ହାଇଦ୍ରାବାଦ: ସାଧାରଣତଃ ବାହାରକୁ ଗଲେ ସୁଲଭ ଶୌଚାଳୟର ବ୍ୟବହାର କରିବାକୁ ପଡିଥାଏ। ଅନେକ ଲୋକ ଗୋଟିଏ ଟଏଲେଟ୍କୁ ବ୍ୟବାହର କରୁଥିବା ଜାଣି ମଧ୍ୟ ତାହା ବ୍ୟବହାର କରିବା ଜରୁରୀ ହୋଇଥାଏ । ମନରେ ସଂକ୍ରମଣର ଭୟ ରହିଥିବା ସତ୍ତ୍ବେ ମଧ୍ୟ ପରିସ୍ରାକୁ ଜାବୁଡ଼ି ରଖିବା ଶରୀର ପକ୍ଷେ କ୍ଷତିକାରକ ବୋଲି ବ୍ୟବହାର କରିବାକୁ ପଡିଥାଏ। କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ସୁଲଭ ଶୌଚାଳୟ ବ୍ୟବହାର କରିବା ସମୟରେ କିଛି ଟିପ୍ସ ଆପଣାଇବା ଦ୍ବାରା ମଧ୍ଯ ସଂକ୍ରମଣ ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟାକୁ ଏଡ଼ାଇ ଦିଆଯାଇ ପାରିବ । ଯଦି ଆପଣ ସୁଲଭ ଶୌଚାଳୟ ବ୍ୟବବହାର କରିବା ପରେ ମଧ୍ୟ ସଂକ୍ରମଣ ସମସ୍ୟାରୁ ବର୍ତ୍ତିବାକୁ ଚାହୁଁଛନ୍ତି ତେବେ ଆପଣାନ୍ତୁ ଏହି ଟିପ୍ସ...
⚛ ସୁଲଭ ଶୌଚାଳୟକୁ ବାରମ୍ବାର ସଫା କରିବା ସତ୍ତ୍ବେ ମଧ୍ୟ ଟଏଲେଟ ସିଟ ସର୍ବଦା ଓଦା ଏବଂ ଅପରିଷ୍କାର ରହିଥାଏ । ତେଣୁ ସିଧାସଳଖ ଏହାକୁ ବ୍ୟବହାର କରିବା ଦ୍ବାରା ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଥାଏ । ତେଣୁ ପବ୍ଲିକ୍ ଟଏଲେଟ୍ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ଏକ ଟିସୁ ପେପରରେ ଭଲ ଭାବେ ସଫା କରିବା ଉଚିତ। ଏହା ପରେ ଅନ୍ୟ ଏକ ପେପର ପକାଇ ପରିସ୍ରା କରନ୍ତୁ । ନଚେତ ଟଏଲେଟ୍ ସିଟ୍ରେ ସାନିଟାଇଜର ମଧ୍ୟ ସ୍ପ୍ରେ' କରିପାରିବେ। କିନ୍ତୁ ବ୍ୟବହାର କରିବା ପୂର୍ବରୁ ଫ୍ଲସ୍ କରିବାକୁ ଭୁଲନ୍ତୁ ନାହିଁ ।
⚛ କିଛି ଜଣଙ୍କର ଅଭ୍ୟାସ ଥାଏ ଶୌଚାଳୟକୁ ଯିବା ସମୟରେ ହ୍ୟାଣ୍ଡବ୍ୟାଗ, ଫୋନ୍ ସାଙ୍ଗରେ ନେଇକି ଯାଇଥାଆନ୍ତି। ଯାହା ଦ୍ବାରା ବ୍ୟାକ୍ଟେରିଆ ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଥାଏ । ତେଣୁ ଶୌଚାଳୟକୁ ଯିବା ପୂର୍ବରୁ ଆସବାବପତ୍ରକୁ ବାହାରେ ରଖିବା ଉଚିତ ।
⚛ ତେବେ ବ୍ୟାକ୍ଟେରିଆ କେବଶ ଟଏଲେଟ୍ ସିଟ୍ରେ ନଥାଏ ବରଂ କବାଟ, ହେଣ୍ଡେଲ, ଫ୍ଲସ ଏବଂ ଜେଟ ସ୍ପ୍ରେରେ ରହିଥାଏ। ତେବେ ଏହାକୁ ସିଧାସଳଖ ଧରିବା ପୂର୍ବରୁ ଟଏଲେଟ ପେପର ବ୍ୟବହାର କରନ୍ତୁ । ଯାହା ଦ୍ବାରା ବ୍ୟାକ୍ଟେରିଆ ସଂକ୍ରମଣରୁ ରକ୍ଷା ପାଇପାରିବେ।
ଏହା ମଧ୍ୟ ପଢନ୍ତୁ: Smartphone in Washroom: ଟଏଲେଟରେ ବସି ମୋବାଇଲ ବ୍ୟବହାର କରୁଥିଲେ ସାବଧାନ! ହୋଇପାରେ ସମସ୍ୟା
⚛ ଟଏଲେଟ ବ୍ୟବହାର କରିବା ପରେ ସାବୁନରେ ଭଲ ଭାବେ ହାତକୁ ଧୁଅନ୍ତୁ । କିନ୍ତୁ ଟଏଲେଟରୁ ବାହାରକୁ ଆସିବା ପରେ ବି ହାତ ପୁନଃ ଧୋଇବା ଉଚିତ। ଏହା ଦ୍ବାରା ବ୍ୟାକ୍ଟେରିଆ ଶରୀରରେ ପ୍ରବେଶକୁ ରୋକାଯାଇ ପାରିବ ।
⚛ କିଛି ଲୋକ ହାତକୁ ସଫା କରିବା ପରେ ଶୁଖାଇବା ପାଇଁ ହ୍ୟାଣ୍ଡ ଡ୍ରାୟର ବ୍ୟବହାର କରିଥାଆନ୍ତି । କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହା କରିବା ଉଚିତ ନୁହେଁ । କାରଣ ଟଏଲେଟ ଭିତରେ ରହିଥିବା ଡ୍ରାୟରରେ ଏକାଧିକ ବ୍ୟାକ୍ଟେରିଆ ରହିଥାଏ । ତେବେ ହାତ ସଫା କରିବା ପରେ ଡ୍ରାୟର ବ୍ୟବହାର ଯୋଗୁଁ ପୁନଃ ବ୍ୟାକ୍ଟେରିଆ ହାତକୁ ଆସିଥାଏ । ତେଣୁ ହାତ ସଫା କରିବା ପରେ ପେପରରେ ପୋଛିବା ଉଚିତ।
⚛ ତେବେ ସାନିଟାରି ନାପକିନକୁ ବ୍ୟବହାର କରିବା ପରେ ପେପରେ ଗୁଡାଇ ଫିଙ୍ଗିବା ଉଚିତ ନୁହେଁ । କାରଣ ଏହା ଦ୍ବାରା ସଂକ୍ରମଣ ହେବାର ଆଶଙ୍କା ବୃଦ୍ଧି ପାଇଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ