ହାଇଦ୍ରାବାଦ: କର୍ମଜୀବୀ ପିତାମାତାଙ୍କ ପାଖରେ ଛୁଆଙ୍କ ପାଇଁ ସମୟ ନଥାଏ । ଫଳରେ ଛୁଆଙ୍କ ପ୍ରତି ପିତାମାତା ଅଧିକ ଧ୍ୟାନ ଦେଇପାରନ୍ତି ନାହିଁ । ଅନେକ ସମୟରେ ଛୋଟ ଛୁଆଙ୍କ ମଧ୍ୟରେ ରାଗ-ରୁଷା ମାନ-ଅଭିମାନ ଦେଖାଯାଏ । ପ୍ରତି କଥାରେ ଅଭିମାନ କରି ଥାଆନ୍ତି । ବେଳେବେଳେ ଗୁରୁଜନଙ୍କ ବିରୋଧରେ କଥା କହିଥାଆନ୍ତି । ଛୋଟ କଥାକୁ ନେଇ ରାଗି ଯାଆନ୍ତି। ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ବେଳେବେଳେ ଛୁଆଙ୍କର ବ୍ୟବହାର କୌତୁକ ଲାଗୁଥିଲେ ମଧ୍ୟ ଏହାକୁ ସାଧାରଣ ଭାବେ ନେବା ଉଚିତ ନୁହେଁ । ସମୟ ପୂର୍ବରୁ ଏହାକୁ ନିୟନ୍ତ୍ରଣ କରିବା ଜରୁରୀ ଅଟେ ।
ଛୋଟଛୋଟ କଥାରେ ରାଗିବାର କାରଣ: ବାରମ୍ବାର ରାଗିବା, ରୁଷିବାର ଅନେକ କାରଣ ରହିଥାଏ । ଯେପରି କି ଘରେ ସର୍ବଦା ବାଦବିବାଦ ଲାଗି ରହିବା, ବନ୍ଧୁତ୍ବରେ ସମସ୍ୟା, କୌଣସି ଜିନିଷକୁ ନେଇ ଭୟ କରିବା, ପାଠ ପଢା ପ୍ରତି ଆଗ୍ରହ ପ୍ରକାଶ ନକରିବା ଏଭଳି ଅନେକ କାରଣ ଯୋଗୁଁ ଜଣେ ଛୁଆ ରାଗିଥାଏ । ବେଳେବେଳେ ଏହି ରାଗ ଅଭିମାନର କାରଣ ପିତାମାତା ମଧ୍ୟ ଜାଣିପାରନ୍ତି ନାହିଁ । ଏଭଳି ସ୍ଥିତିରେ ପ୍ରଥମେ ଆଚରଣକୁ ଲକ୍ଷ୍ୟ କରିବା ଉଚିତ ବୋଲି କୁହାଯାଇଛି । ଯଦି କୌଣସି ସମସ୍ୟା ରହିଛି କିମ୍ବା କେଉଁ କାରଣରୁ ଅଭିମାନ କରିଛି ତାହା ପ୍ରଥମେ ଜାଣିବା ଜରୁରୀ ଅଟେ । ଯଦି ଅନ୍ୟ କୌଣସି କାରଣ ରହିଛି, ତାହା ସାଧାରଣ ଭାବେ କଥା ହୋଇ ଜାଣିବା ଦରକାର । ସମସ୍ୟାର ସମାଧାନ ହେବା ଦ୍ବାରା ରାଗ ରୁଷା ହୋଇନଥାଏ ।
ଏହା ମଧ୍ୟ ପଢନ୍ତୁ: ପାଠପଢା ପ୍ରତି ଛୁଆମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି କି ? ଆପଣାନ୍ତୁ ଏହି ଟିପ୍ସ
ତେବେ ଛୋଟ ଛୁଆ ରାଗ ଅଭିମାନ କରିଲେ ସେମାନଙ୍କ ଉପରେ ନରାଗି ବୁଝାଇବା ପାଇଁ ଚେଷ୍ଟା କରନ୍ତୁ । ଏହା ଦ୍ବାରା ରାଗ ଶାନ୍ତ ହେବା ସହିତ ନକରାତ୍ମକ ପ୍ରଭାବ ମଧ୍ୟ ପଡିବ ନାହିଁ । କ୍ରୋଧରେ ଅନ୍ୟକୁ ଅପମାନିତ କରିବା, ଜିନିଷ ଭାଙ୍ଗିବା, ଗୁଜବ ପ୍ରଚାର ନକରିବା, ଖାଦ୍ୟ ନ ଖାଇବା ଭଳି କାର୍ଯ୍ୟ ଉଚିତ ନୁହେଁ ବୋଲି ଶିକ୍ଷା ଦେବା ଜରୁରୀ ଅଟେ । ରାଗିବା ସମୟରେ ଚୁପ ନରହିବା କହିବା ଉଚିତ ବୋଲି ବୁଝାଇବା ଦ୍ବାରା କ୍ରୋଧକୁ ନିୟନ୍ତ୍ରଣ କରାଯାଇପାରିବ ।
ଏହା ନିହାତି ଆବଶ୍ୟକ: କୌଣସି ଏକ କଥାକୁ ନେଇ ନରାଗି ଯଦି ନିଜକୁ ବୁଝାଇବାକୁ ଚେଷ୍ଟା କରିବା, ତାହାଲେ ମନ ସହିତ ହୃଦୟ ମଧ୍ୟ ସୁସ୍ଥ ରହିଥାଏ । ତେବେ ଏଥିପାଇଁ ଉପଯୁକ୍ତ ପୃଷ୍ଟିକର ଖାଦ୍ୟ ଖାଇବା, ବ୍ୟାୟାମ କରିବା ଏବଂ 8 ଘଣ୍ଟା ଶୋଇବା ନିହାତି ଜରୁରୀ ଅଟେ । ଏହା ଦ୍ବାରା ଛୁଆଙ୍କ କ୍ଷେତ୍ରରେ ରାଗକୁ ଶାନ୍ତ କରାଯାଇ ସଠିକ ଦିଶାକୁ ଆଣି ହେବ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ