ETV Bharat / sukhibhava

ଶୀତଦିନେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହେଉଥିଲେ ଆପଣାନ୍ତୁ ଏହିସବୁ ଉପାୟ

author img

By

Published : Jan 18, 2023, 9:11 AM IST

ଶୀତଦିନେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ସାଙ୍ଗକୁ ଜଏଣ୍ଟ ପେନ୍ ସମସ୍ୟା ଦ୍ବିଗୁଣିତ ହୋଇଯାଏ । କିପରି ଏହି ଋତୁରେ ନେବେ ନିଜର ଯତ୍ନ, ଜାଣନ୍ତୁ ।

joint health
joint health

ନୂଆଦିଲ୍ଲୀ: ଜାରି ରହିଛି ଶୀତ ଲହର । ପାରଦ ହ୍ରାସ ସାଙ୍ଗକୁ ବଢୁଛି ଶୀତ କମ୍ପନ । ଫଳରେ ଗଣ୍ଠି ଯନ୍ତ୍ରଣା ବା ଜଏଣ୍ଟ ପେନ୍ ସମସ୍ୟା ଏଧିକ ଦେଖାଦେଉଛି । ଶୀତ ଦିନରେ ଧିର ଜୀବନଶୈଳୀ ବା ମାନ୍ଦା ଜୀବନଶୈଳୀ କାରଣରୁ ଏହିସବୁ ରୋଗ ହୋଇଥାଏ । ଏହା ସାଙ୍ଗକୁ ଶରୀରରେ ପେରିଫେରାଲ୍ ଅଞ୍ଚଳକୁ ରକ୍ତ ଯୋଗାଣ କମ୍ କମ୍ ହେବା କାରଣରୁ ମଧ୍ୟ ଗଣ୍ଠି ଏବଂ ଜଏଣ୍ଟ ପେନ୍ ଅଧିକ ହୋଇଥାଏ । ତେବେ କିପରି ଏହାର ଉପଶମ କରିବେ, ଜାଣନ୍ତୁ ଏହି ରିପୋର୍ଟରେ ।

ଶୀତଋତୁରେ ଗଣ୍ଠି ଯନ୍ତ୍ରଣା ସାଧାରଣତଃ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ କଷ୍ଟକର ହୋଇପଡେ । ଏହାକୁ ପ୍ରଭାବଶାଳୀ ଭାବରେ ମୁକାବିଲା ନକରିବା ଦ୍ବାରା ଦୈନନ୍ଦିନ କାର୍ଯ୍ୟ ଏବଂ ସାମଗ୍ରିକ ସୁସ୍ଥତା ପ୍ରଭାବିତ ହୋଇପାରେ । ଶୀତଋତୁରେ ନିମ୍ନ ତାପମାତ୍ରାରେ ମାଂସପେଶୀ ମଧ୍ୟ କଠିନ ହୋଇଯାଏ ଯାହାଦ୍ୱାରା କଠିନତା ଏବଂ ଯନ୍ତ୍ରଣା ହୁଏ । ଏହା ବ୍ୟତୀତ, ଲୋକମାନେ ଶୀତଦିନେ ଘର ଭିତରେ ଅଧିକ ରହିଥାନ୍ତି ଏବଂ ସୂର୍ଯ୍ୟ କିରଣ ସଂସ୍ପର୍ଶରେ କମ୍ ଆସିଥାନ୍ତି । ଯାହା ଫଳରେ ଭିଟାମିନ୍-ଡି ର ଅଭାବ ଦେଖାଯାଏ । ଭିଟାମିନ୍-ଡି ର ଅଭାବ ଗଣ୍ଠି ଯନ୍ତ୍ରଣାର ମୁଖ୍ୟ କାରଣ ହୋଇଥାଏ । ତେଣୁ ଗଣ୍ଠିରେ ଅତ୍ୟଧିକ ଯନ୍ତ୍ରଣାକୁ ଏଡାଇବା ପାଇଁ କଣ କରିବେ, ଜାଣନ୍ତୁ...

ହାଇଡ୍ରେଟେଡ୍ ରହିବା ଏବଂ ପ୍ରଦାହକୁ ହ୍ରାସ କରିବା ଏବଂ ଗଣ୍ଠି ପୃଷ୍ଠଗୁଡ଼ିକ ମଧ୍ୟରେ ଘର୍ଷଣକୁ ହ୍ରାସ କରିବା ପାଇଁ ପ୍ରଚୁର ଜଳ ପିଅନ୍ତୁ । ଶୀତଦିନିଆ ପୋଷାକ ପିନ୍ଧିବା ସହ ରହୁଥିବା ଘରେ ସୂର୍ଯ୍ୟକିରଣ ଆସିବାକୁ ଦିଅନ୍ତୁ ଏବଂ ସମ୍ପୃକ୍ତ କଠୋରୀକୁ ଉଷୁମ ରଖନ୍ତୁ । ଏହାସହ ଅନ୍ୟାନ୍ୟ ଗରମ ଚିକିତ୍ସାରେ ମଧ୍ୟ ରୁହନ୍ତୁ । ନିୟମିତ ବ୍ୟାୟାମ ଗଣ୍ଠିକୁ ସୁଗମ ରଖିବାରେ ଏବଂ ନମନୀୟତା ବଜାୟ ରଖିବାରେ ସାହାଯ୍ୟ କରେ । ତେଣୁ ବ୍ୟାୟାମ ଜାରି ରଖନ୍ତୁ । ବ୍ୟାୟାମ ଦ୍ବାରା ରକ୍ତ ପ୍ରବାହ ଉନ୍ନତ ହୋଇଥାଏ । ସୂର୍ଯ୍ୟ କିରଣରେ ସମୟ ବିତାନ୍ତୁ । ପ୍ରଚୁର ପରିମାଣରେ ଭିଟାମିନ୍ ଡି, ଏବଂ ଭିଟାମିନ୍ ସି, ଓମେଗା ଫ୍ୟାଟି ଏସିଡ୍, ଅଦା, ସୋୟାବିନ୍, ଫ୍ୟାଟି ମାଛ, ସବୁଜ ପନିପରିବା, ବାଦାମ ଏବଂ ସିଡ୍ସ, ପ୍ରଚୁର ପାଣି ପିଇବା ସହ ଅନ୍ୟାନ୍ୟ କୋଲାଜେନ୍ ସପ୍ଲିମେଣ୍ଟ ସେବନ କରନ୍ତୁ । ମେଦବହୁଳ ବ୍ୟକ୍ତିଙ୍କର ଆଥ୍ରାଇଟିସ୍ ହେବାର ଆଶଙ୍କା ଅଧିକ ଥାଏ । ତେଣୁ ଆଣ୍ଠୁକୁ ସୁସ୍ଥ ରଖିବା ପାଇଁ ଓଜନ ବଜାୟ ରଖନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.