ETV Bharat / sukhibhava

Interview Tips: ଶତ ଚେଷ୍ଟା ପରେ ଚାକିରି ମିଳୁନଥିଲେ କଣ କରିବେ, ଜାଣନ୍ତୁ

author img

By

Published : Feb 16, 2023, 12:00 PM IST

ବିଭିନ୍ନ ସମସ୍ୟା ମଧ୍ୟରୁ ପସନ୍ଦର ଚାକିରି ନମିଳିବା ଆଜିର ଯୁବପିଢିଙ୍କ ପାଇଁ ମୁଖ୍ୟ ସମସ୍ୟା । ଏହି କାରଣରୁ ଡିପ୍ରେସନ୍‌ର ଶିକାର ହୋଇ ନାନା ଭୁଲ୍ କରିବସନ୍ତି । ତେବେ ଏଥିରୁ ମୁକୁଳିବା ପାଇଁ କଣ କରିବା ଉଚିତ୍, ଜାଣନ୍ତୁ ।

depressed young man sitting
depressed young man sitting

ହାଇଦ୍ରାବାଦ: ସ୍ବପ୍ନର ଘର, ପସନ୍ଦର ଚାକିରି କିଏ ବା ନଚାହେଁ ? ସ୍ବପ୍ନକୁ ସାକାର କରିବା ପାଇଁ ସମସ୍ତେ ପସନ୍ଦର ଚାକିରି ଖୋଜନ୍ତି । ଏଥିପାଇଁ ଅକ୍ଲାନ୍ତ ପରିଶ୍ରମ ମଧ୍ୟ କରନ୍ତି । କିନ୍ତୁ ବେଳେ ବେଳେ ଏଥିରେ ବିଫଳ ହେବାକୁ ପଡେ । ଲକ୍ଷେ ଉଦ୍ୟମ ସତ୍ତ୍ବେ ପସନ୍ଦର ଚାକିରି ମିଳେନି, ଏକ କମ୍ପାନୀ ପକ୍ଷରୁ ପ୍ରତ୍ୟାଖ୍ୟାନର ଶିକାର ହେବାକୁ ପଡେ । ଫଳରେ ମାନସିକ ଦୁଃଶ୍ଚିନ୍ତା ବଢେ, ଡିପ୍ରେସନର ଶିକାର ହୁଅନ୍ତି ।

ଯଦି ଆପଣ ମଧ୍ୟ ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଆମେ ଏଥିରୁ ମୁକୁଳିବାର ବାଟ ବତାଇବୁ । ବିଶେଷଜ୍ଞମାନେ କହନ୍ତି ଯେ, ଯଦି ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ସଂଯମତା ସହ କାର୍ଯ୍ୟ କରନ୍ତୁ । ଯଦି ଆପଣ ଏକ ସକରାତ୍ମକ ମନୋଭାବ ସହିତ ଆଗକୁ ବଢୁଛନ୍ତି ତେବେ ଏହାଠାରୁ ବଳି ସଫଳତା ଆଉ କିଛି ହୋଇନପାରେ । ସମସ୍ତ ବାଧା-ବିଘ୍ନ ସତ୍ତ୍ବେ ନୂଆ ଜୀବନ ଆରମ୍ଭ କରିବା ହିଁ ସଫଳତା । ଭାଙ୍ଗି ନ ପଡି କିପରି ନୂଆ ପଥରେ ଅଗ୍ରସର ହେବେ ସେ ବାବଦରେ କଣ କହୁଛନ୍ତି ବିଶେଷଜ୍ଞ, ଜାଣନ୍ତୁ...

ଆପଣ ଜଣେ ନୁହଁନ୍ତି, ଯିଏ ଚାକିରି ପାଇନାହାନ୍ତି: ସର୍ବଦା ଏହା ମନେରଖନ୍ତୁ ଯେ, ଆପଣ ଏକା ସାକ୍ଷାତକାର କିମ୍ବା ଇଣ୍ଟର୍ଭ୍ୟୁ ଦେବାକୁ ଯାଇନାହାନ୍ତି, ସମ୍ପୃକ୍ତ ଚାକିରି ଦକ୍ଷତା ଥିବା ଅନେକ ଲୋକ ସେଠାକୁ ଆସନ୍ତି । କିନ୍ତୁ ସମସ୍ତେ ଚାକିରି ପାଆନ୍ତିନି, ଯେଉଁମାନେ ସେମାନଙ୍କ ମଧ୍ୟରେ ସର୍ବୋତ୍ତମ କୌଶଳ ପ୍ରଦର୍ଶନ କରନ୍ତି ସେମାନଙ୍କୁ ସଂଗଠନ ଚୟନ କରେ । ଯଦି ଆପଣ ଏହି କ୍ରମରେ ମନୋନୀତ ହୋଇନାହାଁନ୍ତି, ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ । କାରଣ ଆପଣ କେବଳ ଜଣେ ନୁହଁନ୍ତି, ଅନ୍ୟମାନେ ମଧ୍ୟ ମନୋନୀତ ହୋଇନାହାନ୍ତି ।

ତେଣୁ ଶତ ଚେଷ୍ଟା ପରେ ଯେ ଚାକିରି ହେଲାନି ଭାବି ଚିନ୍ତା କରନ୍ତୁ ନାହିଁ । ଯେଉଁମାନେ ଆପଣଙ୍କ ଭଳି ଚାକିରିର ଦ୍ବାର ଦେଶରୁ ଫେରି ଆସିଛନ୍ତି, ସେମାନଙ୍କ ସହିତ କଥାବାର୍ତ୍ତା କରିବାକୁ ଚେଷ୍ଟା କରନ୍ତି । ଏହି କ୍ରମରେ ସେମାନଙ୍କ ଅତୀତର ଅନୁଭୂତିକୁ ଶୁଣନ୍ତୁ ଏବଂ ନିଜ ମନର ଭାବନାକୁ ମଧ୍ୟ ସେମାନଙ୍କ ସହ ସେୟାର୍ କରନ୍ତୁ । ସେମାନଙ୍କୁ ପରାମର୍ଶ ମଧ୍ୟ ମାଗିପାରିବେ । ଯାହାଫଳରେ ଏକାକୀ ଭାବନାରୁ ମୁକ୍ତି ପାଇପାରିବେ ଏବଂ ପରବର୍ତ୍ତୀ ସାକ୍ଷାତକାର ପାଇଁ ଅଧିକ ସକରାତ୍ମକ ଭାବରେ ପ୍ରସ୍ତୁତ ହୋଇପାରିବେ ।

ମତାମତ ଭଲ: ସାକ୍ଷାତକାର ସମାପ୍ତ ହେବା ପରେ, ଆମେ ଚାକିରି ପାଇଁ ମନୋନୀତ ହୋଇଛନ୍ତି କି ନାହିଁ ଏକ ମେଲ୍ ଆସେ ! ଯଦି ମନୋନୀତ ହୋଇଛନ୍ତି ତ ଭଲ କଥା, ଯଦି ନୁହେଁ, ତେବେ ମେଲ୍ ନ ଆସିବାର ପ୍ରକ୍ରିୟାକୁ ଦେଖି ଆମେ ଏହାକୁ ଛାଡିଦିଅନ୍ତି । କିନ୍ତୁ ଏହା ଠିକ ନୁହେଁ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି । କାହିଁକି ମନୋନୀତ ହୋଇନାହାଁନ୍ତି ସେ ସମ୍ପର୍କରେ ସଂପୃକ୍ତ ସଂସ୍ଥାରୁ ମତାମତ ପାଇବା ଜରୁରୀ । ଏହି କ୍ରମରେ, ସେମାନେ ଚାହୁଁଥିବା କୌଶଳ କିମ୍ବା ଆପଣ କେଉଁ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିପାରି ନାହାନ୍ତି ତାହା ଜାଣିପାରିବେ । ଏହା ଫଳରେ ଆଗକୁ ସଜାଗ ହୋଇଯିବେ ଏବଂ କର୍ମପଥରେ ଆଗେଇବେ ।

କିଛି ସମୟ ପାଇଁ ବିରତି ନିଅନ୍ତୁ: ଯଦି ଆମେ କୌଣସି ଚାକିରି ପାଇଁ ମନୋନୀତ ହୋଇନଥାନ୍ତି ତେବେ ଆମେ ପ୍ରତିଭାଶାଳୀ ନୁହଁନ୍ତି, ଆଗକୁ କୌଣସି ସୁଯୋଗ ମିଳିବ ନାହିଁ, ଏଇଠୁ ସବୁକିଛି ସରିଗଲା ବୋଲି ଭାବିଥାନ୍ତି । ବିଶେଷଜ୍ଞମାନେ କହିଛନ୍ତି ଯେ, ଚାପ, ଚିନ୍ତା ଏବଂ ଦୁଃଶ୍ଚିନ୍ତା ପରି ମାନସିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ସେଥିରୁ ବାହାରି ଆସିବା ବୁଦ୍ଧିମାନର କାମ । କିଛିଦିନ ପାଇଁ ବିରତି ନେଇଯିବା, ପସନ୍ଦର କାର୍ଯ୍ୟ କରିବା ନକରାତ୍ମକ ଭାବନାରୁ ମୁକ୍ତି ଦେଇଥାଏ । ଏହି କ୍ରମରେ ହବି(ପ୍ରିୟର କାର୍ଯ୍ୟ) ଉପରେ ଧ୍ୟାନ ଦେବା, ଛୁଟିରେ ଯିବା ଇତ୍ୟାଦି ମନକୁ ଶାନ୍ତ ଓ ଖୁସି କରାଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.