଏବଂ କେତେକ ରାତିରେ ବହୁତ କମ୍ ଶୋଇଥିଲେ । ଅଂଶଗ୍ରହଣକାରୀମାନଙ୍କ ମଧ୍ୟରୁ ଗୋଟିଏ ଅଂଶକୁ ସୁସ୍ଥ ଖାଦ୍ୟ ଏବଂ ଅନ୍ୟ ଅଂଶକୁ ଅସ୍ୱାସ୍ଥ୍ୟକର ଖାଦ୍ୟ(ଜଙ୍କ୍‌ ଫୁଡ) ଦିଆଯାଇଥିଲା । ଏହାପରେ ସେମାନଙ୍କ ନିଦ ସହିତ ମସ୍ତିସ୍କର କାର୍ଯ୍ୟକଳାପ ଉପରେ ନଜର ରଖାଯାଇଥିଲା। ଦେଖାଯାଇଥିଲା ଯେ, ସ୍ବାସ୍ଥ୍ୟକର ଖାଦ୍ୟ ଖାଉଥିବା ଲୋକେ ଜଙ୍କ୍‌ ଫୁଡ ଖାଉଥିବା ଲୋକଙ୍କ ଠାରୁ ଅଧିକ ସମୟ ଶୋଇ ପାରିଥିଲେ । ଏହାର ଅର୍ଥ ଜଙ୍କ୍‌ଫୁଡ୍‌ ନିଦ୍ରାହୀନତାର କାରଣ ବୋଲି ଜଣା ପଡ଼ିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.