ETV Bharat / sukhibhava

ଆମେରିକାର ୟଙ୍ଗ୍ ୟୁରୋଲୋଜିଷ୍ଟ ଅଫ୍ ଦି ଇଅର୍ ଆୱାର୍ଡ ପାଇଲେ ଭାରତୀୟ ବଂଶୋଦ୍ଭବ

author img

By

Published : Apr 4, 2023, 3:53 PM IST

ଭାରତୀୟ ବଂଶୋଦ୍ଭବ ପାଇଲେ ଆମେରିକାର ୟଙ୍ଗ୍ ୟୁରୋଲୋଜିଷ୍ଟ ଅଫ୍ ଦି ଇଅର୍ ଆୱାର୍ଡ । ଡାକ୍ତରଙ୍କ ଉପରେ ପଡୁଥିବା ଚାପ ସମୟରେ ଆମେରିକାର ଏପରି ପ୍ରୟାସ ସ୍ବାଗତଯୋଗ୍ୟ । ଅଧିକ ପଢନ୍ତୁ

Dr Nitya Abraham
Dr Nitya Abraham

ନ୍ୟୁୟର୍କ: ପୁଣି ବିଦେଶରେ ଚମକିଲେ ଭାରତୀୟ ବଂଶୋଦ୍ଭବ । ଜଣେ ଭାରତୀୟ ବଂଶୋଦ୍ଭବ ପାଇଲେ ଆମେରିକାର ୟଙ୍ଗ୍ ୟୁରୋଲୋଜିଷ୍ଟ ଅଫ୍ ଦି ଇଅର୍ ଆୱାର୍ଡ । ଆମେରିକାର ନ୍ୟୁୟର୍କ ସ୍ଥିତ ଆଲବର୍ଟ ଆଇନଷ୍ଟାଇନ କଲେଜ ଅଫ୍ ମେଡିସିନ୍‌ରେ ଜଣେ ଭାରତୀୟ ବଂଶୋଦ୍ଭବ ସହଯୋଗୀ ପ୍ରଫେସରଙ୍କୁ ୟଙ୍ଗ ୟୁରୋଲୋଜିଷ୍ଟ ପୁରସ୍କାର ପ୍ରଦାନ କରାଯାଇଛି । ମଣ୍ଟେଫିଓର ୟୁରୋଲୋଜି ରେସିଡେନ୍ସି ପ୍ରୋଗ୍ରାମର ନିର୍ଦ୍ଦେଶକ ଡକ୍ଟର ନିତ୍ୟା ଆବ୍ରହାମ ଏହି ପୁରସ୍କାର ପ୍ରାପ୍ତ ହୋଇଛନ୍ତି । ସମଗ୍ର ବିଶ୍ବରେ ମହାମାରୀ ହେଉ ଅବା ଅନ୍ୟାନ୍ୟ କାରଣରୁ ଡାକ୍ତରଙ୍କ ଉପରେ ଚାପ ପଡୁଥିବା ସମୟରେ ଆମେରିକାର ଏପରି ପ୍ରୟାସ ସ୍ବାଗତଯୋଗ୍ୟ ।

Dr Nitya Abraham
Dr Nitya Abraham

ଏହା ମଧ୍ୟ ପଢନ୍ତୁ:- ଦୀର୍ଘ 50 ବର୍ଷ ପରେ ଚନ୍ଦ୍ରକୁ ମାନବ ପଠାଇବ ନାସା, ସାମିଲ୍ ହେବେ ପ୍ରଥମ କୃଷ୍ଣକାୟ ମହିଳା

ଆବ୍ରହାମ ମଧ୍ୟ ଆଲବର୍ଟ ଆଇନଷ୍ଟାଇନ କଲେଜ ଅଫ୍ ମେଡିସିନ୍ କାର୍ଯ୍ୟନିର୍ବାହୀ ସର୍କଲ୍ କମିଟିର ଚେୟାରମ୍ୟାନ୍ ଅଛନ୍ତି । ସେ ଆମେରିକାନ୍ ୟୁରୋଲୋଜିଷ୍ଟ୍ ଆସୋସିଏସନ୍(AUA)ରେ ଓରାଲ୍ ବୋର୍ଡ ସମୀକ୍ଷା ପାଠ୍ୟକ୍ରମର ଅଧ୍ୟାପିକା ଭାବରେ କାର୍ଯ୍ୟ କରିଛନ୍ତି । ସେ ସୋସାଇଟି ଫର ୟୁରୋଡାଇନାମିକ୍ସ, ଫିମେଲ୍ ପେଲଭିକ୍ ମେଡିସିନ୍ ଏବଂ ୟୁରୋଜେନିଟାଲ୍ ରିକନଷ୍ଟ୍ରକ୍ସନ୍ ୟଙ୍ଗ୍ ୟୁରୋଲୋଜିଷ୍ଟ୍ କମିଟି ଏବଂ ସୋସିଆଲ୍ ମିଡିଆ କମିଟିର ସଦସ୍ୟ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ଏଣିକି ଟ୍ରୁଏନାଟ ପରୀକ୍ଷା କରିବ H3N2-H1N1, ଶୀଘ୍ର ଚିହ୍ନଟ ହେବ ଲକ୍ଷଣ

ଆବ୍ରାହମ୍ ଆମେରିକାର ପ୍ରତିରକ୍ଷା ବିଭାଗରୁ ଇଣ୍ଟରସ୍ଟିସିଆଲ୍ ସିଷ୍ଟାଇଟିସର ୟୁରିନାରୀ ଡାଇଗ୍ନୋଷ୍ଟିକ୍ ମାର୍କର୍ସ ପାଇଁ ଅର୍ଥ(ଫଣ୍ଡ୍) ଗ୍ରହଣ କରିଛନ୍ତି । ଏଥିସହ ସେ ୟୁରୋଲୋଜିକ୍ ପୋଷ୍ଟ ଅପରେଟିଭ୍ ଓପିଓଏଡ୍ ପ୍ରେସକ୍ରାଇବିଂକୁ କମ୍ କରିବା ପାଇଁ କରାଯାଇଥିବା AUA ହ୍ବାଇଟ-ପେପରର ସହ-ଲେଖକ ଅଛନ୍ତି । ନିତ୍ୟା ଆବ୍ରହାମ କନେକ୍ଟିକଟ ୟୁନିଭର୍ସିଟି, ନ୍ୟୁୟର୍କ ୟୁନିଭର୍ସିଟି ଲାଙ୍ଗୋନ ମେଡିକାଲରୁ ସ୍ନାତକ ହାସଲ କରିଛନ୍ତି ଏବଂ ସେଠାରୁ ୟୁରୋଲୋଜି ରେସିଡେନ୍ସିରେ ତାଙ୍କର ଡାକ୍ତରୀ ଅଧ୍ୟୟନ ସମାପ୍ତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ରୋଷେଇ ଘରେ ରହିଛି ମଧୁମେହ ଚିକିତ୍ସା, ଏହି ମସଲାରେ ଭରି ରହିଛି ଉପକାରୀ ଗୁଣ

ସେ କ୍ଲିଭଲାଣ୍ଡ କ୍ଲିନିକରେ ମହିଳା ୟୁରୋଲୋଜିରେ ଫେଲୋସିପ୍ କରିଥିଲେ, ଏହା ପରେ ସେ ବ୍ରୋନକ୍ସର ମୋଣ୍ଟେଫିଓର ମେଡିକାଲରେ ଯୋଗ ଦେଇଥିଲେ । ସେ ଭାରତୀୟ ମୂଳ ଲୋକମାନଙ୍କର ଏକ ବିଶ୍ୱସ୍ତରୀୟ ସଂଗଠନ GOPIO ଇଣ୍ଟରନ୍ୟାସନାଲ୍‌ ଅଧ୍ୟକ୍ଷ ଡ. ଥୋମାସ୍ ଆବ୍ରହାମଙ୍କ ଝିଅ । 2012-2013 ରେ AUA ୟଙ୍ଗ ୟୁରୋଲୋଜିଷ୍ଟ୍ ଅଫ୍ ଦି ଇୟର ପ୍ରତିଷ୍ଠା ହୋଇଥିଲା । ପ୍ରତିବର୍ଷ ଜଣେ ୟଙ୍ଗ୍ ୟୁରୋଲୋଜିଷ୍ଟଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.