ETV Bharat / sukhibhava

Egg Benefits: ଅଣ୍ଡା କେତେ ପ୍ରକାର ଜାଣିଛନ୍ତି କି ? ଜାଣନ୍ତୁ କେଉଁଥିରେ କଣ ଭିଟାମିନ୍‌ ରହିଛି - ଅଣ୍ଡାର ପ୍ରକାରଭେଦ

ଅଣ୍ଡା କେତେ ପ୍ରକାର ଜାଣିଛନ୍ତି କି? ଜାଣନ୍ତୁ କେଉଁ ଅଣ୍ଡା ଅଧିକ ସ୍ବାସ୍ଥ୍ୟ ଉପକାରୀ

Egg Benefits
Egg Benefits
author img

By ETV Bharat Odisha Team

Published : Oct 19, 2023, 2:17 PM IST

ହାଇଦ୍ରାବାଦ: ଅଣ୍ଡା ଆମର ଦୈନନ୍ଦିନ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ସାରିଛି । ସାଧାରଣତଃ ଛୋଟଛୁଆ ଅଣ୍ଡା ଖାଇବା ପାଇଁ ଅଧିକ ପସନ୍ଦ କରିଥାଆନ୍ତି । ତେବେ ଅଣ୍ଡାରେ ପ୍ରୋଟିନ୍, ଭିଟାମିନ୍ ଏବଂ ଅନ୍ୟାନ୍ୟ ପୁଷ୍ଟିକର ତତ୍ତ୍ବ ମିଳିଥାଏ। ଏଗୁଡିକ ଆମ ଶରୀରକୁ ଶକ୍ତି ପ୍ରଦାନ କରିଥାଏ ଏବଂ ଆମର ହାଡ ଏବଂ ମାଂସପେଶୀକୁ ଶକ୍ତିଶାଳୀ ରଖିବାରେ ସାହାଯ୍ୟ କରିଥାଏ। ଅଣ୍ଡା ଖାଇବା ଦ୍ୱାରା ଆମ ଶରୀର ଅନେକ ରୋଗରୁ ରକ୍ଷା ପାଇଥାଏ। ତେବେ ଆପଣ ଜାଣିଛନ୍ତି କି କେତେ ପ୍ରକାର ଅଣ୍ଡା ରହିଛି ଏବଂ କେଉଁ ଅଣ୍ଡା ସ୍ବାସ୍ଥ୍ୟ ପାଇଁ ଅଧିକ ଉପକାରୀ ଅଟେ ? ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଅଣ୍ଡାର ମଧ୍ୟ ପ୍ରକାରଭେଦ ରହିଛି ଏବଂ ପ୍ରତ୍ୟେକଙ୍କର ନିଜସ୍ବ ଉପକାରିତା ଗୁଣ ରହିଛି । ତେବେ ସାଧାରଣତଃ ଲୋକେ କୁକୁଡା ଅଣ୍ଡା ଖାଇଥାଆନ୍ତି । କିନ୍ତୁ ଅନ୍ୟ ଅଣ୍ଡାରେ କୁକୁଡା ଅଣ୍ଡା ଅପେକ୍ଷା ଅଧିକ ପୋଷକତତ୍ତ୍ବ ରହିଥାଏ । ଯାହା ସ୍ବାସ୍ଥ୍ୟ ପାଇଁ ଅଧିକ ଉପଯୋଗୀ ବୋଲି କୁହାଯାଇଛି । ଉଦାହରଣ ସ୍ୱରୂପ ମାଛ ଅଣ୍ଡାରେ ଓମେଗା 3 ଫ୍ୟାଟି ଏସିଡ ରହିଥାଏ । ଯାହା ହୃଦୟ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ବୋଲି କୁହାଯାଏ । ବତକ ଅଣ୍ଡାରେ ଭିଟାମିନ ଡି ଏବଂ ଆଇରନ ରହିଥାଏ । ଏହିପରି ବିଭିନ୍ନ ଅଣ୍ଡାର ନିଜସ୍ୱ ଗୁଣ ଅଛି ସ୍ବାସ୍ଥ୍ୟ ଉପଯୋଗୀ ଗୁଣ ମଧ୍ୟ ଅଲଗା ରହିଥାଏ ।

ଏହା ମଧ୍ୟ ପଢନ୍ତୁ: Bad Food Combination With Eggs: ଅଣ୍ଡା ସହ ଭୁଲରେ ଖାଆନ୍ତୁନି ଏସବୁ, ବିଗିଡିପାରେ ସ୍ବାସ୍ଥ୍ୟ

ଅଣ୍ଡାର ପ୍ରକାରଭେଦ:

  • ମାଛର ଅଣ୍ଡା: ଏଥିରେ ଓମେଗା 3 ଫ୍ୟାଟି ଏସିଡ୍‌, ଭିଟାମିନ ଡି' ଏବଂ ପ୍ରୋଟିନ ଭରପୂର ମାତ୍ରାରେ ରହିଥାଏ । ଯାହା ହାଡ଼କୁ ଶକ୍ତ କରିବା ସହିତ ହୃଦୟ ସ୍ବାସ୍ଥ୍ୟ ପାଇଁ ଲାଭଦାୟୀ ବୋଲି କୁହାଯାଇଛି ।
  • ବତକ ଅଣ୍ଡା: ଏହି ଅଣ୍ଡାରେ ଆଇରନ, ଭିଟାମିନ ଡି', ଆଣ୍ଟିଅକ୍ସିଡାଣ୍ଟ୍‌ ଏବଂ ଓମେଗା 3 ରହିଥାଏ ।
  • ଟିଟିଭ ପକ୍ଷୀ ଅଣ୍ଡା(କ୍ବେଲ): ଏଥିରେ ଭିଟାମିନ ବି' କମ୍ପ୍ଲେକ୍ସ ଏବଂ ଆଣ୍ଟି ଅକ୍ସିଡାଣ୍ଟ୍‌ ଭରପୂର ମାତ୍ରାରେ ରହିଥାଏ ।
  • ଟର୍କି ଅଣ୍ଡା: ଏହି ଅଣ୍ଡାରେ ଅଧିକ ପରିମାଣର ପ୍ରୋଟିନ ରହିଥାଏ । ଏହାସହ ଟର୍କି ଅଣ୍ଡା ଖାଇବା ଦ୍ବାରା କୋଲେଷ୍ଟ୍ରଲ ମାତ୍ରା କମ ହୋଇଥାଏ ବୋଲି କୁହାଯାଇଛି ।
  • ହଂସ ଅଣ୍ଡା: ହଂସ ଅଣ୍ଡାରେ ଭିଟାମିନ B12, ଆଇରନ, ଫଲିକ ଏସିଡ ଏବଂ ଭିଟାମିନ ଡି' ରହିଥାଏ।
  • ଏମୁ ଅଣ୍ଡା: ଏହି ଅଣ୍ଡାରେ ମନୋଅନ୍‌ସାଚୁରେଟେଡ ଫ୍ୟାଟି ଏସିଡର ମାତ୍ରା ଅଧିକ ରହିଥାଏ ଏବଂ ହୃଦୟ ପାଇଁ ଲାଭଦାୟକ ହୋଇଥାଏ। ଏଥିରେ ପ୍ରୋଟିନ, ଭିଟାମିନ ଏ', ଭିଟାମିନ ବି' 12, ଆଇରନ, ଫଲିକ ଏସିଡ୍‌ ଅଧିକ ମାତ୍ରାରେ ରହିଥାଏ ।
  • ଅଷ୍ଟ୍ରିଚ ଅଣ୍ଡା: ଏହି ଅଣ୍ଡାରେ ସବୁଠାରୁ ଅଧିକ ପୋଷକ ତତ୍ତ୍ବ ରହିଥାଏ । ଏହାର ଗୋଟିଏ ଅଣ୍ଡା 20ଟି କୁକୁଡା ଅଣ୍ଡା ସହିତ ସମାନ । ଏଥରେ ଅଧିକ ପରିମାଣରେ ପ୍ରୋଟିନ ଏବଂ ଭିଟାମିନ B12 ମାତ୍ରାରେ ରହିଥାଏ । ଅଷ୍ଟ୍ରିଚ୍‌ ଅଣ୍ଡାରେ ଆଇରନ, ସେଲୋନିୟମ, ଫସଫରସ ରହିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.