ହାଇଦ୍ରାବାଦ: ଔଷଧ ଜୀବନ ବଞ୍ଚାଉଥିବା ବେଳେ ଅନେକ କ୍ଷେତ୍ରରେ ଔଷଧ ସେବନ କରି ପ୍ରାଣ ହରାଉଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି । ଭାରତରେ ଅନେକ ଔଷଧ ଏବଂ କଫସିରପକୁ ବ୍ୟାନ କରାଯାଇଥିବା ବେଳେ ବର୍ତ୍ତମାନ 4 ବର୍ଷରୁ କମ ବୟସର ଛୁଆଙ୍କ ପାଇଁ ବ୍ୟବହୃତ ଅନେକ ଔଷଧକୁ ବ୍ୟାନ କରାଯାଇଛି । ଛୁଆଙ୍କ କ୍ଷେତ୍ରରେ ଥଣ୍ଡା ପାଇଁ ବ୍ୟବହୃତ ଔଷଧକୁ ଭାରତରେ ବ୍ୟାନ କରାଯାଇଛି । ଛୁଆଙ୍କ ଉପରେ ଏହାର ପାର୍ଶ୍ବପ୍ରତିକ୍ରିୟା ଦେଖାଯାଉଥିବାରୁ ଏହି ଔଷଧକୁ ବ୍ୟାନ କରାଯାଇଥିବା ନେଇ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍(CDSCO) ପକ୍ଷରୁ ଏହି ପ୍ରତିବନ୍ଧକ ଲଗାଯାଇଛି । କ୍ଲୋରୋଫେନିରାମାଇନ ମାଲିଏଟ ଆଇପି 2ଏମଜି, ଫେନିଲାଫେରାଇନ ଏଚସିଏଲ ଆଇପି 5 ଏମଜି ଉପରେ ରୋକ ଲଗାଯାଇଛି । ଏହି ଔଷଧ 4 ବର୍ଷରୁ କମ ବୟସର ଶିଶୁଙ୍କୁ ଥଣ୍ଡା କ୍ଷେତ୍ରରେ ବ୍ୟବହାର କରାଯାଉଥିଲା । ବିଶ୍ବରେ ପ୍ରାୟ 141 ଜଣ ଶିଶୁଙ୍କ ମୃତ୍ୟୁ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।
ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ରାଜୀବ ରଘୁବଂଶୀ କ୍ଲୋରୋଫେନିରାମାଇନ ମାଲିଏଟ ଆଇପି 2ଏମଜି, ଫେନିଲାଫେରାଇନ ଏଚସିଏଲ ଆଇପି 5ଏମଜି ଔଷଧର ବ୍ୟବହଆର ଉପରେ ରୋକ ଲଗାଇଛନ୍ତି । ଏହାସହ 4 ବର୍ଷରୁ କମ ବୟସର ଶିଶୁଙ୍କୁ ଏହି ଔଷଧର ବ୍ୟବହାର ନକରିବା ପାଇଁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ଡ୍ରଗ ନିୟାମକମାନଙ୍କୁ ପରାମର୍ଶ ଦେଇଛନ୍ତି । ଡିସେମ୍ବର 18 ତାରିଖରେ ପ୍ରତିବନ୍ଧକ ନେଇ ଘୋଷଣା କରାଯାଇଥିବା ବେଳେ ଗତକାଲି (ବୁଧବାର) ଏହାକୁ ସାର୍ବଜନିନ କରାଯାଇଛି ।
ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ପତ୍ରରେ କୁହାଯାଇଛି, ଫେସର କୋକତେ କମିଟି ଦ୍ୱାରା ଏଫଡିସି ଯୁକ୍ତିଯୁକ୍ତ ଘୋଷିତ କରାଯାଇଥିଲା । ଏହି ସୁପାରିଶକୁ ଆଧାର କରି 2015 ମସିହା ଜୁଲାଇ 7 ତାରିଖରେ ଏଫଡିସିର ତିଆରି ଏବଂ ମାର୍କେଟିଂ ଉପରେ ନୋ ଅବଜେକସନ୍ ସର୍ଟିଫିକେଟ୍(NOC) ଜାରି କରିଥିଲା ।
ଏହା ମଧ୍ୟ ପଢନ୍ତୁ: କ୍ବାଲିଟି ପରୀକ୍ଷାରେ 40ରୁ ଅଧିକ କଫସିରପ ଫେଲ, ନିମ୍ନମାନର ଦର୍ଶାଇଲା CDSCO
ପ୍ରକାଶଥାଉକି, ଗତବର୍ଷ ସାରା ବିଶ୍ବରେ କଫସିରପ ପିଇ 141 ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ଆସିବା ପରେ ଅନେର ପରୀକ୍ଷଣ କରାଯାଇଥିଲା। ତେବେ କଫସିରପର ଟେଷ୍ଟ କରିବା ସମୟରେ କଫସିରଫ ତିଆରି କରୁଥିବା 40ରୁ ଅଧିକ କମ୍ପାନୀ କ୍ବାଲିଟି ଟେଷ୍ଟରେ ଫେଲ ହୋଇଯାଇଥିବା ଦର୍ଶାଯାଇଛି। ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସସିଓ) ପକ୍ଷରୁ ରିପୋର୍ଟ ପ୍ରକାଶ କରାଯାଇଥିଲା। 40ରୁ ଅଧିକ କଫସିରପ ଅପମିଶ୍ରିତ ବୋଲି ଦର୍ଶାଯାଇଥିଲା।