ETV Bharat / sukhibhava

International Tea Day: ମୁଣ୍ଡବିନ୍ଧା ହେଉଛି କି ? ପିଅନ୍ତୁ ଏହି ଚା' - ଚା ର ପ୍ରକାର ଭେଦ

ପ୍ରମୁଖ ଚା’ ଉତ୍ପାଦନକାରୀ ଦେଶରେ ଡିସେମ୍ବର 15କୁ ଆନ୍ତର୍ଜାତୀୟ ଚା ଦିବସ(International Tea Day) ଭାବରେ ପାଳନ କରାଯାଏ । ଜାଣନ୍ତୁ ସ୍ବାସ୍ଥ୍ୟ ଉପରେ ଚା'ର ପ୍ରଭାବ

International Tea Day
International Tea Day
author img

By

Published : Dec 15, 2022, 12:12 PM IST

ହାଇଦ୍ରାବାଦ: ଅନେକ ଲୋକଙ୍କ ଦିନ ଚା'ରୁ ହିଁ ଆରମ୍ଭ ହୋଇଥାଏ ଚା'ରୁ ଶେଷ ହୋଇଥାଏ । ଲୋକଙ୍କ ଦିନକୁ ଫ୍ରେସ କରିବା ପାଇଁ ଚା'ର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ । ପ୍ରମୁଖ ଚା’ ଉତ୍ପାଦନକାରୀ ଦେଶରେ ଡିସେମ୍ବର 15କୁ ଆନ୍ତର୍ଜାତୀୟ ଚା’ ଦିବସ(International Tea Day) ଭାବରେ ପାଳନ କରାଯାଏ । ଏହା ପ୍ରଥମେ 2005ରେ ଚା' ଚାଷ ହେଉଥିବା ଦେଶ ବାଂଲାଦେଶ,ଶ୍ରୀଲଙ୍କା, ନେପାଳ, ଭିଏତନାମ, ଇଣ୍ଡୋନେସିଆ, କେନିଆ, ମାଲାଓ୍ବି, ମାଲେସିୟା, ଉଗାନ୍ଦ, ଇଣ୍ଡିଆ ଓ ତାନଜାନିଆରେ ପାଳନ କରାଯାଇଥିଲା ।

ପ୍ରକାଶଯୋଗ୍ୟ ଯେ, ଅଧିକାଂଶ ଚା’ ଉତ୍ପାଦନକାରୀ ଦେଶରେ ଚା’ ଉତ୍ପାଦନ ମେ ମାସରୁ ଆରମ୍ଭ ହେଉଥିବାରୁ ଜାତିସଂଘ ପକ୍ଷରୁ ମେ 21 ତାରିଖକୁ ଆନ୍ତର୍ଜାତୀୟ ଚା’ ଦିବସ ଭାବରେ ଘୋଷଣା କରାଯାଇଥିଲା । ତେଣୁ 2ଦିନ ଆନ୍ତର୍ଜାତୀୟ ଚା’ ଦିବସ ପାଳନ କରାଯାଉଛି । ବିନା ଚା'ରେ ଅନେକ ଅଳସୁଆ ଅନୁଭବ କରନ୍ତି । ଲୋକଙ୍କ ଦିନକୁ ଫ୍ରେସ କରିବାରେ ଚା'ର ଭୂମିକା ରହିଛି । ତେବେ ଭାରତ ଭଳି ଦେଶରେ ଚା'କୁ ଯେ କେବଳ ଲୋକେ ପାନୀୟ ଭଳି ବ୍ୟବହାର କରନ୍ତି ତାହା ନୁହେଁ ଏହା ଲୋକଙ୍କ ପାଇଁ ଗୋଟେ ପ୍ରକାର ଇମୋସନ ଓ ଔଷଧ ମଧ୍ୟ ।

ଚା'ର ପ୍ରକାର ଭେଦ

Ginger Tea
Ginger Tea

ଅଦା ଚା’(Ginger Tea)

ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସୁବିଧା ସହିତ ସବୁଠାରୁ ଲୋକପ୍ରିୟ ରୋଷେଇ ମସଲା ମଧ୍ୟରୁ ଅନ୍ୟତମ ହେଉଛି ଅଦା । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଅଛି ଯାହା ଶରୀରର କ୍ଷତ ସ୍ଥାନରୁ ଶୀଘ୍ର ଶୁଖିବାକୁ ସାହାଯ୍ୟ କରିଥାଏ ।

କୈମୋମାଇଲ ଚା(Chamomile Tea)

Chamomile Tea
Chamomile Tea

କୈମୋମାଇଲ ଚା’ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରିପାରିବ । ଏହା ଋତୁସ୍ରାବ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । ଏହି ଚା ’ପିଇବା ଦ୍ୱାରା ଅଷ୍ଟିଓପୋରୋସିସ ହେବାର ଆଶଙ୍କା ଦୂର ହୋଇଥାଏ । କୈମୋମାଇଲ ଚା ଆପଣଙ୍କ ମନ ଏବଂ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଏବଂ ସୁ-ନିଦ୍ରା ପ୍ରଦାନ କରିବାରେ ସାହାଯ୍ୟ କରିଥାଏ । ଏହି ଚା ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଭଲ ବୋଲି ବିବେଚନା କରାଯାଏ।

ଫିଭରଫ୍ୟୁ ଚା(Feverfew Tea)

Feverfew Tea
Feverfew Tea

ହଜାର ବର୍ଷ ପୂର୍ବେ ଫିଭରଫ୍ୟୁ ଚା’କୁ ଔଷଧ ହିସାବରେ ବ୍ୟବହାର କରାଯାଉଥିଲା । ମାଇଗ୍ରେନ୍ ଚିକିତ୍ସାରେ ଫିଭରଫ୍ୟୁର ଭୂମିକାକୁ ନେଇ ଅନେକ ଅନୁଧ୍ୟାନ କରାଯାଇଛି । ଏହା ମାଇଗ୍ରେନକୁ ଦୂର କରିବା ସହିତ ସାଧାରଣ ମୁଣ୍ଡବିନ୍ଧାର ଯନ୍ତ୍ରଣାକୁ ମଧ୍ୟ ଦୂର କରିଥାଏ।

ଲବଙ୍ଗ ଚା’(Clove Tea)

Clove Tea
Clove Tea

ଲବଙ୍ଗର ଅନେକ ଔଷଧୀୟ ଗୁଣ ରହିଛି । ଏହାର ବୈଜ୍ଞାନିକ ନାମ ହେଉଛି ସିଜିଜିଅମ ଆରୋମେଟିକମ(Syzygium aromaticum) ଏବଂ ହିନ୍ଦୀ ଭାଷାରେ ଏହାକୁ 'ଲୌଙ୍ଗ' ନାମରେ ବି ଜଣାଯାଏ । ଏହାର ଏକ ରାଗୁଆ ବାସ୍ନା ହୋଇଥିବା ବେଳେ ଏକ ଗାଢ ସ୍ବାଦ ମଧ୍ୟ ରହିଥାଏ । କେବଳ ଯେ ଏହାକୁ ରୋଷେଇ କାର୍ଯ୍ୟରେ ବ୍ୟବହୃତ ହୁଏ ତାହା ନୁହେଁ ଏହାକୁ ଆୟୁର୍ବେଦିକ ଉପଚାର ପାଇଁ ବ୍ୟବହୃତ ହୁଏ । ଏହା ଭୋକ ବଢାଇବା ସହିତ ହଜମ ଶକ୍ତି ବଢାଇଥାଏ, ଦାନ୍ତକୁ ଶକ୍ତ ରଖେ ।

ପୁଦିନା ଚା’(Peppermint Tea)

Peppermint Tea
Peppermint Tea

ୟୁରୋପରେ ଅଧିକ ମାତ୍ରାରେ ପୁଦିନା ଚାଷ କରାଯାଇଥାଏ । ଡିସପେସିଆ, ଥଣ୍ଡା, କାଶ ଏବଂ ଅନ୍ୟାନ୍ୟ ରୋଗ ପାଇଁ ଭାରତୀୟ ହର୍ବାଲ ଚିକିତ୍ସା ବେଳେବେଳେ ପୁଦିନାକୁ ଔଷଧ ହିସାବରେ ବ୍ୟବହାର କରାଯାଇଥାଏ । ଏଥିରେ ଥିବା ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ସ୍ବାସ୍ଥ୍ୟ ପାଇଁ ଅନେକ ଉପକାରୀ ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.