ETV Bharat / sukhibhava

ଶରୀର ପାଇଁ କେତେ ସୁରକ୍ଷିତ ଏଲପିଜି ଗ୍ୟାସ ? ଜାଣନ୍ତୁ କ'ଣ କହୁଛନ୍ତି ବୈଜ୍ଞାନିକ - ଏଲପିଜି ଗ୍ୟାସ ଷ୍ଟୋଭ ଶରୀର ପାଇଁ ହାନିକାରକ

ସ୍ୱାସ୍ଥ୍ୟ ପାଇଁ LPG ଗ୍ୟାସ କେତେ ସୁରକ୍ଷିତ ? ଜାଣନ୍ତୁ ଅଧ୍ୟୟନରୁ କ'ଣ ଖୁଲାସା କରାଯାଇଛି ।

cooking gas harmful
cooking gas harmful
author img

By

Published : Jun 25, 2023, 11:45 AM IST

ହାଇଦ୍ରାବାଦ: ସମସ୍ତ ଘରେ ଖାଦ୍ୟ ରାନ୍ଧିବା ପାଇଁ LPG ସିଲିଣ୍ଡର ବ୍ୟବହାର କରାଯାଏ । ପେଟ୍ରୋଲିୟମ ଗ୍ୟାସର ଏକ ତରଳ ରୂପ ଭାବରେ ଏଲପିଜି ଗ୍ୟାସ୍ ରାନ୍ଧିବା ବହୁତ ସହଜ ହୋଇଥାଏ । କିନ୍ତୁ ଏହା ଆମ ସ୍ୱାସ୍ଥ୍ୟ ପାଇଁ ସୁରକ୍ଷିତ କି ? ଏହି ପ୍ରଶ୍ନ ଉଠିଛି କାରଣ କିଛି ଅନୁସନ୍ଧାନରୁ ଜଣାପଡିଛି ଯେ,ଏଲପିଜି ଗ୍ୟାସରେ ରନ୍ଧା ହୋଇଥିବା ଖାଦ୍ୟ ଆମ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଉଛି, ଯାହାଦ୍ବାରା ଏହା କର୍କଟ ଭଳି ରୋଗ ହେବାର ଆଶଙ୍କା ସୃଷ୍ଟି କରିପାରେ ।

ଅଧ୍ୟୟନ ଅନୁଯାୟୀ, ଯେତେବେଳେ ଗ୍ୟାସ୍ ଚୁଲା ଜଳେ ସେତେବେଳେ ଆଖିକୁ କେବଳ ନିଆଁ ଦେଖାଯାଇଥାଏ, କିନ୍ତୁ ବାସ୍ତବରେ ନିଆଁ ସହିତ ଅନେକ ପ୍ରକାରର ରାସାୟନିକ ପଦାର୍ଥ ମଧ୍ୟ ନିର୍ଗତ ହୁଏ, ଯାହାମଧ୍ୟରୁ କେତେକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ଜଣାପଡିଛି । ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକମାନେ ଗବେଷଣାରୁ ଜାଣିବାକୁ ପାଇଲେ ଯେ ଏହା ସ୍ୱାସ୍ଥ୍ୟ ପାଇଁ ସିଗାରେଟ୍ ଭଳି କ୍ଷତିକାରକ ହୋଇଥାଏ ।

ଏଲପିଜି ଗ୍ୟାସ ଷ୍ଟୋଭ ଶରୀର ପାଇଁ ହାନିକାରକ: ଗବେଷକମାନେ ଏଲପିଜି ଗ୍ୟାସ ଦ୍ୱାରା ହୋଇଥିବା ପାର୍ଶ୍ୱ ପ୍ରତିକ୍ରିୟା ଜାଣିବା ପାଇଁ ଏକ ଅଧ୍ୟୟନ କରିଥିଲେ, ଯେଉଁଥିରେ ଅନେକ ଆଶ୍ଚର୍ଯ୍ୟଜନକ ବିଷୟ ସାମ୍ନାକୁ ଆସିଥିଲା ​। ଜର୍ନଲ ଏନଭାଇରୋମେଣ୍ଟ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିରେ ପ୍ରକାଶିତ ଅଧ୍ୟୟନରେ, ଗବେଷକମାନେ ବେନଜିନ ସମେତ ଗ୍ୟାସ ଚୁଲିରୁ ନିର୍ଗତ ହେଉଥିବା ଅତି କମରେ 12ଟି ବିପଜ୍ଜନକ ବାୟୁ ପ୍ରଦୂଷକ ଚିହ୍ନଟ କରିଛନ୍ତି । ବେନଜିନ ହେଉଛି ଏକ ରାସାୟନିକ ପଦାର୍ଥ ଯାହାକି ଦୀର୍ଘ ସମୟ ଧରି ସଂସ୍ପର୍ଶରେ ଆସିଲେ କର୍କଟ ରୋଗ ସୃଷ୍ଟି କରିପାରେ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି ଯେ, କେବଳ ଷ୍ଟୋଭ ଜଳିବା ସମୟରେ ନୁହେଁ ବରଂ ବନ୍ଦ ରହିଥିବା ବେଳେ ମଧ୍ୟ ବେନଜିନ ଗ୍ୟାସ ନିର୍ଗତ ହୋଇଥାଏ । ଯାହା ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ ଅଟେ ।

ଅଧ୍ୟୟନରେ ଏହା ଖୁଲାସା କରାଯଇଛି: ପିଏସଇ ହେଲଦି ଏନର୍ଜିର ଅନୁସନ୍ଧାନକାରୀମାନେ କାର୍ଲିଫର୍ଣ୍ଣିଆର 16ଟି ଜିଲ୍ଲାର 159ଟି ଘରୁ ଷ୍ଟୋଭ୍ ଗ୍ୟାସ୍ ନମୁନା କରିଥିଲେ ଏବଂ 99% ନମୁନାରେ ବେନଜେନ ପାଇଥିଲେ । ଅନୁସନ୍ଧାନକାରୀମାନେ ରୋଷେଇ ଘରର ଆକାର, କୋଠାର ଭେଣ୍ଟିଲେସନ୍ ସ୍ତର, ରାସାୟନିକ ପଦାର୍ଥର କେତେ ଅଂଶ ଅଛି ଏବଂ ଚୁଲି ବନ୍ଦ ହେବା ସମୟରେ ଏହା ଲିକ୍ ହେଉଛି କି ନାହିଁ ତାହା ଉପରେ ଆଧାର କରି ବେନଜିନ ଦ୍ବାରା ସୃଷ୍ଟି ହୋଇଥିବା ସ୍ୱାସ୍ଥ୍ୟ ବିପଦକୁ ଆକଳନ କରିଥିଲେ । ଫଳାଫଳରୁ ଜଣାପଡିଛି ଯେ ଚୁଲିରୁ ବାହାରୁଥିବା ବେନଜିନର ସାନ୍ଦ୍ରତା କାଲିଫର୍ଣ୍ଣିଆର ପରିବେଶ ସୁରକ୍ଷା ଏଜେନ୍ସି ଦ୍ୱାରା ନିର୍ଦ୍ଦାରିତ ସୁରକ୍ଷିତ ଏକ୍ସପୋଜରର ସ୍ତର ଠାରୁ ସାତ ଗୁଣା ଅଧିକ ।

ବେନଜିନରୁ ଅନେକ ରୋଗ ହୋଇପାରେ: ସମୟ ସହିତ ବେନଜିନର ସଂସ୍ପର୍ଶରେ ଆସିବା ଦ୍ୱାରା ବ୍ୟକ୍ତିର ରକ୍ତରେ ସମସ୍ୟା କିମ୍ବା ପ୍ରଜନନ ସମସ୍ୟା ହେବାର ଆଶଙ୍କା ବଢିପାରେ ବୋଲି ଅନୁସନ୍ଧାନକାରୀ ଟିମ ପକ୍ଷରୁ କୁହାଯାଇଛି । ଏହି ରାସାୟନିକ ଲ୍ୟୁକେମିଆ, ମାଇଲୋମା ଭଳି ସମସ୍ୟା ମଧ୍ୟ ସୃଷ୍ଟି କରିପାରେ । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ କର୍କଟ ରୋଗ ହେବାର ଆଶଙ୍କା ଥିବାବେଳେ ବେନଜିନ ଏକ୍ସପୋଜରର କୌଣସି ସୁରକ୍ଷିତ ସ୍ତର ନାହିଁ । କିନ୍ତୁ ବେନଜିନ ଏକମାତ୍ର ଚିନ୍ତାଜନକ ରାସାୟନିକ ପଦାର୍ଥ ନୁହେଁ ଯାହା ଚୁଲିରୁ ଆସିଥାଏ, ଅନୁସନ୍ଧାନରୁ ଜଣାପଡିଛି ଯେ ଗ୍ୟାସ ଚୁଲା ମଧ୍ୟ ଘର ଭିତରର ବାୟୁ ପ୍ରଦୂଷଣର ଆଶଙ୍କା ବୃଦ୍ଧି କରିଥାଏ ।

ଅନ୍ୟ ଏକ ଅଧ୍ୟୟନରେ ଏଲପିଜି ଗ୍ୟାସ୍ ଚୁଲା ଯୋଗୁଁ ଆଠ ଜଣ ପିଲାଙ୍କ ମଧ୍ୟରୁ ଜଣେ ଆଜ୍‌ମା ହେବାର ଆଶଙ୍କା ଥିବା ଜଣାପଡିଛି। ଅଧ୍ୟୟନର ଲେଖକ ଏରିକ ଲେବେଲଙ୍କ କହିବା ଅନୁସାରେ, ଗ୍ୟାସ ଚୁଲାଗୁଡ଼ିକ ବନ୍ଦ ହୋଇଗଲେ ବି ବେନଜିନ ନିର୍ଗତ ହୋଇଥାଏ, ଯାହା ଧୂମପାନକାରୀଙ୍କ ସହ ରହିବା ସହିତ ସମାନ ଅଟେ ।

ଲୋକମାନେ କିପରି ଭାବରେ ସର୍ବଭାରତୀୟ ସ୍ତରରେ LPG ଗ୍ୟାସ୍ ଉପରେ ନିର୍ଭରଶୀଳ, ଏହାର ବ୍ୟବହାର କିପରି ହ୍ରାସ ହୋଇପାରିବ ସେ ବିଷୟରେ ଚିନ୍ତା କରିବା ଏକ ବିଷୟ । ବର୍ତ୍ତମାନ, ସୁରକ୍ଷା ଏବଂ ସ୍ବଚ୍ଛତା ମଧ୍ୟରେ ଖାଦ୍ୟ ରାନ୍ଧିବା ଏବଂ ରୋଷେଇ ଘରେ ଭଲ ଭେଣ୍ଟିଲେସନ୍ ନିଶ୍ଚିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.