ETV Bharat / sukhibhava

ଶରୀରରେ ଜିଙ୍କ୍‌ର ଅଭାବରେ ବି ନାନା ରୋଗ ହୋଇଥାଏ, କିପରି ଦୂର କରିବେ ଜାଣନ୍ତୁ - ସ୍ବାସ୍ଥ୍ୟ ମନ୍ତ୍ର

ସୁସ୍ବାସ୍ଥ୍ୟ ବଜାୟ ରଖିବା ପାଇଁ ଜିଙ୍କ୍ ମଧ୍ୟ ନିହାତି ଆବଶ୍ୟକ । କେଉଁସବୁ ଖାଦ୍ୟ ଖାଦ୍ୟରୁ ଜିଙ୍କ୍ ମିଳିଥାଏ ଏବଂ ଏହାର ଅଭାବ ହେଲେ ଶରୀରରେ କି କି ସମସ୍ୟା ଦେଖାଯାଏ, ଜାଣନ୍ତୁ...

Etv Bharat
Etv Bharat
author img

By

Published : May 5, 2023, 5:32 PM IST

ହାଇଦ୍ରାବାଦ: ସ୍ବାସ୍ଥ୍ୟ ପାଇଁ ଭିଟାମିନ୍, ପ୍ରୋଟିନ୍, ମିନେରାଲ୍ସ, ଆଇରନ୍ ଭଳି ଜିଙ୍କ୍‌ ମଧ୍ୟ ଆବଶ୍ୟକୀୟ । ସୁସ୍ବାସ୍ଥ୍ୟ ବଜାୟ ରଖିବା ପାଇଁ ଜିଙ୍କ୍ ଧାରଣ କରିଥିବା ଖାଦ୍ୟ ଖାଇବା ନିହାତି ଆବଶ୍ୟକ । ଏହା ସଂକ୍ରମଣକୁ ରେକିବା ସହ କ୍ଷତରୁ ମଧ୍ୟ ମୁକ୍ତି ଦେବାରେ ସାହାଯ୍ୟ କରେ । ପ୍ରୋଟିନ୍ ଏବଂ ଡିଏନ୍ଏ ଗଠନ ପାଇଁ ମଧ୍ୟ ଜିଙ୍କ୍ ଜରୁରୀ । ଆଜିର ଆର୍ଟିକିଲରେ ଜାଣନ୍ତୁ କେଉଁସବୁ ଖାଦ୍ୟ ଖାଦ୍ୟରୁ ଜିଙ୍କ୍ ମିଳିଥାଏ ଏବଂ ଏହାର ଅଭାବ ହେଲେ ଶରୀରରେ କି କି ସମସ୍ୟା ଦେଖାଯାଏ...

ଜିଙ୍କ୍‌ର ଉତ୍ସ: କେଉଁ ସବୁ ଖାଦ୍ୟରୁ ଜିଙ୍କ୍ ମିଳେ ତାହା ଜାଣିବା ନିହାତି ଗୁରୁତ୍ବପୂର୍ଣ୍ଣ । କାରଣ ଏ ବାବଦରେ ଜଣେ ବ୍ୟକ୍ତି ଅବଗତ ହେଲେ, ଜିଙ୍କ୍ ଅଭବାର ସମସ୍ୟାକୁ ଦୂର କରିପାରିବେ । ତେବେ ଏହିସବୁ ଖାଦ୍ୟ ମଧ୍ୟରୁ ଲାଲ୍ ମାଂସ ଅନ୍ୟତମ । ଏଥିରେ ଜିଙ୍କ୍ ଭରପୂର ପରିମାଣରେ ଥାଏ । ମାତ୍ର ଅତ୍ୟଧିକ ଲାଲ୍ ମାଂସ ସେବନ ସ୍ବାସ୍ଥ୍ୟ ପ୍ରତି ହାନିକାରକ ହୋଇପାରେ । ତେଣୁ ସର୍ବଦା ଏହି ମାଂସକୁ ସୀମିତ ପରିମାଣରେ ସେବନ କରନ୍ତୁ ।

ଏହା ସାଙ୍ଗକୁ ସ୍ବାସ୍ଥ୍ୟ ପରୀକ୍ଷା କରି ଡାକ୍ତରଙ୍କ ପରାମର୍ଶ କ୍ରମେ ଲାଲ୍ ମାଂସ ଖାଇବା ଲାଭଦାୟକ । କାରଣ ସମସ୍ତଙ୍କ ଶରୀର ପାଇଁ ଲାଲ୍ ମାଂସ ଉପକାରୀ ହୋଇନଥାଏ, କେତେକ ପାର୍ଶ୍ବ ପ୍ରତିକ୍ରିୟା ଦେଖାଇଥାଏ । ସେଲ୍ ଫିସ୍, ବାଦାମ(କାଜୁ, ଆଲମଣ୍ଡ), ସିଡ୍ସ ବା ମଞ୍ଜି(କଖାରୁ, ରାଶି), ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ, ଅଣ୍ଡା, ବିନ୍ସ, ଡାଲି, ଝୁଡୁଙ୍ଗ, ଓଟ୍ସ, ପନିପରିବା(ଆଳୁ, ମଟର) ଏବଂ ଡାର୍କ ଚକୋଲେଟ୍ ଆଦିରୁ ଜିଙ୍କ୍ ମିଳିଥାଏ । ଏହି ସବୁ ଖାଦ୍ୟ ସବୁ ବର୍ଗର ଲୋକେ ଖାଇପାରିବେ ।

ଜିଙ୍କ୍ ଅଭାବର ପ୍ରଭାବ: ଯଦି ଆବଶ୍ୟକ ପରିମାଣରେ ଶରୀରକୁ ଜିଙ୍କ୍ ନ ମିଳେ ତେବେ ଶିଶୁଙ୍କ ଶାରୀରିକ ଅଭିବୃଦ୍ଧି ପ୍ରଭାବିତ ହୁଏ । ଜିଙ୍କ୍‌ର ଅଭାବ ହେଲେ ପୁରୁଷଙ୍କ ସ୍ବାସ୍ଥ୍ୟ ଦୁର୍ବଳ ହୋଇପଡେ । ଅନ୍ୟ ସମସ୍ୟା ମଧ୍ୟରେ ଭୋକ ନ ହେବା, କେଶ ଝଡିବା, ଡାଇରିଆ, ତ୍ୱଚା ଖରାପ, ଘା' ଶୀଘ୍ର ନଶୁଖିବା, ଓଜନ ହ୍ରାସ, ଆଖି ଓ ତ୍ୱଚାରେ ଯନ୍ତ୍ରଣା ଆଦି ହୋଇଥାଏ ।

ଜିଙ୍କ୍‌ର ଫାଇଦା: ଅନୁସନ୍ଧାନରୁ ଜଣାପଡିଛି ଯେ, ଜିଙ୍କ୍ ତ୍ୱଚାକୁ ସୁସ୍ଥ ରଖିଥାଏ । କୌଣସି ତ୍ୱଚା ସମସ୍ୟା ପାଇଁ ଜିଙ୍କ୍‌ର ଆବଶ୍ୟକତା ପଡିଥାଏ । ବ୍ରଣ ସମସ୍ୟାରୁ ମଧ୍ୟ ମୁକ୍ତି ଦିଏ ଜିଙ୍କ୍ । ୫ ବର୍ଷରୁ କମ୍ ବର୍ଷର ପିଲାଙ୍କ ମଧ୍ୟରେ ଡାଇରିଆ ମାରାତ୍ମକ ହୋଇଥାଏ । ଜିଙ୍କ୍‌କୁ ଡାଏଟାରୀ ସପ୍ଲିମେଣ୍ଟ ଭାବେ ନେଲେ ପିଲାଙ୍କ ମଧ୍ୟରେ ଡାଇରିଆ ବିପଦ ହ୍ରାସ ପାଇଥାଏ ବୋଲି ଅଧ୍ୟୟନରୁ ଜଣାପଡିଛି । ସେହିପରି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଜିଙ୍କ୍ ସହାୟକ ହୋଇଥାଏ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.