ETV Bharat / sukhibhava

Fasting Benefits: ଆସୁଛି ନବରାତ୍ରୀ, ଜାଣନ୍ତୁ ଉପବାସ କଲେ ମିଳେ କେଉଁ ସବୁ ଫାଇଦା - ଉପବାସ ସ୍ବାସ୍ଥ୍ୟ ହିତକର କି

ଉପବାସ କରିବା ସ୍ବାସ୍ଥ୍ୟ ପକ୍ଷେ ହିତକର ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାଆନ୍ତି । ଜାଣନ୍ତୁ ଶରୀର ଉପରେ କେଉଁ ପ୍ରଭାବ ପକାଏ ଉପବାସ ।

Fasting Benefits
Fasting Benefits
author img

By ETV Bharat Odisha Team

Published : Oct 4, 2023, 4:37 PM IST

ହାଇଦ୍ରାବାଦ: ସବୁ ଧର୍ମରେ ଉପବାସ ଏକ ଅଂଶ ରହିଥାଏ । ପ୍ରତ୍ୟେକ ସଂସ୍କୃତିରେ ବ୍ରତ ଏବଂ ଉପବାସକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ତେବେ କୁହାଯାଇଛି ଯେ, ଆମ ପରମ୍ପରା ଏବଂ ରୀତିନୀତି ବୈଜ୍ଞାନିକ ନୀତି ଉପରେ ଆଧାରିତ । ଉପବାସ ଶରୀରକୁ ଡିଟକ୍ସ କରିବାର ସୁଯୋଗ ଦେଇଥାଏ ଏବଂ ହଜମ ପ୍ରକ୍ରିୟା ବା ପାଚନତନ୍ତ୍ରକୁ ମଧ୍ୟ ମଜବୁତ କରିଥାଏ ।

ଓଜନ ହ୍ରାସ କରିବାରେ ସହାୟକ: ପ୍ରାୟତଃ ଦେଖାଯାଏ, ଓଜନ ହ୍ରାସ କରିବାକୁ ହେଲେ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସପ୍ତାହରେ ଥରେ ଉପବାସ କରିବା ପାଇଁ ପରାମର୍ଶ ଦେଇଥାଆନ୍ତି । ଓଜନ ହ୍ରାସ କରିବାରେ ଉପବାସ ସହାୟକ ହୁଏ । ଉପବାସ ସମୟରେ କ୍ୟାଲୋରି ଗ୍ରହଣ କମିବା କାରଣରୁ ଶରୀରର ଓଜନ କମିଯାଏ । ଏହା ବ୍ୟତୀତ ଉପବାସ ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି ଆଣେ ଯାହା ଓଜନକୁ ନିୟନ୍ତ୍ରଣରେ ରଖିଥାଏ । କିନ୍ତୁ ଏହା ଗୁରୁତ୍ବପୂର୍ଣ୍ଣ ଯେ ଉପବାସ ପରେ ସନ୍ତୁଳିତ ଖାଦ୍ୟ ଖାଇବା ଜରୁରୀ ଅଟେ । କାରଣ ଉପବାସ ପରେ ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବା କାରଣରୁ ଓଜନ ବୃଦ୍ଧି ହୁଏ ନାହିଁ । ତେଣୁ ଓଜନ ହ୍ରାସ କରିବା ପାଇଁ ଉପବାସ ଏକ ପ୍ରଭାବଶାଳୀ ଏବଂ ପ୍ରାକୃତିକ ଉପାୟ ।

ଶରୀରକୁ ଶକ୍ତି ମିଳେ: ଉପବାସ ସମୟରେ ହଜମ ପ୍ରକ୍ରିୟା ବନ୍ଦ ରହିବା ସହିତ କମ ଶକ୍ତି ଖର୍ଚ୍ଚ ହୋଇଥାଏ । ଫଳରେ ଶରୀରରେ ଅଧିକ ଶକ୍ତି ଖର୍ଚ୍ଚ ହୁଏ ନାହିଁ । ଉପବାସ ଶରୀରରେ ଇନସୁଲିନର ସ୍ତରକୁ ହ୍ରାସ କରିଥାଏ । ଯେଉଁଥିପାଇଁ ଶକ୍ତି ସ୍ତର ବୃଦ୍ଧି ପାଇଥାଏ । ତେବେ ଏହା ବ୍ୟତୀତ ଉପବାସ ମେଟାବୋଲିଜିମ୍ ବୃଦ୍ଧି କରିଥାଏ ଏବଂ ହରମୋନ୍ ସ୍ତରକୁ ସନ୍ତୁଳିତ କରିଥାଏ । ଯାହା ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଉପବାସ ରକ୍ତରେ ଶର୍କରା ସ୍ତରକୁ ସନ୍ତୁଳିତ କରିଥାଏ । କିନ୍ତୁ ନିର୍ଜଳା ଉପବାସ ବଦଳରେ ଫଳ ରସ ସର୍ବତ୍ତୋମ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: Fasting In Mahashivaratri: ଉପବାସ ସମୟରେ ଖାଇପାରିବେ ଏହି ସବୁ ଖାଦ୍ୟ, ଜାଣନ୍ତୁ

ହୃଦୟକୁ ସୁସ୍ଥ ରଖେ: ଜର୍ଣ୍ଣାଲ ଅଫ ସାଇନ୍ସ ଆଣ୍ଡ ସୋସାଇଟିରେ ପ୍ରକାଶିତ ଏକ ଅନୁସନ୍ଧାନରେ 110 ମେଦବହୁଳ ବୟସ୍କଙ୍କୁ ସାମିଲ କରାଯାଇଥିଲା । 8 ସପ୍ତାହ ଯାଏଁ ପ୍ରତି 3 ଦିନ ବ୍ୟବଧାନରେ ଉପବାସ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ତେବେ ଅଧ୍ୟୟନ ଶେଷରେ ଦେଖାଯାଇଥିଲା ଯେ, ଶରୀରରେ ଖରାପ କୋଲେଷ୍ଟ୍ରଲ ଏବଂ ଟ୍ରାଇଗ୍ଲାଇସେରାଇଡ 25 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥଲା। ଏହା ସହିତ ଉଚ୍ଚ ରକ୍ତଚାପର ସମସ୍ୟା 32 ପ୍ରତିଶତ ହ୍ରାସ ପାଇବା ସହିତ ହୃଦଘାତ ଆଶଙ୍କା ମଧ୍ୟ କମ ରହିଥିଲା।

ସ୍ମରଣ ଶକ୍ତି ବୃଦ୍ଧି କରେ: ଉପବାସ ଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ। ନିୟମିତ ବ୍ୟବଧାନରେ ଉପବାସ କଲେ ଶରୀର ପାଇଁ ଏହା ହିତକାରକ ହୋଇଥାଏ।

ଆପଣ ଯଦି ଶାରୀରିକ ଭାବେ ସାମାନ୍ୟ ଦୁର୍ବଳ ଅଛନ୍ତି ଏବଂ ବ୍ରତ ପାଳନ କରିବାକୁ ଚାହୁଁଛନ୍ତି, ତେବେ ଫଳ ଆହାର ଏବଂ ଫରୁଟ ଜୁସ, ଡ୍ରାଏଫ୍ରୁଟ୍ସ ସର୍ବତ୍ତୋମ ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.