ହାଇଦ୍ରାବାଦ: ସମୟ ବଦଳିବା ସହ ଆମର କାର୍ଯ୍ୟ କରିବାର ପଦ୍ଧତି ଏବଂ ଆମର ଜୀବନଶୈଳୀ ମଧ୍ୟ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି । ଆଜିକାଲି ଡେ ସିଫ୍ଟ ସହ ନାଇଟ୍ ସିଫ୍ଟ କାର୍ଯ୍ୟର ଧାରା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଆଜିକାଲି ଅନେକ ଲୋକ ନାଇଟ୍ ସିଫ୍ଟରେ କାମ କରୁଛନ୍ତି । ଯାହା ଫଳରେ ନାଇଟ ସିଫ୍ଟରେ କାମ କରିବା ଦ୍ୱାରା ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇଥାଏ । ବର୍ତ୍ତମାନ ଏହି ବିଷୟରେ ଏକ ଅଧ୍ୟୟନରୁ ଜଣାପଡିଛି ଯେ, ନାଇଟ ସିପ୍ଟରେ କାମ କଲେ ଓଜନ ବଢିଥାଏ । ଲୋକେ ମୋଟାପଣର ଶିକାର ହୋଇପାରନ୍ତି ।
ବ୍ରିଟେନର ବ୍ରିଷ୍ଟଲ୍ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନଙ୍କ ଦ୍ବାରା କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି ଯେ ରାତିସାରା ଜାଗ୍ରତ ରହିବା ଏବଂ ଭୁଲ ସମୟରେ ଖାଇବା ଆମର ଭୋକ ଏବଂ ଖାଦ୍ୟ ଅଭ୍ୟାସକୁ ନଷ୍ଟ କରିଥାଏ, ଫଳସ୍ୱରୂପ ଓଜନ ବଢିଥାଏ । ନାଇଟ ସିପ୍ଟରେ କାମ କରିବା ଦ୍ବାରା ଶରୀରର ବାୟୋଲୋଜିକାଲ କ୍ଲକ ବାଧା ହୋଇଥାଏ, ଯାହାକୁ ସର୍କାଡିୟନ୍ ମିସଲିଗମେଣ୍ଟ କୁହାଯାଏ । ଯାହା ଶରୀରର ଭୋକ ନିୟନ୍ତ୍ରଣ କରୁଥିବା ହରମୋନ୍ ଉପରେ ଅଧିକ ପ୍ରଭାବ ପକାଇଥାଏ ।
ଏହା ମଧ୍ୟ ପଢନ୍ତୁ: ରିପୋର୍ଟରେ ଖୁଲାସା, ରାତିରେ କାମ କଲେ ସ୍ମୃତିଶକ୍ତି ହରାଇବା ଆଶଙ୍କା ଅଧିକା !
ଏହି ଜିନିଷଗୁଡିକ ଉପରେ ଧ୍ୟାନରେ ରଖନ୍ତୁ
ରାତ୍ରି ସିଫ୍ଟରେ କାର୍ଯ୍ୟ କରୁଥିବା ଲୋକେ ହାର୍ଟକୁ ସୁସ୍ଥ ରଖିବା ପାଇଁ ବ୍ୟାୟାମ ଏବଂ ଭୋଜନ ସମୟ ନିୟନ୍ତ୍ରଣ କରିବା ଦରକାର । ଯଦି ନାଇଟ୍ ସିଫ୍ଟରେ କାମ କରନ୍ତି, ତେବେ ସୁସ୍ଥ ରହିବାକୁ ଏହି ଟିପ୍ସ ଗୁଡିକ ଫୋଲୋ କରନ୍ତୁ,
- ଯଦି ନାଇଟ୍ ସିଫ୍ଟରେ କାମ କରନ୍ତି, ତେବେ ଦିନରେ ଭଲ ଏବଂ ପର୍ଯ୍ୟାପ୍ତ ଭାବେ ଶୁଅନ୍ତୁ ।
- ନାଇଟ୍ ସିଫ୍ଟରେ କାମ କରିବା ପାଇଁ, ଖାଦ୍ୟର ବିଶେଷ ଯତ୍ନ ନିଅନ୍ତୁ ।
- ରାତ୍ରୀ ଭୋଜନ ସମୟରେ ଭାରି ଭୋଜନରୁ ଦୂରେଇ ରୁହନ୍ତୁ, କାରଣ ଏହା ନିଦ୍ରା ଏବଂ ହଜମ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି କରିପାରେ ।
- ଯଦି ରାତିରେ କାମ କରୁଛନ୍ତି, ତେବେ ନିଶ୍ଚିତ ଭାବରେ ମଝିରେ ମଝିରେ ବ୍ରେକ୍ ନିଅନ୍ତୁ, ଏହା ଦ୍ବାରା ଆରାମ ଲାଗିବା ସହ କାମରେ ମଧ୍ୟ ମନ ଲାଗିବ ।
- ନାଇଟ୍ ସିଫ୍ଟ କରୁଥିବା ଲୋକମାନେ ଦିନସାରା ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଆବଶ୍ୟକ । ଯାହା ଫଳରେ ସେମାନେ ରାତିସାରା ହାଇଡ୍ରେଟ୍ ରହିପାରିବେ ।
- ପ୍ରାୟତଃ ରାତିରେ କାମ କରିବା ସମୟରେ ଜଣେ ଭୋକିଲା ଅନୁଭବ କରେ, ତେଣୁ ଏହି ସମୟ ମଧ୍ୟରେ ଅସ୍ୱାସ୍ଥ୍ୟକର କିଛି ଖାଇବା ଠାରୁ ଦୂରେଇ ରୁହିବା ଜରୁରୀ ।
- ସୁସ୍ଥ ରହିବାକୁ ଏକ ସଠିକ୍ ଏବଂ ଭଲ ଜୀବନଶୈଳୀ ଆପଣାନ୍ତୁ ।
(Disclaimer: ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ । ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ)