ETV Bharat / sukhibhava

Hybrid Solar Eclipse: ଆଜି ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

author img

By

Published : Apr 20, 2023, 11:12 AM IST

ଅପ୍ରେଲ 20 ଆଜିର ଦିନରେ ଲାଗୁଛି ଦେଶର ପ୍ରଥମ ସୂର୍ଯ୍ୟ ଗ୍ରହଣ । ଜାଣନ୍ତୁ କେଉଁ ଦେଶରେ ହେବ ଦୃଶ୍ୟମାନ

Solar Eclipse
Solar Eclipse

ନୂଆଦିଲ୍ଲୀ: ଆଜି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ । ବିଶ୍ବର ବିଭିନ୍ନ ପ୍ରାନ୍ତରେ ସୂର୍ଯ୍ୟ ଗ୍ରହଣ ଆରମ୍ଭ ହୋଇଯାଇଛି । ଆଜିର ଗ୍ରହଣକୁ ହାଇବ୍ରିଡ୍ ସୂର୍ଯ୍ୟ ଗ୍ରହଣ କୁହାଯାଉଛି । ଯେତେବେଳେ ସମୁଦାୟ ଗ୍ରହଣ(Total Eclipse) ଏବଂ କୁଣ୍ଡଳାକାର ସୂର୍ଯ୍ୟ ଗ୍ରହଣ(Annular Eclipse) ଏକ ସମୟରେ ହୁଏ ସେତେବେଳେ ଏହାକୁ ହାଇବ୍ରିଡ୍ ସୂର୍ଯ୍ୟ ଗ୍ରହଣ କୁହାଯାଏ । ଚନ୍ଦ୍ର ଯେତେବେଳେ ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଅତିକ୍ରମ କରେ ସେତେବେଳେ ପୃଥିବୀ ପୃଷ୍ଠରେ ଏକ ଛାଇ ଅଂଶ ଦେଖାଯାଏ, ଏହାକୁ ଗ୍ରହଣ ବୋଲି କୁହାଯାଏ ।

ଜ୍ୟୋତିଷ ଶାସ୍ତ୍ର ମତରେ ଗ୍ରହଣକୁ ଖାଲି ଆଖିରେ ଦେଖିବା ଅନୁଚିତ୍ । ବିଭିନ୍ନ ନୀତି ନିୟମ ମଧ୍ୟ ଥାଏ । ହେଲେ ବିଜ୍ଞାନ ଏସବୁ ନିୟମର କୌଣସି ପ୍ରାମାଣିକ ତଥ୍ୟ ଥିବା ଦର୍ଶାଏ ନାହିଁ । ତଥାପି ଗ୍ରହଣ କିମ୍ବା ପରାଗ ହେଲେ ସାଧାରଣ ଜନତାଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୁଏ । ଗ୍ରହଣ କେଉଁ ସ୍ଥାନରେ ଦୃଶ୍ୟମାନ ହେବ, କେତେବେଳେ, କେତେ ସମୟ ପର୍ଯ୍ୟନ୍ତ ପ୍ରଭାବ ରହିବ, ଖାଲି ଆଖିରେ ଦେଖିପାରିବେ କି ନାହିଁ ଏବଂ କେଉଁମାନେ ଦେଖିପାରିବେ ଇତ୍ୟାଦି । ତେବେ ଏସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ ।

ହାଇବ୍ରିଡ୍ ସୂର୍ଯ୍ୟ ଗ୍ରହଣ କ'ଣ

ଏକ ହାଇବ୍ରିଡ୍ ସୂର୍ଯ୍ୟ ଗ୍ରହଣ ହେଉଛି ବିରଳ ପ୍ରକାର ଗ୍ରହଣ, ଯାହା ଶତାବ୍ଦୀରେ କ୍ବଚିତ୍ ଘଟେ । ଆମେରିକା ମହାକାଶ ଅନୁସନ୍ଧାନ ସଂସ୍ଥା ନାସା ଅନୁଯାୟୀ, ଆମ ଗ୍ରହର ବକ୍ରତା ହେତୁ ହାଇବ୍ରିଡ୍ ଗ୍ରହଣ ହୁଏ ।

ଏହା ସମୁଦାୟ ଚନ୍ଦ୍ରଗ୍ରହଣ ଠାରୁ କିପରି ଭିନ୍ନ

ସମୁଦାୟ ଗ୍ରହଣ(Total Eclipse) ଘଟିଥାଏ ଯେତେବେଳେ ଚନ୍ଦ୍ର ସୂର୍ଯ୍ୟଙ୍କୁ ସମ୍ପୂର୍ଣ୍ଣ ରୂପେ ଅନ୍ଧକାର କରିଥାଏ, ଏହି ସମୟରେ ଏକ କୁଣ୍ଡଳାକାର ଗ୍ରହଣ(Annular Eclipse) ହୁଏ କିନ୍ତୁ ଏହା ଛୋଟ ଦେଖାଯାଏ ।

କେଉଁଠାରେ ଦୃଶ୍ୟମାନ ହେବ?

ନାସା ଅନୁଯାୟୀ, ଅପ୍ରେଲ୍ 20ରେ, ଭାରତ ଏବଂ ପ୍ରଶାନ୍ତ ମହାସାଗର ଦେଇ ଗ୍ରହଣ ଯିବା ସମୟରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ପୂର୍ବ ଏସିଆର କିଛି ଅଞ୍ଚଳବାସୀ ଏହାକୁ ଦେଖିପାରିବେ । ମାତ୍ର ଭାରତରେ ଏହି ହାଇବ୍ରିଡ୍ ସୂର୍ଯ୍ୟ ଗ୍ରହଣ ଦୃଶ୍ୟମାନ ହେବ ନାହିଁ ।

ପରବର୍ତ୍ତୀ ସୂର୍ଯ୍ୟ ଗ୍ରହଣ କେବେ ଦୃଶ୍ୟମାନ ହେବ

ପରବର୍ତ୍ତୀ ଗ୍ରହଣ(ଆଂଶିକ) ଭାରତରେ ଅଗଷ୍ଟ 2, 2027ରେ ଦୃଶ୍ୟମାନ ହେବାର ସମ୍ଭାବନା ରହିଛି । ଏହି ଗ୍ରହଣ ଓଡିଶାରେ ଦୃଶ୍ୟମାନ ହେବ ନାହିଁ । ସେହିପରି ପରବର୍ତ୍ତୀ କୁଣ୍ଡଳାକାର ସୂର୍ଯ୍ୟ ଗ୍ରହଣ 2031 ରେ ଘଟିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.