ETV Bharat / sukhibhava

Fungal Infections: କେମିତି ରୋକିବେ କବକ ସଂକ୍ରମଣ, ଜାଣନ୍ତୁ - କବକ

ଆମ ପରିବେଶରେ ବିଭିନ୍ନ ପ୍ରକାର ଭଲ ଫଙ୍ଗାଲ୍(Fungal) ବା କବକ ଥିଲେ ମଧ୍ୟ କ୍ଷତିକାରକ କବକଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନାହିଁ । ତେଣୁ କିପରି ଏହି କବକ ସଂକ୍ରମଣରୁ ବର୍ତ୍ତିବେ ଜାଣନ୍ତୁ

Fungal Infections
Fungal Infections
author img

By

Published : Jan 4, 2023, 9:43 AM IST

ହାଇଦ୍ରାବାଦ: ପ୍ରାକୃତିକ ପରିବେଶରେ ଫଙ୍ଗଲ୍(Fungal) ବା କବକ ସଂକ୍ରମଣ ବୃଦ୍ଧି ପାଇଥାଏ । ଅନେକ ମାଇକ୍ରୋବସ୍ ପରି ଉଭୟ ଭଲ ଏବଂ କ୍ଷତିକାରକ ଫଙ୍ଗସ୍ ଫଙ୍ଗି ରହିଛନ୍ତି । କ୍ଷତିକାରକ ଫଙ୍ଗଲ୍ ନାନା ରୋଗ ସୃଷ୍ଟି କରିଥାନ୍ତି । ଏହା ବେଳେବେଳେ ଜଟିଳ ସ୍ବାସ୍ଥ୍ୟ ରୋଗ ମଧ୍ୟ ଆଣିପାରେ । ତେବେ, ଫଙ୍ଗଲ୍ ସଂକ୍ରମଣର କାରଣ କ’ଣ ଏବଂ ଏହାକୁ କିପରି ରୋକାଯାଇପାରିବ, ଜାଣନ୍ତୁ...

କେଉଁ ରୋଗୀଙ୍କ ପ୍ରତି ଥାଏ ଫଙ୍ଗଲ୍ ସଂକ୍ରମଣର ବିପଦ:-

ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀ ଥିବା ବ୍ୟକ୍ତି ତଥା ଆଣ୍ଟିବାୟୋଟିକ୍ ଗ୍ରହଣ କରୁଥିବା ବ୍ୟକ୍ତି ଫଙ୍ଗଲ୍ ବା କବକ ସଂକ୍ରମଣରେ ଅଧିକ ସଂକ୍ରମିତ ହୋଇଥାନ୍ତି । କର୍କଟ ଚିକିତ୍ସା ଏବଂ ମଧୁମେହ ମଧ୍ୟ ଜଣେ ବ୍ୟକ୍ତିଙ୍କ ଫଙ୍ଗଲ୍ ସଂକ୍ରମଣରେ ସମ୍ବେଦନଶୀଳତା ବଢାଇପାରେ । ଏଥିରେ ଅଧିକ ଓଜନ ଥିବା ବ୍ୟକ୍ତି, ନୂଆ କରି କୌଣସି ସ୍କିନ୍ କେୟାର୍ ପ୍ରଡକ୍ଟ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ସମେତ ଯେଉଁମାନଙ୍କର ଅତ୍ୟଧିକ ଝାଳ ବୋହିଥାଏ ଏବଂ ଗର୍ଭବତୀ ମହିଳା ଅଧିକ ସଂକ୍ରମିତ ହୋଇଥାନ୍ତି ।

ଲକ୍ଷଣ:-

ଅନେକ ଫଙ୍ଗଲ୍ ସଂକ୍ରମଣ ଚର୍ମରେ ପରିବର୍ତ୍ତନ କରିବା ସହିତ କୁଞ୍ଚନ ମଧ୍ୟ କରିଥାଏ । ଏକ ଫଙ୍ଗଲ୍ ସଂକ୍ରମଣର ଲକ୍ଷଣ ପ୍ରକାର ଉପରେ ନିର୍ଭର କରେ, କିନ୍ତୁ କେତେକ ସାଧାରଣ ଲକ୍ଷଣ ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି...

  • ଚର୍ମ ଫାଟିବା
  • ଚର୍ମ କୁଞ୍ଚନ
  • ଦାଗ

ଚର୍ମ କବକ ପାଇଁ ଚିକିତ୍ସା:-

  • ଚର୍ମକୁ ସଫା ଏବଂ ଶୁଷ୍କ ରଖିବା । ଉତ୍ତମ ସ୍ୱଚ୍ଛତା ଅଭ୍ୟାସ କରି ଅଧିକାଂଶ ଫଙ୍ଗଲ ସଂକ୍ରମଣକୁ ଏଡ଼ାଇ ଦିଆଯାଇପାରେ ।
  • ବ୍ୟକ୍ତିଗତ ବ୍ୟବହାର ଉପକରଣକୁ ଅନ୍ୟମାନଙ୍କ ସହ ସେୟାର୍ କରିବା ଅନୁଚିତ୍ ।
  • ଆର୍ଦ୍ରତା ଥିବା ପୋଷାକ ପିନ୍ଧିବା ।
  • ସଂକ୍ରମଣକୁ ରୋକିବାରେ ନିୟମିତ ଭାବରେ ପାଦ ଏବଂ ନଖରେ ଆଣ୍ଟିଫଙ୍ଗାଲ୍ କ୍ରିମ୍ ବ୍ୟବହାର କରିବା ଉଚିତ କି ନୁହେଁ ତାହା ବିଷୟରେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ପ୍ରତିଦିନ ଜୋତାରେ ଆଣ୍ଟିଫଙ୍ଗାଲ୍ ପାଉଡର ବ୍ୟବହାର କରିବା ଉଚିତ୍ ।
  • ଯଦି ଚର୍ମରେ କୌଣସି ଦାଗ କିମ୍ବା ପରିବର୍ତ୍ତନ ଦେଖାଯାଏ ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.