ETV Bharat / sukhibhava

ଟେଷ୍ଟଆଟଲାସ ଜାରି କଲା ବିଶ୍ବର ଶ୍ରେଷ୍ଠ 100 ବ୍ୟଞ୍ଜନ ତାଲିକା, ବିଦେଶୀଙ୍କୁ ପସନ୍ଦ ଏହି ଭାରତୀୟ ଖାଦ୍ୟ - ଶ୍ରେଷ୍ଠ ବ୍ୟଞ୍ଜନରେ ଭାରତ 11 ନମ୍ବର

Best Cuisines in The World: ଟେଷ୍ଟଆଟଲାସ ବିଶ୍ବର ଶ୍ରେଷ୍ଠ 100 ବ୍ୟଞ୍ଜନ ତାଲିକା ଜାରି କରିଛି। ଜାଣନ୍ତୁ କେଉଁ ଭାରତୀୟ ଖାଦ୍ୟ କେଉଁ ସ୍ଥାନରେ ରହିଛି...

Best Cuisines In The World
Best Cuisines In The World
author img

By ETV Bharat Odisha Team

Published : Dec 14, 2023, 11:59 AM IST

ହାଇଦ୍ରାବାଦ: ଭାରତୀୟଙ୍କ ଖାଦ୍ୟ ସର୍ବଦା ନିଆରା ହୋଇଥାଏ। ଭାରତୀୟ ଖାଦ୍ୟର ସ୍ବାଦ ଆଜି ମଧ୍ୟ ଅନେକ ବିଦେଶକଙ୍କ ହୃଦୟଙ୍କ ମନକୁ ଛୁଇଁଛି। ଶାକାହାରୀ କିମ୍ବା ମାଂସାହାରୀ ହୁଅନ୍ତୁ, ପ୍ରତ୍ୟେକ ଭାରତୀୟ ପନିପରିବା ଏବଂ ଅନ୍ୟାନ୍ୟ ଉପାଦାନକୁ ନେଇ ଏକ ନିଆରା ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଚିନ୍ତା କରିଥାଆନ୍ତି । ତେଲ ମସଲାରେ ଭରପୂର ରହିଥିବା ଭାରତୀୟ ରୋଷେଇ ଘରର ଅଭିଜ୍ଞତା ମଧ୍ୟ ନିଆରା ହୋଇଥାଏ। ପରମ୍ପରା ଏବଂ ପର୍ବପର୍ବାଣୀ ଅନୁସାରେ ଖାଦ୍ୟ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ତେବେ ପ୍ରତ୍ୟେକ ବର୍ଷ ଖାଦ୍ୟ ରେଟିଂ ଏଜେନ୍ସି ଟେଷ୍ଟଆଟଲାସ ବାର୍ଷିକ ଆଓ୍ବାର୍ଡ ପ୍ରଦାନ କରିଥାଏ । ଚଳିତ ବର୍ଷ ମଧ୍ୟ ଟେଷ୍ଟଆଟାଲାସ ଏହାର ଟେଷ୍ଟଆଟଲାସ୍‌ ଆଓ୍ବାର ୨୦୨୩-୨୪ ତାଲିକା ଜାରି କରିଛି । ବିଶ୍ବର 100 ଶ୍ରେଷ୍ଠ ସୁସ୍ବାଦୁ ବ୍ୟଞ୍ଜନ ସୂଚୀ ପାଇଁ ରାଙ୍କିଂ ଜାରି କରିଥିବା ବେଳେ 11 ତମ ସ୍ଥାନରେ ରହିଛି ଭାରତ । ଏନେଇ ଟେଷ୍ଟଆଟଲାସ ପକ୍ଷରୁ ଇନଷ୍ଟାଗ୍ରାମରେ ପୋଷ୍ଟ ଯୋଗେ ସୂଚନା ଦିଆଯାଇଛି ।

ରାଙ୍କିଂ ହିସାବରେ ରାଙ୍କିଂ ଅନୁଯାୟୀ ଥାଇଲ୍ୟାଣ୍ଡ, ତୁର୍କୀ, ଆମେରିକା ଏବଂ ଦକ୍ଷିଣ କୋରିଆ ଭଳି ଦେଶର ରୋଷେଇ ଅପେକ୍ଷା ଭାରତୀୟ ଖାଦ୍ୟକୁ ଅଧିକ ପସନ୍ଦ କରାଯାଉଥିବା ଦେଖାଯାଇଛି। ସାରା ବିଶ୍ବରେ ଲୋକେ ବଟର ଚିକେନ୍, ଟିକ୍କା, ତନ୍ଦୁରୀ ଏବଂ ବଟର ନାନର ସ୍ବାଦକୁ ଅଧିକ ପସନ୍ଦ କରିଛନ୍ତି।

ପ୍ରଥମ ସ୍ଥାନରେ ରହିଛି ଇଟାଲୀ: ବିଶ୍ବର 100 ସର୍ବଶ୍ରେଷ୍ଠ ବ୍ୟଞ୍ଜନ ତାଲିକାରେ ଭାରତୀୟ ବ୍ୟଞ୍ଜନ 11ତମ ସ୍ଥାନରେ ରହିଛି। ଭାରତର ରାଙ୍କିଂ ପେରୁ ତୁଳନାରେ 0.2 ପ୍ରତିଶତ କମ ରହିଛି। ଏହି ତାଲିକାରେ ଇଟାଲୀୟ ରୋଷେଇକୁ ବିଶ୍ବର ସର୍ବୋତେତମ ରୋଷେଇ ଭାବେ ବର୍ଣ୍ଣନା କରାଯାଇଛି। ଇଟାଲୀ ପଛକୁ ଜାପାନ, ଗ୍ରୀସ, ପର୍ତ୍ତୁଗାଲ, ଚୀନ, ଇଣ୍ଡୋନେସିଆ, ମେକ୍ସିକୋ, ଫ୍ରାନ୍ସ, ସ୍ପେନ, ପେରୁ ଏବଂ ଭାରତ ଏକାଦଶ ସ୍ଥାନରେ ରହିଛି। ଭାରତରେ ପରେ ବ୍ରାଜିଲ, ପୋଲାଣ୍ଡ, ଆର୍ଜେଣ୍ଟିନା ଏବଂ ତୁର୍କୀ ଖାଦ୍ୟ ସ୍ଥାନ ପାଇଛି।

ଏହା ମଧ୍ୟ ପଢନ୍ତୁ: ଶୀତ ଋତୁରେ ବୃଦ୍ଧି ପାଏ କୋଲେଷ୍ଟ୍ରଲ, ଖାଆନ୍ତୁ ଏହି ଖାଦ୍ୟ

ବ୍ୟଞ୍ଜନର ରେଟିଂ ଏବଂ ଉତ୍ପାଦକୁ ନେଇ କରାଯାଏ ରାଙ୍କିଂ: ଟେଷ୍ଟଆଟଲାସ ପକ୍ଷରୁ କୁହାଯାଇଛି ଯେ, ଚଳିତ ବର୍ଷ ମୋଟ 3,95,205 ବ୍ୟଞ୍ଜନ ଏବଂ 1,15,660 ଖାଦ୍ୟ ଉତ୍ପାଦକୁ ନେଇ ରାଙ୍କିଂ କରାଯାଇଛି। ଏହି ରେଟିଂକୁ ଆଧାର କରି ରୋଷେି ପାଇଁ ଶ୍ରେଷ୍ଠ 50 ଖାଦ୍ୟ ନିର୍ଣ୍ଣୟ କରାଯାଇଥାଏ। ଏହାପରେ ବିଶ୍ବରେ ଅଧିକ ରେଟିଂ ପାଇଥିବା ଖାଦ୍ୟକୁ ସର୍ବମତ ରେଟିଂ ବ୍ୟଞ୍ଜନ ଏବଂ ଖାଦ୍ୟ ଉତ୍ପାଦ ଭାବେ ସ୍ଥାନ ଦିଆଯାଇଥାଏ।

ଚଳିତବର୍ଷ ବିଶ୍ବରେ ଲୋକପ୍ରିୟ ଅନେକ ଭଆରତୀୟ ଖାଦ୍ୟ: ଚଳିତବର୍ଷ ଟେଷ୍ଟଆଟଲାସ ଦ୍ବାରା ପ୍ରକାଶିତ ତାଲିକାରେ ଅନେକ ଭାରତୀୟ ଖାଦ୍ୟ ଏବଂ ରେଷ୍ଟୁରାଣ୍ଟ ସ୍ଥାନ ପାଇଛି। ବିଶ୍ୱର ସବୁଠାରୁ ପ୍ରତିଷ୍ଠିତ ଆଇସ୍କ୍ରିମ୍ ସ୍ପଟ୍ ତାଲିକାରେ ବେଙ୍ଗାଲୁରୁର କର୍ଣ୍ଣର ହାଉସ, ମାଙ୍ଗୁଲୁରୁର ପାବସ୍, ମୁମ୍ବାଇର ଆପ୍ସରା, କେ ରୁସ୍ତମ୍ ଆଣ୍ଡ୍ କମ୍ପାନୀ ଏବଂ ନାଚୁରାଲ୍ସର ନାମ ସ୍ଥାନ ପାଇଛି । ସେହିପରି ସର୍ବଶ୍ରେଷ୍ଠ ବ୍ୟଞ୍ଜନ ତାଲିକାରେ ମୁର୍ଗ ମାଖାନି, ବଟରୀ ଚିକେନ୍ ତରକାରୀ, ଟିକ୍କା ଏବଂ ତନ୍ଦୁରୀକୁ ଅଧିକ ପସନ୍ଦ କରିଛନ୍ତି ବିଶ୍ବବାସୀ ।

ଶାକାହାରୀ ବ୍ୟଞ୍ଜନରେ ଏହି ଖାଦ୍ୟ ସାମିଲ: ଟେଷ୍ଟଆଟଲାସ ଚଳିତ ବର୍ଷ ସର୍ବୋତ୍ତମ ପାରମ୍ପାରିକ ଶାକାହାରୀ ଖାଦ୍ୟର ତାଲିକା ମଧ୍ୟ ପ୍ରକାଶ କରିଛି । ଯେଉଁଥିରେ ଭାରତୀୟ ଖାଦ୍ୟ ପୁଣି ଥରେ ବିଶ୍ୱବାସୀଙ୍କ ପସନ୍ଦ ହୋଇପାରିଛି । ଏହି ତାଲିକାରେ ମହାରାଷ୍ଟ୍ରର ପ୍ରସିଦ୍ଧ ମିଶାଲ ପାଓ ଏକାଦଶ ସ୍ଥାନରେ ରହିଛି । ତେବେ ଶାକାହାରୀ ଶ୍ରେଷ୍ଠ ତାଲିକାରେ କେବଳ ଏହି ଗୋଟିଏ ଖାଦ୍ୟ ନୁହେଁ ଅନେକ ଓଡ଼ିଆ ଖାଦ୍ୟ ସ୍ଥାନ ପାଇଛି । ଯେପରି ଆଳୁ କୋବି ତରକାରୀ(20 ସ୍ଥାନରେ), ରାଜମା 22ତମ ସ୍ଥାନରେ ରହିଥିବା ବେଳେ ଗୋବି-ମଞ୍ଚୁରିଆନ୍ 24 ତମ ସ୍ଥାନରେ ଏବଂ 41 ତମ ସ୍ଥାନରେ ରାଜମା ଚାଓ୍ବଲ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.