ETV Bharat / sukhibhava

ସହଜ ହେବ ଗର୍ଭବତୀଙ୍କ ସ୍ବାସ୍ଥ୍ୟ ସେବା, ପ୍ରସ୍ତୁତ ହେଲା ପ୍ରେଗନାନ୍ସି ଆପ୍ - ଗର୍ଭବତୀଙ୍କ ସ୍ବାସ୍ଥ୍ୟ ସେବା

ଗର୍ଭବତୀ ମହିଳାଙ୍କ ଉନ୍ନତ ସ୍ବାସ୍ଥ୍ୟ ପାଇଁ ଦିଲ୍ଲୀ ଏମ୍ସ ସହଯୋଗରେ ଆଇଆଇଟି ରୁଡକି(IIT Roorkee) ପ୍ରସ୍ତୁତ କଲେ ସ୍ବସ୍ଥଗର୍ଭ ଆପ୍(IIT Roorkee and AIIMS Delhi develop SwasthGarbh app for pregnant women) । ଅଧିକ ପଢନ୍ତୁ

SwasthGarbh app
SwasthGarbh app
author img

By

Published : Dec 29, 2022, 7:50 AM IST

ନୂଆଦିଲ୍ଲୀ: ଗର୍ଭବତୀ ମହିଳାଙ୍କ ଉନ୍ନତ ସ୍ବାସ୍ଥ୍ୟ ପାଇଁ ଆଇଆଇଟି ରୁଡକି(IIT Roorkee) ନେଲା ଯୁଗାନ୍ତକାରୀ ପଦକ୍ଷେପ । ପ୍ରଥମ କରି ଏହି ସଂସ୍ଥାନ ଗର୍ଭବତୀ ମହିଳାଙ୍କ ସହାୟତା ପାଇଁ ଏକ ସ୍ବାସ୍ଥଗର୍ଭ ଆପ୍(Swasthgarbh App) ପ୍ରସ୍ତୁତ କରିଛି । ବିଶେଷକରି ଗ୍ରାମାଞ୍ଚଳରେ ରହୁଥିବା ମହିଳାମାନଙ୍କ ପାଇଁ, ଯେଉଁମାନ ପାଖରେ ସ୍ବାସ୍ଥ୍ୟ ସେବା ପହଞ୍ଚିବା କଷ୍ଟକର ହୋଇପଡେ, ସେମାନଙ୍କ ପାଇଁ ଏହା ବେଶ୍ ଉପକାରୀ ସାବ୍ୟସ୍ତ ହେବ(IIT Roorkee and AIIMS Delhi develop SwasthGarbh app for pregnant women) ।

ଆବଶ୍ୟକ ସ୍ଥଳରେ ଡାକ୍ତରଙ୍କ ପରାମର୍ଶ କରାଇବାରେ ସ୍ବାସ୍ଥଗର୍ଭ ଆପ୍ ସହାୟକ ହେବ । ଏହାର କ୍ଲିନିକାଲ୍ ଟେଷ୍ଟ୍ ମଧ୍ୟ କରାଯାଇଛି । ଦିଲ୍ଲୀ AIIMS(All India Institute of Medical Sciences) ସହାୟତାରେ ସ୍ବାସ୍ଥଗର୍ଭ ଆପ୍ ପ୍ରସ୍ତୁତ କରାଯାଇଛି । ଗୁଗୁଲ୍ ପ୍ଲେ ଷ୍ଟୋର(Google Play Store)ରେ ଉପଲବ୍ଧ ହୋଇଛି, ଉଭୟ ରୋଗୀ ଏବଂ ଡାକ୍ତର ମାଗଣାରେ ଏହା ପାଇପାରିବେ ।

ଟେଲିମେଡିସିନ୍‌ର ବିଶେଷତ୍ବ:-

ଆଇଆଇଟି ରୁଡକି ନିର୍ଦ୍ଦେଶକ ପ୍ରଫେସର କେ.କେ ପନ୍ତ କହିଛନ୍ତି ଯେ, କୋଭିଡ-19 ମହାମାରୀ ପରେ ସ୍ୱାସ୍ଥ୍ୟସେବାରେ ଟେଲି ମେଡିସିନ୍‌ର ଗୁରୁତ୍ୱ ବଢିଛି । ଆଜି ସମଗ୍ର ବିଶ୍ୱରେ ଏକ ବିଲିୟନରୁ ଅଧିକ ଲୋକ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି । ଚିକିତ୍ସା ଜଗତକୁ ପରିବର୍ତ୍ତନ କରିବା ଏବଂ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଏହାର ବେଶ୍ ଉପଯୋଗୀ ହୋଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗର୍ଭାବସ୍ଥାରେ ଏହି ଆପର ବ୍ୟବହାର ଅନ୍ୟ କୌଣସି ଚିକିତ୍ସା ଅପେକ୍ଷା ଅଧିକ । ଏହା କେବଳ ଗର୍ଭଧାରଣ ସମ୍ବନ୍ଧୀୟ ସୂଚନା ଦେଇଥାଏ । କିନ୍ତୁ ଏହି ଆପ୍‌ରେ ଡାକ୍ତରଙ୍କ ଯୋଗଦାନର ଅଭାବ ରହିଛି । ଆଇଆଇଟି ରୁଡକିର ବାୟୋ ସାଇନ୍ସେସ ଏବଂ ବାୟୋଇଞ୍ଜିନିୟରିଂ ବିଭାଗର ଦୁଇ ଜଣ ପ୍ରଫେସର ଏମ୍ସ ଦିଲ୍ଲୀର ଦୁଇ ପ୍ରଫେସରଙ୍କ ସହଯୋଗରେ ଏହି ଆପ୍ ପ୍ରସ୍ତୁତ କରିଛନ୍ତି ।

ଏହି ଆପ୍ ଗର୍ଭବତୀ ମହିଳାଙ୍କ ଆବଶ୍ୟକୀୟ ସହାୟତା ଯୋଗାଏ, ଯେପରିକି ନିୟମିତ ସମୟରେ ପ୍ରସବକାଳୀନ ଯତ୍ନ, ପ୍ରତ୍ୟେକ କ୍ଲିନିକାଲ୍ ପରୀକ୍ଷଣର ରେକର୍ଡ ରଖିବା ଏବଂ ଠିକ୍ ସମୟରେ ଔଷଧ ସେବନ କରିବା ଇତ୍ୟାଦି । ଅନୁସନ୍ଧାନ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରି ଜୈବ ବିଜ୍ଞାନ(Bio Sciences) ଏବଂ ବାୟୋଇଞ୍ଜିନିୟରିଂ ଆଇଆଇଟି ଉଡକି ପ୍ରଫେସର ଦୀପକ ଶର୍ମା କହିଛନ୍ତି ଯେ, ନବଜାତକ ମୃତ୍ୟୁ ହାର ଏକ ଗୁରୁତ୍ବପୂର୍ଣ୍ଣ ବିଷୟ । ଏହାକୁ ଦୃଷ୍ଟିରେ ରଖି ବିକଶିତ ହୋଇଥିବା ସ୍ବାସ୍ଥଗର୍ଭ ମୋବାଇଲ୍ ଆପ୍ ସମସ୍ତ ଗର୍ଭବତୀ ମହିଳାଙ୍କୁ ପ୍ରକୃତ ସମୟ ଚିକିତ୍ସା ସହାୟତା ପ୍ରଦାନ କରିବ ।

ଏହା ସହ ଗର୍ଭାବସ୍ଥାରେ ମାଆ ଏବଂ ଶିଶୁର ସ୍ୱାସ୍ଥ୍ୟ ସ୍ଥିତିକୁ ସୁଦୃଢ କରିବ । ଏହା ଭାରତ ତଥା ବିଶ୍ବର ସମସ୍ତ ମହିଳାଙ୍କ ପାଇଁ ଆଇଆଇଟି ରୁଡକିର ଉପହାର ଏବଂ ଏହା ଆମକୁ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ବସ୍ଥ ଭାରତ ମିଶନ(Atmanirbhar Swasth Bharat mission)କୁ ଆଗେଇ ନେବାରେ ସାହାଯ୍ୟ କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.