ETV Bharat / sukhibhava

Cardiac Arrest: କାହିଁକି ଦେଶରେ ହଠାତ୍‌ ବଢିଛି ହୃଦଘାତ ଜନିତ ମୃତ୍ୟୁ, ବିଶେଷଜ୍ଞ ରଖିଲେ ମତ

author img

By

Published : Jun 11, 2023, 7:11 AM IST

ହଠାତ ହୃଦ୍‌ଘାତର କାରଣ ହେବାର କାରଣ ଜାଣିବା ଏବଂ ଏହାସହ କୋରୋନାର ସମ୍ପର୍କ ଜାଣିବା ପାଇଁ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଏକ ଅଧ୍ୟୟନ ଆରମ୍ଭ କରିଛି । ଅଧିକ ପଢନ୍ତୁ

Sudden Cardiac Arrest
Sudden Cardiac Arrest

ହାଇଦ୍ରାବାଦ: ଗତ କିଛି ମାସ ମଧ୍ୟରେ ହଠାତ୍ ହୃଦଘାତରେ ମୃତ୍ୟୁ ହେବାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନାଚ ଓ ଗୀତ ଗାଉଥିବା ସମୟରେ କିମ୍ବା ହଠାତ ଚାଲୁଥିବା ସମୟରେ ଅନେକ ଲୋକଙ୍କର ମୃତ୍ୟୁ ହେଉଥିବା ଖବର ସାମ୍ନାକୁ ଆସୁଛି । ଯୁବକ, ମହିଳାମାନେ ଏମିତି କି ସବୁ ବୟସର ବ୍ୟକ୍ତି ଏଥିରେ ଅନ୍ତର୍ଭୁକ୍ତ ଅଟନ୍ତି । ଏଭଳି ପରିସ୍ଥିତିରେ ସାଧାରଣ ଲୋକ ସୋସିଆଲ ମିଡିଆରେ ଅନେକ ପ୍ରକାରର ପ୍ରଶ୍ନ ଉଠାଉଛନ୍ତି । ହୃଦଘାତ ହେତୁ ମୃତ୍ୟୁକୁ କୋଭିଡ ସହ ମଧ୍ୟ ଯୋଡାଯାଉଛି । ବିଶେଷଜ୍ଞମାନେ କହିଛନ୍ତି ଯେ, ଏହି ବିଷୟରେ ଅଧ୍ୟୟନ ରିପୋର୍ଟ ଆସିବା ପରେ ହିଁ କିଛି ନିର୍ଦ୍ଦିଷ୍ଟ ଭାବରେ କୁହାଯାଇପାରେ । କମ ବୟସରେ ଯୁବପିଢିଙ୍କ ମଧ୍ୟରେ ହାର୍ଟଆଟାକ ବା ହୃଦଘାତର ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାରି ଭିତରେ ଜୁନ 6 ତାରିଖରେ ସୌରାଷ୍ଟ୍ରରେ ମହିଶୂରର ହୃଦରୋଗ ବିଶେଷଜ୍ଞ ଡାକ୍ତର ଗୌରବ ଗାନ୍ଧୀଙ୍କର ହୃଦଘାତରେ ମୃତ୍ୟୁ ହୋଇଛି ।

ହଠାତ୍‌ ହୃଦଘାତରେ ମୃତ୍ୟୁ ଘଟଣା ସମ୍ପର୍କରେ ବ୍ରିଟିଶ ମେଡିକାଲ କାଉନସିଲର ପୂର୍ବତନ ବୈଜ୍ଞାନିକ ଡକ୍ଟର ରାମ ଏସ ଉପାଧ୍ୟାୟ କହିଛନ୍ତି ଯେ, "ଯଦିଓ ହୃଦଘାତର ଅନେକ କାରଣ ଅଛି, କିନ୍ତୁ ସେଥିମଧ୍ୟରୁ ଗୋଟିଏ କାରଣ ହେଉଛି କୋରୋନା ମହାମାରୀ । କୋରୋନା ଯୋଗୁଁ ଏହାର ପ୍ରଭାବ ଅନେକ ଅଙ୍ଗ ଉପରେ ପଡୁଛି । ଏହି କାରଣରୁ ଅନେକ ବ୍ୟକ୍ତି ଫୁସଫୁସ ଏବଂ ହାର୍ଟ ଉପରେ ଅଧିକ ପ୍ରଭାବ ପଡୁଛି । ଏନେଇ ବର୍ତ୍ତମାନ ଅଧ୍ୟୟନ ଜାରି ରହିଛି । ଯଦି ଫୁସଫୁସରେ ସଂକ୍ରମଣ ବଢିଯାଏ ତାହେଲେ ନିଶ୍ବାସ ପ୍ରଶ୍ବାସରେ କଷ୍ଟ ହୋଇଥାଏ । ତେଣୁ ଏହା ଏକ ପ୍ରମୁଖ କାରଣ ହୋଇପାରେ ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ, ହଠାତ୍ ହୃଦ୍‌ଘାତ (SCA) ମୃତ୍ୟୁର କାରଣ ଜାଣିବା ପାଇଁ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଏକ ଅଧ୍ୟୟନ କରୁଛି । ଏଥିରେ ଅନେକ ଦିଗ ଉପରେ ଧ୍ୟାନ ଦିଆଯାଉଛି । ଯେଉଁମାନେ ହଠାତ୍ ମୃତ୍ୟୁବରଣ କରୁଛନ୍ତି, ସେମାନେ ଆଗରୁ କୋଭିଡ ସଂକ୍ରମିତ ହୋଇଥିଲେ, ନା ସଂକ୍ରମଣର ଲକ୍ଷଣ ରହିଥିଲା, ଡାକ୍ତରଖାନାରେ ଭର୍ତ୍ତି ହେବା ପୂର୍ବରୁ ଟିକା ନେଇଥିଲେ ନା ଡିସଚାର୍ଜ ହେବା ପରେ ଟିକା ନେଇଛନ୍ତି, ଏହି ସମସ୍ତ ଦିଗକୁ ନେଇ ଅନୁସନ୍ଧାନ କରାଯାଉଥିବା ବ୍ରିଟିଶ ମେଡିକାଲ କାଉନସିଲର ପୂର୍ବତନ ବୈଜ୍ଞାନିକ ଡକ୍ଟର ରାମ ଏସ ଉପାଧ୍ୟାୟ କହିଛନ୍ତି ।

ଆଇସିଏମଆର 2020 ଠାରୁ ଦେଶର 39ଟି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କୋଭିଡ ରୋଗୀଙ୍କ ତଥ୍ୟ ବିଶ୍ଳେଷଣ କରୁଛି । ସୁସ୍ଥ ହେବା ପରେ ଡାକ୍ତରଖାନାରୁ ଫେରିଆସିଥିବା ବ୍ୟକ୍ତିଙ୍କର କିପରି ମୃତ୍ୟୁ ଘଟୁଛି ସେନେଇ ଅଧ୍ୟୟନ ଜାରି ରହିଛି । ଅଧ୍ୟୟନର ଅନ୍ତିମ ବିଶ୍ଳେଷଣ ଏହି ମାସ କିମ୍ବା ଜୁଲାଇ ସୁଦ୍ଧା ଶେଷ ହେବ । କୁହାଯାଉଛି ଯେ ହଠାତ୍ ମୃତ୍ୟୁ ମାମଲାରେ ଏପର୍ଯ୍ୟନ୍ତ କରାଯାଇଥିବା ଅଧ୍ୟୟନରେ କିଛି ଜିନିଷ ସାମ୍ନାକୁ ଆସିଛି ଯାହା ହଠାତ୍ ମୃତ୍ୟୁ ହେବାର ଆଶଙ୍କା ବଢାଉଛି । AIIMSରେ ମଧ୍ୟ ଏକ ଅଧ୍ୟୟନ କରାଯାଉଛି, ଯେଉଁଥିରେ 18 ରୁ 45 ବର୍ଷ ବୟସର ଲୋକଙ୍କ ମୃତ୍ୟୁ ଉପରେ ଅନୁସନ୍ଧାନ କରାଯାଉଛି । ପୋଷ୍ଟ ମର୍ଟମ ରିପୋର୍ଟକୁ ବିସ୍ତୃତ ଭାବରେ ବିଶ୍ଳେଷଣ କରାଯାଉଛି ।

ୟୁପିର ବହରାଇଚରେ ବିବାହ ପରେ ପ୍ରଥମ ରାତିରେ ହୃଦ୍‌ଘାତ ହେତୁ ବର ଓ ବରର ମୃତ୍ୟୁ ଘଟଣା ସମ୍ପର୍କରେ ଡାକ୍ତର ଉପାଧ୍ୟାୟ କହିଛନ୍ତି ଯେ ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ହଠାତ୍ ହୃଦ୍‌ଘାତର 0.2 ପ୍ରତିଶତ ମାମଲା ସେକ୍ସ ସହ ସମ୍ପୃକ୍ତି । ଏହାର ଅର୍ଥ ହେଉଛି ପ୍ରତ୍ୟେକ 1000 ମାମଲା ମଧ୍ୟରୁ କେବଳ ଦୁଇଟି ମାମଲା ଅଛି ଯେଉଁଥିରେ ସେକ୍ସ ସମୟରେ କିମ୍ବା ଠିକ୍ ପରେ ହୃଦଘାତ ହୋଇଛି ।

ଏଭଳି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ କେବେବି ଅଣଦେଖା କରନ୍ତୁ ନାହିଁ:

  1. 40 ବର୍ଷ ବୟସ ଅତିକ୍ରମ କରିଥିବା ବ୍ୟକ୍ତିମାନେ ନିୟମିତ ଭାବରେ ସେମାନଙ୍କର ହାର୍ଟବିଟ ବା ଅନ୍ୟ ସମସ୍ୟା ଯାଞ୍ଚ କରିବା ଉଚିତ । ଏହା ସହିତ, ରୋଗର ଆରମ୍ଭରେ ସେମାନଙ୍କୁ ଚିକିତ୍ସା କରାଯାଇପାରିବ।
  2. ହାର୍ଟକୁ ଯାଞ୍ଚ ନକଲେ ପୂର୍ବରୁ ଥିବା ରୋଗ ଚିହ୍ନଟ ହୁଏ ନାହିଁ । ଯେତେବେଳେ ହୃଦଘାତ ହୁଏ ସେତେବେଳେ ଲୋକମାନେ ଡାକ୍ତରଖାନାକୁ ଯାଇଥାଆନ୍ତି ।
  3. ରକ୍ତଚାପ ଏବଂ ନାଡିର ମନିଟରିଂ ନିୟମିତ କରାଯିବା ଉଚିତ୍ । ଏହା ଆପଣଙ୍କୁ ଅନେକ ବିପଦରୁ ରକ୍ଷା ପାଇପାରିବ ।
  4. ଯଦି ସ୍ପନ୍ଦନ ହଠାତ ବୃଦ୍ଧି ପାଉଛି ତାହେଲେ ଏହାକୁ ଅଣଦେଖା କରନ୍ତୁ ନାହିଁ । ତୁରନ୍ତ ଡାକ୍ତରଙ୍କ ଦ୍ବାରା ଚିକିତ୍ସା କରାଇବା ଉଚିତ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.