ETV Bharat / sukhibhava

Oral Cancer: ତମାଖୁ ଦ୍ବାରା କିପରି ହୁଏ ମୁଖ କର୍କଟ, ଏମିତି କହିଲେ ଏକ୍ସପର୍ଟ

author img

By

Published : Aug 5, 2023, 1:58 PM IST

ବର୍ତ୍ତମାନ ସମୟରେ ମୁଖ କର୍କଟ ଏକ ମୁଖ୍ୟ ସମସ୍ୟା ହୋଇଛି । ମୁଖ କର୍କଟରେ ଏକାଧିକ କାରଣ ରହିଛି । ତେବେ ଜାଣନ୍ତୁ ମୁଖ କର୍କଟର ଲକ୍ଷଣ

oral cancer
oral cancer

ହାଇଦ୍ରାବାଦ: ଅନେକ ସଚେତନତା ମୂଳକ କାର୍ଯ୍ୟକ୍ରମ ପରେ ମଧ୍ୟ ତମାଖୁ ସେବନକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ବର୍ତ୍ତମାନ ସମୟରେ ଅସ୍ବାଭାବିକ ଭାବେ ବଢିଚାଲିଛି ମୁଖ କର୍କଟ ବା ଓରାଲ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା । ମୁଖ କର୍କଟର ଅନେକ କାରଣ ରହିଛି ସେଥିମଧ୍ୟରୁ ତମାଖୁ ସେବନ ଅନ୍ୟତମ । ତମାଖୁ ସେବନ କରୁଥିବା ଲୋକମାନଙ୍କୁ ମୁଖ କର୍କଟ ହେବାର ଆଶଙ୍କା ଅଧିକ ଥାଏ । ଏହି କାରଣରୁ ମୁଖ କର୍କଟ ରୋଗୀଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଛି । କେବଳ ଯେ ପୁରୁଷ ନୁହନ୍ତି ମହିଳାମାନେ ମଧ୍ୟ ଏହି ରୋଗର ଶିକାର ହୁଅନ୍ତୁ । କିନ୍ତୁ ମହିଳାଙ୍କ ତୁଳନାରେ ପୁରୁଷଙ୍କ ସଂଖ୍ୟା ଅଧିକ ରହିଥାଏ । ତେବେ ଜାଣନ୍ତୁ ମୁଖ କର୍କଟ ନେଇ କଣ କହୁଛନ୍ତି ଏକ୍ସପର୍ଟ

ମୁଖ କର୍କଟର କାରଣ କଣ: ଡାକ୍ତରଙ୍କ କହିବା ଅନୁସାରେ, ମୁଖ କର୍କଟର ଅନେକ କାରଣ ରହିଛି । ସେଥିମଧ୍ୟରୁ 80 ପ୍ରତିଶତ କାରଣ ତମାଖୁ ଅଟେ । ଏହାର ପ୍ରାଥମିକ ଲକ୍ଷଣରେ ଓଠର ଭର୍ମିଲିୟନ ସୀମା ଏବଂ ପାଟି ସନ୍ଧିରେ ଦାଗ ହୋଇଥାଏ । କେତେକ କ୍ଷେତ୍ରରେ ଏହି ରୋଗ ଜିଭକୁ ମଧ୍ୟ ଆକ୍ରାନ୍ତ କରିଥାଏ । ପ୍ରଥମ ଷ୍ଟେଜରେ ଏହାର ଚିକିତ୍ସା କରାନଗଲେ ପରବର୍ତ୍ତୀ ସମୟରେ ଏହା ଜୀବନ ମଧ୍ୟ ନେଇପାରେ ବୋଲି ଡାକ୍ତର ମତ ପୋଷଣ କରିଛନ୍ତି । ଅସ୍ତ୍ରୋପଚାର ଦ୍ବାରା ମଧ୍ୟ ଜଣେ ବ୍ୟକ୍ତି ଏହି ରୋଗରୁ ଆରୋଗ୍ୟ ଲାଭ କରିଥାଏ ।

ଏକ ରିପୋର୍ଟ ଅନୁସାରେ, ଆମେରିକାରେ ପ୍ରାୟ 50,000 ଲୋକ ପ୍ରତିବର୍ଷ ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି । ଯେଉଁଥିରୁ 70 ପ୍ରତିଶତ ପୁରୁଷ ଅଟନ୍ତି । ପାଟି କର୍କଟ ରୋଗର ଚିକିତ୍ସା ବିଷୟରେ ଜାଣିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଯଦି ପ୍ରାଥମିକ ପର୍ଯ୍ୟାୟରେ ପାଟି କର୍କଟ ଚିହ୍ନଟ ହୁଏ, ତେବେ ଏହାର ଚିକିତ୍ସା ସମ୍ଭବ । ତେବେ ଜାଣନ୍ତୁ ମୁଖ କର୍କଟ ବା ଓରାଲ କ୍ୟାନ୍ସରର ଲକ୍ଷଣ କଣ ।

ଏହା ମଧ୍ୟ ପଢନ୍ତୁ: Oral Cancer: ଧୂମପାନ-ତମାଖୁ ବ୍ୟତୀତ ଏହି ସବୁ ଅଭ୍ୟାସ ମଧ୍ୟ ମୁଖ କର୍କଟର କାରଣ

ପାଟିରେ ଧଳା ରଙ୍ଗ ଦେଖାଯିବା: ମୁହଁରେ ଧଳା ଏହଂ ରଙ୍ଗ ଦାଗ ଓରାଲ କ୍ୟାନ୍ସରର ପ୍ରାଥମିକ ଲକ୍ଷଣ ଅଟେ । ଓଠ, ଦାନ୍ତ, ମାଢି, ଗାଲ ଏବଂ ପାଟିର ଭିତର ଭାଗରେ ମଧ୍ୟ ଦାଗ ଦେଖାଯାଇଥାଏ । ତେବେ ଏଭଳି ଲକ୍ଷଣ ଦେଖାଗଲେ ଅଣଦେଖା କରନ୍ତୁ ନାହିଁ । ଯଥା ସମ୍ଭବ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଜିଭରେ ମୋଟା ଆକାରର ଧଳା ଆବରଣ ମଧ୍ୟ ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥାଏ । ଯଦି ଏହି ଲକ୍ଷଣ ଦେଖାଯାଉଛି ତାହେଲେ ଶୀଘ୍ର ଉପଚାର କରନ୍ତୁ।

ମୁହଁରୁ ରକ୍ତ ବାହାରିବା: ମୁହଁରୁ ରକ୍ତ ବାହାରୁଥିଲେ ଏହକୁ ଅଣଦେଖା କରନ୍ତୁ ନାହିଁ । ଏହା ଓରାଲ କ୍ୟାନ୍ସରର କାରଣ ହୋଇଥାଏ ।

ପାଟିରେ ଯନ୍ତ୍ରଣା: ଓରାଲ କ୍ୟାନ୍ସର ଦ୍ବାରା ପାଟିରେ ଯନ୍ତ୍ରଣା ହୋଇଥାଏ । ରକ୍ତସ୍ରାବ ହେବା କାରଣରୁ ପାଟିରେ ଯନ୍ତ୍ରଣା ଅଧିକ ହୋଇଥାଏ ।

ମୁହଁରେ ଘା' ହେବା: ମୁଖ କର୍କଟ କାରଣରୁ ଜିଭ, ଗାଲର ଭିତର ପାଖ, ମାଢିରେ ଘା ହୋଇଥାଏ।

ଆଜି କାଲି ମଦ୍ୟପାନ ଏକ ପ୍ରକାର ଟ୍ରେଣ୍ଡ ହୋଇଯାଇଛି । ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଯେଉଁମାନଙ୍କ ତମାଖୁ ଏବଂ ମଦ୍ୟପାନ ଅଭ୍ୟାସ ରହିଥାଏ, ସେମାନଙ୍କର ନିକଟରେ କର୍କଟ ରୋଗର ହେବାର ଆଶଙ୍କା 36 ପ୍ରତିଶତ ଅଧିକ ଥାଏ। ଯଦି ଜଣେ କେବଳ ତମାଖୁ ସେବନ କରିଥାଏ ସେମାନଙ୍କ କ୍ଷେତ୍ରରେ କର୍କଟ ହେବାର ସମ୍ଭାବନା 18 ଗୁଣ ଅଧିକା ରହିଥାଏ । ଯଦି କେବଳ ମଦ୍ୟପାନ କରାଯାଏ ତେବେ ଏହା 6 ଗୁଣ ଅଧିକ ହୋଇଥାଏ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.